ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଅବସରରେ ସଂପାନ ” ୭୫ ବର୍ଷରେ କଳାହାଣ୍ଡି

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଅବସରରେ ସଂପାନ ” ୭୫ ବର୍ଷରେ କଳାହାଣ୍ଡି

ଉନ୍ମୋଚିତ ହେଲା ଡା. ନିହାରେନ୍ଦ୍ର ପଣ୍ଡାଙ୍କ “ସପ୍ତତୀର୍ଥ କଳାହାଣ୍ଡି”

ଭବାନୀପାଟଣା,୧୬/୦୧( )- ଶିକ୍ଷା, ସ୍ୱାସ୍ଥ୍ୟର ଉନ୍ନତି ସହିତ କଳା, ସାହିତ୍ୟ, ସଂସ୍କୃତି ଓ ଇତିହାସର ପୁନରାବଲୋକନ ଦ୍ୱାରା ଏ ଜିଲ୍ଲା ଆହୁରି ସମୃଦ୍ଧ ହେବ। ସାମୁହିକ ଉଦ୍ୟମ ଦ୍ୱାରା କଳାହାଣ୍ଡିର ହୃତ ଗୌରବ ଫେରିଆସିବ। କଳାହାଣ୍ଡି ଆଜି ଉଚ୍ଚକାଂକ୍ଷୀ ଜିଲ୍ଲା ଏବଂ ସେଦିନ ଆଉ ଡେରି ନାହିଁ, ଖୁବଶୀଘ୍ର ଏ ଜିଲ୍ଲାର ସୁଦିନ ଫେରି ଆସିବ ବୋଲି ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଅବସରରେ ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ‘୭୫ ବର୍ଷରେ କଳାହାଣ୍ଡି’ ଶୀର୍ଷକ ଏକ ସଂପାନରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ସଂପାନ ଉପ ସମିତିର ଅଧ୍ୟକ୍ଷା ତଥା ମା ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୌଦ୍ଧିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଭବାନୀପାଟଣା ସଦର ବ୍ଲକ ବିଡିଓ ଚନ୍ଦନ ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, କଳା ଓ ସଂସ୍କୃତି ଗବେଷକ ଡ. ପରମେଶ୍ୱର ମୁଣ୍ଡ, ପଦ୍ମଶ୍ରୀ ପଟ୍ଟାୟତ ସାହୁ, ଐତିହାସିକ ଡ. ନଳିନୀକାନ୍ତ ରଣା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, ବିଶିଷ୍ଟ ପନିପରିବା ଚାଷୀ କୃଷ୍ଣ ନାଗ, ମାଛଚାଷୀ ଲକ୍ଷ୍ମୀ ନାରାୟଣ ପଣ୍ଡା, ଚାଷୀ ବ୍ରଜେନ୍ଦ୍ର କୁମାର ପଟଯୋଶୀ ପ୍ରମୁଖ ଜିଲ୍ଲାର କଳା, ସଂସ୍କୃତି ଓ ଇତିହାସ ତଥା ଲୋକ ପରମ୍ପରା ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ସଂପାନ ଉପସମିତିର ଆବାହକ ପ୍ରତାପ ଚନ୍ଦ୍ର ଦାସ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଉପ ସମିତିର ସହ ଅଧ୍ୟକ୍ଷ ସୀମାଞ୍ଚଳ ମିଶ୍ର ଶେଷ ବକ୍ତବ୍ୟ ଦେଇଥିବାବେଳେ ଉମେଶ ଚନ୍ଦ୍ର ଶତପଥି ମଞ୍ଚ ସଂଚାଳନ ଓ ଦୀନବନ୍ଧୁ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ। ସଦସ୍ୟ ସୁଢଳଦେବ ମୁଣ୍ଡଙ୍କ ସହିତ ଶେଷଦେବ ମିଶ୍ର, ନିରଞ୍ଜନ ଯୋଶୀ, ଅଶୋକ ମୁଣ୍ଡ, ଭାଗବତ ମହାପାତ୍ର, ପ୍ରତାପ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ଡା. ନିହାରେନ୍ଦ୍ର ପଣ୍ଡାଙ୍କ ଲିଖିତ ‘ସପ୍ତତୀର୍ଥ କଳାହାଣ୍ଡି’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଉନ୍ମୋଚିତ ପୁସ୍ତକର ସମୀକ୍ଷା କରିଥିଲେ ଭାଷାବିତ ସୁଦର୍ଶନ ଦାସ। ଅଧ୍ୟାପିକା ନିବେଦିତା ମିଶ୍ର, ଡ. ସଞ୍ଜିତ କୁମାର ସ୍ୱାଇଁ, ଦୁର୍ଗା ପ୍ରସାଦ ବେହେରା, ବିଜୟ ପାତ୍ର, ସୁଧାଂଶୁ ନନ୍ଦ, ପୁଷ୍ପ ନାଏକ, ସୋମୀ ସିଂହ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ଜିଲ୍ଲା ଓ ଜିଲ୍ଲା ବାହାରର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବହୁସଂଖ୍ୟକ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। 

( ମ ନି ସ ) 

Related posts

ଧରମଡିହିରେ ବାବା ତିଲିକା ମାଝୀଙ୍କ ୨୭୪ ତମ ଜୟନ୍ତୀ ଧୂମଧାମରେ ପାଳିତ

Sunil Chandra Nayak

କୋଠଘର ଆମ ସାହିତ୍ୟ ପରିବାରର ଅଷ୍ଟମ ବାର୍ଷିକ ଉତ୍ସବ

Sunil Chandra Nayak

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଡ଼ ଆମ୍ବେଦର ଜୟନ୍ତୀ ପାଳନ – ଶିକ୍ଷିତ ହେବା ସଂଗଠିତ ହେବା ଲଢେଇ କରିବା ପାଇଁ ଆହ୍ୱାନ 

masiha

Leave a Comment

error: Content is protected !!