ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଆଜି ତା-୦୩.୧୨.୨୦୨୪ ରିଖ ଢେଙ୍କାନାଳ ଜିଲ୍ଲା ସ୍ଥିତ ଗନ୍ଦିଆ ବ୍ଲକ୍ ଲାଉଲଇ ଠାରେ ସ୍ଵେଚ୍ଛାସେବୀ ସଂଗଠନ “ପ୍ରିୟ” ଓ ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ମିଳିତ ସହଯୋଗ ରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଅଛି। ଏଥିରେ “ପ୍ରିୟ” ର ନିର୍ଦ୍ଦେଶକ ଟଙ୍କଧର ବାରିକ ଭିନ୍ନକ୍ଷମ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା ପାଇଁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ।ଉକ୍ତ ସଭାରେ ଫିଜିଓଥେରାପିଷ୍ଟ ସାହିଲ୍ ଆଫ୍ରିଡ୍ ଯୋଗଦେଇ ପିଲାମାନଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ ଓ CP ପିଲାଙ୍କ ମାଆ ମାନଙ୍କୁ ଉଚିତ୍ exercise କରିବାକୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଇଲନପ୍ରଭା ସେନାପତି , ସୌଭାଗ୍ୟଲକ୍ଷ୍ମୀ ତରାଇ, ସ୍ୱାଗତିକା ରାଉତ, ଅନ୍ନପୂର୍ଣା ଧଳ, ସୋନାଲି ଧଳ, କୁସୁମିତା ବାଗ, ପର୍ଶୁରାମ ଦାସ ପ୍ରମୁଖ ପରିଚାଳନା କରିଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଅନ୍ୱେଷା ପରିଵାରର ୧୦୧ ତମ ସାମୂହିକ ଜନ୍ମଦିନ ପାଳନ 

masiha

ଓରାମ ସମାଜର ଜାଗୃତି ଓ ହିତାର୍ଥେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ସମବାୟ ଉନ୍ନୟନ ପରିଷଦ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!