ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପରାହ୍ନ ପେପର ପକ୍ଷରୁ ବନ୍ଧୁ ମିଳନ, ସାମ୍ବାଦିକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା

ବାଲେଶ୍ଵର,୨୦/୮/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ଶିକ୍ଷକ ଭବନ ସଭାଗୃହ ମଧ୍ୟରେ ଦୈନିକ ପେପର ଅପରାହ୍ନ ପକ୍ଷରୁ ସାମ୍ବାଦିକ ମାନଙ୍କୁ ନେଇ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଏଡିଟର ବଂଶୀଧର ଜେନା । ଏଥିରେ ମୁଖ୍ୟ ଅତିଥି ଭାବେ ଖଇରା ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁ ଯୋଗ ଦେଇଥିବା ବେଳେ ଖଇରା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ଯକ୍ଷ ଉମେଶ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଖଇରା-ସିମୁଳିଆ ବ୍ଲକର ସମାଜସେବୀ ହିମାଂଶୁ ବେହେରା, ଖଇରା ସାମ୍ବାଦିକ ସଂଘର ସଭାପତି ଉତ୍କଳବନ୍ଧୁ ପଣ୍ଡା, ଅଧ୍ଯାପକ ତଥା ସାହିତ୍ୟିକ ଡ. ସୁକାନ୍ତ ଗିରି ଏବଂ ବରିଷ୍ଠ ସାମ୍ବାଦିକ ଅନାମ ଚରଣ ପଣ୍ଡା ମଞ୍ଚାସୀନ ଥିଲେ । ସାମ୍ବାଦିକ ସ୍ବର୍ଗତ ଦୟାନିଧି ମହାପାତ୍ରଙ୍କ ଉଦ୍ଦେଶ୍ୟରେ ୧ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରକୃତରେ ସାମ୍ବାଦିକ ମାନେ କିଭଳି ଭାବେ ନିଜର କର୍ମମୟ ଜୀବନ ବିତାଉଛନ୍ତି ହୃଦୟଙ୍ଗମ କରୁଛନ୍ତି ବୋଲି କହିବା ସଙ୍ଗେ ସଙ୍ଗେ ଅବସରପ୍ରାପ୍ତ ବୟସ୍କ ସାମ୍ବାଦିକ ମାନଙ୍କୁ ମାସିକ ୫ଶହ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ ଏଡିଟର ଶ୍ରୀ ଜେନା । ଆଚରଣ ଓ ଉଚାରଣକୁ ନେଇ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ବହୁ ଶିକ୍ଷଣୀୟ ଓ ଉପଦେଶାତ୍ମକ ମୂଳକ ବକ୍ତବ୍ୟ ରଖିଥିଲେ ଅଧ୍ଯକ୍ଷା ଶ୍ରୀମତୀ ସାହୁ । ଆଇନଜୀବୀ, ସାହିତ୍ଯିକା ଏବଂ ସାମ୍ବାଦିକା ସସ୍ମିତା ରାଉତଙ୍କ ସମେତ କେତେଜଣ ସାମ୍ବାଦିକ ମଧ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ପରିପ୍ରେକ୍ଷୀରେ କେତେଜଣ ସାମ୍ବାଦିକ ମାନଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟ ଅତିଥି ବ୍ଲକ ଅଧ୍ଯକ୍ଷା ଶ୍ରୀମତୀ ସାହୁ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅପରାହ୍ନ ସହିତ ଜଡିତ ଥିବା ଜ୍ଯୋର୍ତିମୟୀ ଶତପଥୀ ଏବଂ ଆଇନଜୀବୀ, ସାହିତ୍ଯିକା ଓ ସାମ୍ବାଦିକା ଶ୍ରୀମତୀ ରାଉତ । ଏଥିରେ ଅନେକ ସାମ୍ବାଦିକ ଉପସ୍ଥିତ ହୋଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ

masiha

ଜିଲ୍ଲା ସ୍ତରୀୟ ନିର୍ବାଚନ ପରିଚାଳନା ବୈଠକ ଅନୁଷ୍ଠିତ

masiha

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପଞ୍ଜିକରଣ ଶିବିର

masiha

Leave a Comment

error: Content is protected !!