ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରଙ୍କ ନିର୍ଦ୍ଦେଶକୁ ଖାତିର ନାହିଁ , ଖଣି ଲୋକଙ୍କୁ ଧରି କାହିଁକି କାର୍ଯ୍ୟ କରନ୍ତି ଦାସମାତ ସୋରେନ(ଡି.ଡି.ସି.ଏ )

ସରକାରଙ୍କ ନିର୍ଦ୍ଦେଶକୁ ଖାତିର ନାହିଁ , ଖଣି ଲୋକଙ୍କୁ ଧରି କାହିଁକି କାର୍ଯ୍ୟ କରନ୍ତି ଦାସମାତ ସୋରେନ(ଡି.ଡି.ସି.ଏ )

ବଡବିଲ – ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କ  ନିର୍ଦ୍ଦେଶକୁ ଯୋଡ଼ା ସ୍ଥିତ ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ ଶ୍ରୀ ଦାସମାତ ସୋରେନ ବେଖତିର କରୁଥିବା ଦେଖିବାକୁ ମିଳୁଛି। ତେବେ ଗତ କିଛି ଦିନ ଧରି ଯୋଡ଼ା ସ୍ଥିତ ସରକାରଙ୍କ ଉକ୍ତ ଖଣି ବିଭାଗଟି ସରକାରଙ୍କ ନିର୍ଦ୍ଦେଶ ଯାହା ରହିଛି ପ୍ରତ୍ୟେକ ମାସର ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ଦିନ କାର୍ଯ୍ୟାଳୟ ବନ୍ଦ ରହିବା କଥା କିନ୍ତୁ ଉପନିର୍ଦେଶକ ଶ୍ରୀ ସୋରେନ ବାରମ୍ବାର ଅବମାନନା କରି ବିଭାଗୀୟ କେତକ କର୍ମଚାରୀଙ୍କୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ କର୍ମଚାରୀ ମଧ୍ୟ ଉକ୍ତ ଶନିବାର କାର୍ଯ୍ୟ କରି ଆସୁଥିବାର ଦେଖିବାକୁ ମିଳେ। ହେଲେ ବିଭାଗ ଖୋଲା ରହି କାର୍ଯ୍ୟାଳୟରେ କାର୍ଯ୍ୟ ଚାଲୁ ରହିବାର କୌଣସି ନିର୍ଦ୍ଦେଶ ହସ୍ତଗତ ହୋଇନଥିବା ବେଳେ ଅନ୍ୟ ପଟେ ଦେଖିବାକୁ ଗଲେ ,ଉପର ମହଲାରେ ଥିବା ସରକାରଙ୍କ ବ୍ୟସ୍ତ ବହୁଳ ବିଭାଗ ତଥା ଗୁରୁ ଦାୟିତ୍ବ ନିର୍ବାହ କରୁଥିବା ଖଣି ବିଭାଗର ଖଣି ଉପନିର୍ଦେଶକ ଶ୍ରୀ ଦିନେଶ ଅଗ୍ରୱାଲା କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅକ୍ଷରେ ପାଳନ କରି ନିଜ ଅଧୀନରେ ଥିବା ବିଭାଗକୁ ସମ୍ପୂର୍ଣ ବନ୍ଦ ରଖିଥିବା ଦେଖିବାକୁ ମିଳେ । ତେବେ ବିଭାଗକୁ ଯାଇ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଶ୍ରୀ ସୋରେନ ବ୍ୟସ୍ତତା ଆଳ କହି ଦେଖା ଦେଉନାହାନ୍ତି।ଏପରିକି ଗତ କିଛି ଦିନ ଧରି ଫୋନ ଯୋଗେ ପଚାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ପୁଣି ବ୍ୟସ୍ତତା କହି ଫୋନ ରଖି ଦିଅନ୍ତି।ଯାହା ଏବେ ଉକ୍ତ ଦ୍ବୟ ଶନିବାର ସବିବରଣୀକୁ ଅନ୍ଧାରରେ ରଖି କୌଣସି ଏକ ଅନୀତିର କାର୍ଯ୍ୟକଳାପର ସୂତ୍ରପାତ ହେଉନିତ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି ?କାରଣ ଗତ କିଛି ଦିନ ତଳେ ଖୋଦ ଉପନିର୍ଦେଶକ ଶ୍ରୀ ସୋରେନ ଏକ ସାମ୍ବାଦିକ ସମ୍ମିଳନୀ କରି ବିଭାଗର ଗୁରୁତ୍ୱପୂର୍ଣ୍ଣ ମେସିନ ତଥା କେତକ କାର୍ଯ୍ୟପ୍ରଣାଳୀ ବିଷୟ ଖବର ପ୍ରସାରଣ କରି ସାର୍ବଜନୀନ କରିଥିଲେ । ଯାହାର ଉତ୍ତରରେ ମଧ୍ୟ ରାଜଧାନୀରେ ବସି କ୍ୟାମେରା ଯୋଗେ ସ୍ଥାନୀୟ ବିଭାଗ ଉପରେ କଡା ନଜର ରଖିଥିବା କଥା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁକାନ୍ତ ମିଶ୍ର କୁହନ୍ତି ।ହେଲେ ଏବେ କିନ୍ତୁ କେଉଁ ଘୋଟାଲାର ଅସଲ ମୁଖା କାଳେ ଖୋଲିଯିବା ଭୟରେ ସାମ୍ବାଦିକଙ୍କୁ ବିଭାଗ ମଧ୍ୟେ ପ୍ରବେଶକୁ ଏକ ପ୍ରକାର ମନା କରାଯାଉଛି । ଯାହା ବର୍ତ୍ତମାନ ଘଟଣା ଶ୍ରୀ ସୋରେନଙ୍କ କାର୍ଯ୍ୟକଳାପ ଉପରେ ପୂର୍ବର ଘଟଣା ଅନୁଧ୍ୟାନ ଯଦି କରାଯାଏ ତେବେ ଶ୍ରୀ ସୋରେଣଙ୍କ କାର୍ଯ୍ୟକଳାପ ଉପରେ ବେସ ଘନୀଭୂତ ହୁଏ ଯେ ସରକାରଙ୍କ ଛୁଟି ଦିନ ଥିବା ସତ୍ତ୍ବେ ଉକ୍ତ ଦିନ ଗୁଡ଼ିକରେ ବିଭାଗ ଭିତରକୁ ସାମ୍ବାଦିକଙ୍କୁ ନଛାଡିବା ପଛରେ ବୋଧ ହୁଏ ଖଣି ଲୋକଙ୍କୁ ଧରି କିକାର୍ଯ୍ୟ କରନ୍ତି ଉପନିର୍ଦେଶକ ଏବଂ ସାଥୀ ଅଫିସର ? ତେବେ ପ୍ରଶ୍ନ ଆସେ ଯେ ଯଦି କ୍ୟାମେରା ଯୋଗେ ଶ୍ରୀ ମିଶ୍ର ଯଦି କଡା ନଜର ରଖନ୍ତି ,ତେବେ ଯୁଗ୍ମ ନିର୍ଦ୍ଦେଶକଙ୍କୁ ଖଣି ଲୋକ ସରକାରୀ ଚୌକୀରେ ବସି ସରକାରୀ କାର୍ଯ୍ୟ କରିବା ଏବଂ ସରକାରଙ୍କ ଛୁଟି ଦିନ କଣ ଜଣା ପଡୁନି ବୋଲି ସାଧାରଣରେ ପ୍ରଶ୍ନ ଆସେ ?ତେବେ ଖଣି ଲୋକଙ୍କ ସହ ଶ୍ରୀ ସୋରେନ ଏବଂ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମିଶ୍ରଙ୍କ ଏପରି କି ନିବିଡ ସମ୍ପର୍କ ରହିଛି ଯେ ଯେଉଁ ଠାରେ ବିଭାଗର କାର୍ଯ୍ୟାଳୟ ସମ୍ମୁଖର ବାରଣ୍ଡାକୁ ସାମ୍ବାଦିକଙ୍କୁ ଆସିବାକୁ ମନା କରାଯାଉଥିବା ବେଳେ ଖଣି ଲୋକ କିପରି ବେଧଡକ ଭାବରେ ଯିବା ଆସିବା କରନ୍ତି ? ଯଦି ଖଣି ଲୋକ ସହ ଉଭୟ ଶ୍ରୀ ସୋରେନ ଏବଂ ଶ୍ରୀ ମିଶ୍ରଙ୍କ କୌଣସି ସମ୍ପର୍କ ଯଦି ନାହିଁ ? ଏତେ ସବୁ ତଥ୍ୟ ଭିତ୍ତିକ ଖବର ସତ୍ତ୍ବେ ବିଭାଗୀୟ ମୁଖିଆ ଶ୍ରୀ ଜି ରାଜେଶ ନିର୍ଦ୍ଦେଶକ କେଉଁ କାରଣରୁ ନିଦା ବିଷ୍ଣୁ ପାଲଟିଛନ୍ତି । ତେବେ ଏପରି ଯଦି ଚାଲୁ ରହିବ ତେବେ ବେଶୀ ଦିନ ଲାଗିବନି ଯେବେ ଖଣି ଲୋକ ଆସି ବିଭାଗ କିମ୍ବା ଅଫିସରଙ୍କ ମୁଣ୍ଡରେ ବସି ସବୁ ଖାଇ ଚାଲି ଯିବା ଥୟ ବୋଲି ସାଧାରଣରେ ଆଲୋଚନା ଶୁଣିବାକୁ ମିଳେ।

ଦେବି ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଳାର ୩୯ ଗୋଟି ସ୍ଥାନରେ ଡା.ସାମୁଏଲ ଫେଡ୍ ରିକ୍ ହାନିମ୍ୟାନଙ୍କ ୨୭୧ ତମ ଜନ୍ମଜୟନ୍ତୀ ତଥା ବିଶ୍ୱ ହୋମିଓପାଥି ଦିବସ -୨୦୨୬ ମହା ସମାରୋହରେ ପାଳିତ 

Sunil Chandra Nayak

ଦୁର୍ନୀତି ର ଏନ୍ତୁଡିଶାଳ ଜୟପାଟଣା ପଞ୍ଚାୟତ ସମିତି, ବିନା ସୂଚନା ଫଳକରେ ଚାଲିଛି ନିର୍ମାଣ କାର୍ଯ୍ୟ

ବିପୁଳିଙ୍ଗି ଠାରେ ନବଦିନ ବ୍ୟାପୀ ରାମଚରିତ ମାନସ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ସନ୍ଥ ସମାବେଶ

masiha

Leave a Comment

error: Content is protected !!