ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡକ ଦୁର୍ଘଟଣାରେ ୨ ବାଇକ ଆରୋହି ଗୁରୁତର

ସଡକ ଦୁର୍ଘଟଣାରେ ୨ ବାଇକ ଆରୋହି ଗୁରୁତର

ବାଲେଶ୍ଵର,୨୪/୯/୨୩ – ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ସୋର-କୁପାରୀ ରାସ୍ତାର କୋଚିଆକୋଇଲି ପୋଲ ନିକଟରେ ଡଷ୍ଟ ବୋଝେଇ ଟ୍ରକ ପଛପଟକୁ ପିଟିଲା ବାଇକ, ଦୁଇ ବାଇକ ଆରୋହି ଗୁରୁତର ହୋଇ ଖଇରା ମେଡିକାଲରେ ଭର୍ତ୍ତି । ଗୁରୁତର ହେଲେ ଅର୍ଜୁନପୁର ଗ୍ରାମର ରମାକାନ୍ତ ଦାସ ଏବଂ କୁମ୍ଭୁକା ଗ୍ରାମର ବାବୁଲି ଦାସ । ପ୍ରକାଶ ଥାଉକି ସନ୍ଧ୍ୟାରେ ରମାକାନ୍ତ ଏବଂ ବାବୁଲି ଦୁଇଜଣ ବାଇକ ଯୋଗେ କୁପାରୀରୁ ଖଇରା ଅଭିମୁଖେ ଆସୁଥିବା ବେଳେ କୋଚିଆକୋଇଲି ପୋଲ ନିକଟରେ ଏକ ଡଷ୍ଟ ବୋଝେଇ ଟ୍ରକ(ଓ ଆର୍ ୨୨ ଏଫ ୮୭୮୬)ପଛପଟକୁ ବାଇକ ଧକ୍କା ଦେଇଥିଲା, ଫଳରେ ଦୁଇଜଣ ଘଟଣା ସ୍ଥଳରେ ଗୁରୁତର ହୋଇପଡିଥିଲେ । ଖବରପାଇ ଖଇରା ଅଗ୍ନିଶମ ବିଭାଗ ଏବଂ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଦୁଇଜଣଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଖଇରା ମେଡିକାଲକୁ ନେଇଥିଲେ । ହେଲେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବଦ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପୁରୁଷୋତ୍ତମପୁର ବ୍ଲକରେ ମା ଶଙ୍କଟ ତାରିଣୀ ଏସ ହେଚ ଜି ଗ୍ୟାସଗ୍ରୁପ କୁ ସୁରକ୍ଷା ପ୍ରଦାନ ସହିତ ଅଧିକ ଗ୍ୟାସ ଦେବା ପାଇଁ ଗ୍ରାହକ ଙ୍କ ଦାବି 

Sunil Chandra Nayak

ପୁନଃ ଆରମ୍ଭ ହେବ ବାର୍ ରୁମ୍ ନିର୍ମାଣ କାର୍ଯ୍ୟ

masiha

ଅନାଥଙ୍କୁ ସହାୟତାର ହାତ ବଢ଼େଇଲେ ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ 

masiha

Leave a Comment

error: Content is protected !!