ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ବ୍ୟୁରୋ ନିୟୁଜ୍  // ୨.୫.୨୩ ତାରିଖ ରେ କୋଲନରାସ୍ଥ ବ୍ରାହ୍ମଣ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷିକା ଜୀବନ ରୁ ଅବସର ନେଇ ଥିବା ଶ୍ରୀମତୀ ପଦ୍ମିନୀ କୁମାରୀ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଂପନ୍ନ ହୋଇ ସାରିଛି ।

ଏହି ଉତ୍ସବ ରେ ଅବସର ନେଇ ଥିବା ଶିକ୍ଷିକାଙ୍କ ସହ ବରିଷ୍ଠ ଶିକ୍ଷକ ସର୍ବଶ୍ରୀ ସୁରେନ୍ଦ୍ର ପାଢ଼ୀ, ତାଡ଼ିଂଗି ସିଂଗାନା,ମୂରଲୀଧର ଚିନ୍ତାଡ଼ା ଓ ଶିକ୍ଷିକା ଶ୍ରୀମତୀ ପି. ଶାେଭାରାଣୀ ପଟ୍ଟନାୟକ ମଂଚାସୀନ ଥିଲେ ।

 ଶିକ୍ଷକ ତଥା କବି ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀଙ୍କ ମଂଚ ପରିଚାଳନା ଓ ସଂଯୋଜନା ରେ ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ବାଳକୃଷ୍ଣ ସାହୁଙ୍କ ଆଧ୍ୟାତ୍ମିକ ବନ୍ଦନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା ।

କୋଲନରା କ୍ଲଷ୍ଟର୍ ସି.ଆର୍.ସି. ଶ୍ରୀ ଦୀପକ୍ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କୋଲନରା କ୍ଲଷ୍ଟର୍ ର ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ,ଶିକ୍ଷିକା ମାନେ ଯୋଗଦାନ ଦେଇ ଅବସର ନେଇ ଥିବା ଶିକ୍ଷକା ଶ୍ରୀମତୀ ପଦ୍ମିନୀ ସାହୁଙ୍କ ଗତ ଶିକ୍ଷକତା ଜୀବନର ସ୍ମୃତି ସବୁକୁ ସାଉଁଟି ଥିଲେ ।ଏହା ପୂର୍ବରୁ ଶ୍ରୀମତୀ ପଦ୍ମିନୀ ସାହୁ କୋଲନରା ର ଗୋପବନ୍ଧୁ ନଗର ବିଦ୍ୟାଳୟ ରେ ଶିକ୍ଷକତା କରୁ ଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଗଛଲତାକୁ ରାକ୍ଷୀ ବାନ୍ଧିଲେ ବନ ବିଭାଗ କର୍ମଚାରୀ ଓ ବନ ସୁରକ୍ଷା ସମିତିର ସଭ୍ୟସଭ୍ୟା 

masiha

ଆଲୋଚନାଚକ୍ର “ବ୍ୟାସଦେବ ସୃଜନ ଚିନ୍ତନ”ର ଦ୍ଵିତୀୟ ଅର୍ଘ୍ୟ “ଅଗ୍ନିମୀଳେ ପୁରୋହିତମ୍” ଅନୁଷ୍ଠିତ

Sunil Chandra Nayak

ଇଂ.ସରୋଜ ପଟ୍ଟନାୟକଙ୍କ ଶୋକସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!