ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଜୀ-ସାର୍ଥକ ପ୍ରସ୍ତୁତ ଚଳଚ୍ଚିତ୍ର “ଧୋକା” (ଦ ଗେମ୍‌ ଅଫ୍‌ ଲଭ୍‌)’ର ଅଡିଓ ଲୋକାର୍ପିତ

ଜୀ-ସାର୍ଥକ ଦ୍ୱାରା ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର “ଧୋକା” (ଦ ଗେମ୍ ଅଫ ଲଭ) ଆସନ୍ତା ମେ ୭ ତାରିଖ ରବିବାର ସନ୍ଧ୍ୟା ସାଢେ ୬ ଟା ରେ ୱାର୍ଲଡ ଟିଭି ପ୍ରିମିଅର ଶୋ’ ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅଡିଓ ଲୋକାର୍ପଣ ଉତ୍ସବ ରେ ଜୀ-ସାର୍ଥକ ଫିଲ୍ମ ର କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର, ମାର୍କେଟିଙ୍ଗ ହେଡ଼ ବିଶ୍ୱରଞ୍ଜନ ବରାଳ, ନିର୍ଦ୍ଦେଶକ ତ୍ରିପତି ସାହୁ, ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ସଂଳାପକାର ଡ଼ଃ ରଜନୀ ରଞ୍ଜନ, ନାୟକ ଭୂମିକାରେ ଥିବା ଅଭିନେତା ଶୁଭାଶିଷ ଶର୍ମା, ଅଭିନେତ୍ରୀ କୁକିଜ୍ ସ୍ବାଇଁ, ଅଭିନେତ୍ରୀ ଅଭିପ୍ସା ଭଞ୍ଜ, ଜଗନ୍ନାଥ ସାହୁ ଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଓ ଗୀତିକାର ନିର୍ମଳ ନାୟକ,କଣ୍ଠଶିଳ୍ପୀ ବିଷ୍ଣମୋହନ କବି,ଅମ୍ରିତା,ଜିତୁ ପ୍ରମୁଖ ଉପସ୍ଥିତ ଥିଲେ l 

ଏସ ପି ପି ପ୍ରଡକସନ୍ସ ବ୍ୟାନର୍ ରେ ନିର୍ମାଣ ହୋଇଥିବା ଚଳଚ୍ଚିତ୍ର “ଧୋକା” (ଦ ଗେମ୍ ଅଫ ଲଭ) ର ସଂଳାପ ଡ଼ଃ ରଜନୀ ରଞ୍ଜନ ଲେଖିଥିବା ବେଳେ, ପ୍ରଯୋଜନା କରିଛନ୍ତି କ୍ଷୀରୋଦ ପଟ୍ଟନାୟକ ଓ ନିର୍ଦ୍ଦେଶନା ଭାର କାନ୍ଧେଇଛନ୍ତି ତ୍ରିପତି ସାହୁ l ସମସ୍ତ ଗୀତ ଡ଼ଃ ନିର୍ମଳ ନାୟକ ରଚନା କରିଛନ୍ତି ଓ ସ୍ୱର ରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର l କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଅମ୍ରିତା, ବିଷ୍ଣୁ, ଏବଂ ଜିତୁ କଣ୍ଠଦାନ କରିଛନ୍ତି l

ଫିଲ୍ମ ର ନାଁ ରୁ ଜଣା ପଡୁଛି ନିଶ୍ଚିତ ଭାବରେ କେହି ଜଣେ କାହାକୁ ଦେଉଛି ଧୋକା ହେଲେ, କିଏ କାହାକୁ ଦେଉଛି ଧୋକା? ନାୟକ ନାୟିକା କୁ ନା ନାୟିକା ନାୟକକୁ? ଧୋକା ଦେବା ପଛରେ କାରଣ ଅବା କଣ ହୋଇପାରେ? ଏମିତି କିଛି ପ୍ରଶ୍ନର ଉତ୍ତର ଆପଣଙ୍କୁ ମିଳିବ କେବଳ ଜୀ ସାର୍ଥକ ରେ ଆସନ୍ତା ମେ ୭ ତାରିଖ ସନ୍ଧ୍ୟା ସାଢେ ୬ଟା ରେ l ନାୟକ ନିଜର ସାଥିକୁ ସମସ୍ତ ଅସୁବିଧାରୁ ବଞ୍ଚେଇବାକୁ ଯାଇ ନିଜେ ପହଁଚୁଛି ଜେଲ ରେ ପୁଣି ଜେଲ ରୁ ବାହାରି ଓଡ଼ିଶାର ଗୋଟେ ବହୁତ ବଡ଼ ପ୍ରତିଷ୍ଠାନର ମାଲିକଙ୍କ ଝିଅ କୁ ଭଲ ପାଉଛି l କାହାଣୀ ରେ ଆସିଛି ଅପ୍ରତ୍ୟାଶିତ ମୋଡ଼ l ନିଜର ପିଲାଦିନ ସାଥି କୁ ଛାଡି ବଡ଼ ଘର ଝିଅକୁ ଭଲ ପାଉଥିବା ନାୟକର ଏପରି ପରିବର୍ତ୍ତନ ଆଶ୍ଚର୍ଯ୍ୟ କରିଛି l କାହାଣୀ ରେ ଅଛି ଅନେକ ନୂତନତ୍ତ୍ୱ l ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ ବୋଲି ନିର୍ଦ୍ଦେଶକ ଦୃଢୋକ୍ତି ପ୍ରକାଶ କରିଛନ୍ତି l 

ଜୀ-ସାର୍ଥକ ଦ୍ୱାରା ପ୍ରସ୍ତୁତ ହୋଇଥିବା ସମସ୍ତ ସିନେମା କୁ ଦର୍ଶକ ଘରେ ବସି ଦେଖିକି ଯେତିକି ଭଲ ପାଇବା ଦେଇଛନ୍ତି ଚଳଚ୍ଚିତ୍ର ଧୋକା କୁ ମଧ୍ୟ ଠିକ୍ ସେହିପରି ଭଲ ପାଇବା ଦେବେ ବୋଲି ଜୀ ସାର୍ଥକ ଫିଲ୍ମସ ର କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର ଗଣମାଧ୍ୟମ ଆଗରେ ମତ ଦେଇଥିଲେ l

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡିଆ ଅସ୍ମିତାର ସ୍ବର୍ଣ୍ଣାଭ ସ୍ୱାକ୍ଷର… ୪୬ ବର୍ଷ ପରେ ପୁନଃ ପ୍ରଦର୍ଶନ ହେଲା “ସମର୍ପଣ” ୪୫ କଳାକାର ସମ୍ବର୍ଦ୍ଧିତ

masiha

ଢେ଼ଙ୍କାନାଳ ମାଟି ଓ ଜାତି ର ଆଭା ବଖାଣିଲା ‘ସମର ତରଙ୍ଗ’ ଗୀତିନାଟ୍ୟ

Sunil Chandra Nayak

ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍’ ର ଓ୍ବାର୍ଲଡ ଟିଭି ପ୍ରିମିୟର‌କୁ ଏକାଠି ବସି ଉପଭୋଗ କଲେ କଳାକାର

Sunil Chandra Nayak

Leave a Comment

error: Content is protected !!