ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୈଶାଖୀ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଘାଟିତ

ଢେଙ୍କାନାଳ,୨/୫(ମ ନି ସ): ଢେଙ୍କାନାଳ ମିନିଷ୍ଟାଡିୟମଠାରେ ଗୁଡନାଇଟ୍ କ୍ଲବ୍ ତରଫରୁ ବୈଶାଖୀ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ମଙ୍ଗଳବାର ସଂଧ୍ୟାରେ ରଙ୍ଗାରଙ୍ଗ ପରିବେଶରେ ଉଦଘାଟିତ ହୋଇଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ, ମୁଖ୍ୟବକ୍ତା ଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ, ନନ୍ଦିଘୋଷ ଟିଭିର ମୁଖ୍ୟ ସଂପାଦକ ଶିଶିରଭଟ୍ଟ ମିଶ୍ର, ଚଳଚ୍ଚିତ୍ର ପ୍ରଯୋଜକ ଦୀପକ କୁମାର ମିଶ୍ର, ଶିଳ୍ପଦ୍ୟୋଗୀ ହର୍ଷବର୍ଦ୍ଧନ ସିଂହଦେଓ, ସଦର ବିଡ଼ିଓ ଙ୍କାନାଳର ଐତିହ୍ୟ, କଳା, ସଂସ୍କୃତି, ପରମ୍ପରା ବିଷୟରେ ଆଲୋକପାତ କରିଥିଲେ । ଗୁଡନାଇଟ୍ କ୍ଲବ୍ ସଭାପତି ସୁକାନ୍ତ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଅତିଥିମାନେ ସ୍ମରଣୀକା ଉନ୍ମୋଚନ କରାଯାଇଥିଲା । ପରେ ବରିଷ୍ଠ କଣ୍ଠଶିଳ୍ପୀ ତଥା ସଂଗୀତ ନିଦେ୍ର୍ଦଶକ ସୁଧାକର ମିଶ୍ର, ଯୁବ ଉଦ୍ୟୋଗୀ ରାଜେଶ ସୋନି, ସମାଜସେବୀ ଡ. ସୁରେଶ ଚନ୍ଦ୍ର ପଣ୍ଡା, ସୁଶାନ୍ତ କୁମାର ସାହୁ, ମନୋରଞ୍ଜନ ମହାନ୍ତି, ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ଏସ୍ କେ କଲିମୁଲ୍ଲା, ସମାଜସେବୀ ଚିତ୍ତରଞ୍ଜନ ମହାନ୍ତିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । କ୍ଲବର କାର୍ଯ୍ୟକାରୀ ସଭାପତି ରତନ ନାୟାର ସ୍ୱାଗତ ଭାଷଣ ଦେଇଥିବାବେଳେ ଆବାହକ ସତ୍ୟସ୍ୱରୂପ ଦାସ ଅନୁଷ୍ଠାନର ଆଭିମୁଖ୍ୟ ପ୍ରଦାନ କରିଥିଲେ । ସଂପାଦକ ବିଶ୍ୱନାଥ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ରତନ ନାୟାର ଓ ଦେବାଶିଷ ମିଶ୍ର ମାନପତ୍ର ପାଠ କରିଥିଲେ । ଶେଷରେ ବିନୋଦ ମହାନ୍ତି ଧନ୍ୟବାଦ ଦେଇଥିଲେ । ପରେ ଲକ୍ଷ୍ମୀକାନ୍ତ ସାହୁଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଶିଷ୍ଟ କମେଡିନିଆନ୍ ପପୁ ପମପମ୍ ନିଜ ଯାଦୁକାରୀ କମେଡିରେ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ପାଇଁ ଚଳ ଚଞ୍ଚଳ ମହିମା ଗାଦି

Sunil Chandra Nayak

ବାଲୁକା କଳାରେ ସହୀଦ ଭଗତ ସିଂ ଙ୍କୁ ଶ୍ରଦ୍ଧାଞ୍ଜଳି

masiha

ନାକେ ଦମ କରିସାରିଲେଣି ୩୫ଟିକିଆ ହାତୀ ପଲ

masiha

Leave a Comment

error: Content is protected !!