ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମ ପଞ୍ଚାୟତ ସ୍ତରିୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ

ଜୟପାଟଣା:୬/୧/୨୩// କଳାହାଣ୍ଡିର କଳା, ସଂସ୍କୃତି, ପାରମ୍ପରିକ ନୃତ୍ୟ, ଗୀତ,ଭାସ୍କର୍ଯ୍ୟର ପୁନରୁଦ୍ଧାର କରାଯିବାର ମୁଳଲକ୍ଷ୍ୟ ନେଇ ଆୟୋଜିତ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା । ଗତ ଦୁଇବର୍ଷ କୋରନା ମହାମାରୀର ପ୍ରଭାବ ଯୋଗୁଁ ଏହି ଉତ୍ସବର ଆୟୋଜକ ବନ୍ଦ ରହିଥିଲା । ଚଳିତ ବର୍ଷ ଏହାର ପୁନରାରମ୍ଭ ହୋଇଥିବାରୁ ବିପୁଳ ଜନ ସମାବେଶ ଦେଖିବାକୁ ମିଳୁଛି ।

ଜୟପାଟଣା ବ୍ଲକର ଗ୍ରାମ ପଞ୍ଚାୟତ ସ୍ତରିୟ କଳାହାଣ୍ଡି ଉତ୍ସବ ଘୁମୁରା ୩ତାରିଖ ରୁ ୫ତାରିଖ ୩ଦିନ ବ୍ୟାପି ପର୍ଯ୍ୟାୟ କ୍ରମେ ୨୨ଟି ରୁ ୨୧ଟି ପଞ୍ଚାୟତରେ ଆୟୋଜିତ ହୋଇଥିଲା । ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନିଗ୍ଧାରାଣୀ ପ୍ରଧାନ, ବ୍ଲକ ଅଧ୍ୟକ୍ଷ ଥବିର ବାଗ,ସମସ୍ତ ସରପଞ୍ଚ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ,ତଥା ପର୍ଯ୍ୟବେକ୍ଷକ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ହାରାହାରି ସମସ୍ତ ପଞ୍ଚାୟତ ଗୁଡିକରେ ଏକରୁ ଆରେକ ଅତି ସୁନ୍ଦର ମନଲୋଭା କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇଯାଇଛି । ଏହି ଉତ୍ସବ ଅଭିନବ ଉପାୟରେ ପ୍ରତିଯୋଗିତା ମାଧ୍ୟମରେ ଆୟୋଜିତ ହୋଇଥିବାରୁ ପ୍ରାୟ ସବୁ ଗ୍ରାମ ପଞ୍ଚାୟତରେ ୧୯-୨୦ ପଦର୍ଶନ ହୋଇଥିଲା । ସିନ୍ଧିକାଗୁଡା ଗ୍ରାମ ପଞ୍ଚାୟତରେ ଉତ୍ସବ ଆୟୋଜନ ହୋଇ ପାରିନାହିଁ ଏବଂ ୩-୪ଟି ଗ୍ରାମ ପଞ୍ଚାୟତରେ ଅତ୍ୟନ୍ତ ସାଧାରଣ ଆୟୋଜକ ହୋଇଥିଲା ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

ମୋବାଇଲ ବିସ୍ଫୋରଣରେ ଘରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୫ ଜଣିଆ ପରିବାର

Sunil Chandra Nayak

ଖଡିଆଳ ରେ ରାଷ୍ଟ୍ରୀୟ ଲୋକଅଦାଳତ

Sunil Chandra Nayak

ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ କାର୍ଯ୍ୟକ୍ରମକୁ ସଫଳ ରୂପ ଦେବାକୁ ଜିଲ୍ଲା ପ୍ରଶାସନର ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!