ମୟୂରଭଞ୍ଜ -୫/୧/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ଯାମଦା ବ୍ଳକର ବ୍ଲକ ବିଜେଡି ସଭାପତି ସିଦ୍ଧିଲାଭ ହେମ୍ବ୍ରମ (୪୮) ଙ୍କର ବୁଧବାର ଦିନ କଟକର ଏକ ଘରୋଇ ହସ୍ପିଟାଲରେ ଅକାଳ ବିୟୋଗ ହୋଇଯାଇଛି । ସେ ଗତ କିଛିମାସ ହେଲା ବ୍ରେନ୍ ଟ୍ୟୁମର ଯୋଗୁଁ ଅସୁସ୍ଥ ଥିଲେ ।ନିକଟରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । କିନ୍ତୁ ଡାକ୍ତରମାନଙ୍କ ଶତ ଚେଷ୍ଟା ସତ୍ତ୍ବେ ତାଙ୍କୁ ବଂଚାଇ ଯାଇ ପାରିନଥିଲା ।ଆଜି ଗୁରୁବାର ଦିନ ତାଙ୍କ ମର ଶରୀରକୁ ଜାମଦା ବ୍ଳକର ପୈତୃକ ଗ୍ରାମ ପାସନା ପଞ୍ଚାୟତର ଵାନ୍ଦୁଦୁମା ଗ୍ରାମକୁ ଅଣାଯାଇଥିଲା ।ତାଙ୍କର ମର ଶରୀର ଜାମଦାରେ ତାଙ୍କ ପୈତୃକ ଗ୍ରାମରେ ପହଞ୍ଚିବା ପରେ ବାମନଘାଟୀ ଉପଖଣ୍ଡର ବିଜେଡି ଦଳୀୟ ନେତୃବୃନ୍ଦ,କର୍ମି, ଶୁଭେଛୁ ଏବଂ ଜ୍ଞାତି ପରିଜନ ତାଙ୍କ ଗ୍ରାମରେ ପହଞ୍ଚି ଥିଲେ ।ଜାମଦା ବ୍ଳକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ,ଦୁର୍ଗା ଚରଣ ହେମ୍ବ୍ରମ, ମୟୂରଭଞ୍ଜ (୨)ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ପୂର୍ବତନ ବିଧାୟକ ସାହିବା ସୁଶିଲ ହାଁସଦା, ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ ବିଜେଡି ନେତା ସୁବାସ ମଣ୍ଡଳ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,ଜାମଦା ବ୍ଳକର ୨ ଜିଲ୍ଲା ପରିଷଦ ସଦସ୍ୟ ବାବୁଲାଲ ଟୁଡୁ ଏବଂ ପୂର୍ଣ୍ଣ ଚନ୍ଦ୍ର ମାର୍ଣ୍ଡୀ,ତିରିଂ ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ଚନ୍ଦ୍ର ମୁଣ୍ଡା,ତିରିଂ ବ୍ଳକ ପୂର୍ବତନ ଅଧ୍ୟକ୍ଷା ଜେମାମଣି ଭୁଣ୍ଡି, ମୟୂରଭଞ୍ଜ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ଜଲେନ ବାର୍ଦା,ଵହଳଦା ଜିଲ୍ଲା ପରିଷଦ ସଦସ୍ୟା ସୂର୍ଯ୍ୟମଣି ହାଁସଦା, ରାଇରଙ୍ଗପୁର ଜିଲ୍ଲା ପରିଷଦ ସଦସ୍ୟ ସଚିକାନ୍ତ ମହାନ୍ତ, ମହିଳା ବିଜେଡି ସଭାନେତ୍ରୀ ତନୁଜା ମହାନ୍ତ,ବିଜୁ ସେତୁ ଯୋଜନା ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ରତିକାନ୍ତ ପରୀକ୍ଷା,ଗ୍ରାମୀଣ ବିଦ୍ୟୁତ ଶକ୍ତି ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଦିପ୍ତୀମାନ ବଳ, ମୟୂରଭଞ୍ଜ (୧) ଜିଲା ବିଜେଡି ଉପସଭାପତି ସ୍ବରୂପ ବେହେରା,ଜିଲ୍ଲା କୃଷି କର୍ମଚାରୀ ସଂଘ ସଭାପତି ରାଜ କୁମାର ମହାନ୍ତ,ଵାଣଜୁ ହେମ୍ବ୍ରମ,ମଟକା ବିରୁଆ,ଦିକୁଲ ବାଗେ, ବିଶ୍ବନାଥ ବେଶ୍ରା,ପିଥ ବାର୍ଦା, ଡମ୍ବରୁଧର ହେମ୍ବ୍ରମ, ଅଂଜନ ମଣ୍ଡଳ,ବାବୁଲା ପାତ୍ର,ରବି ମାଝୀ,ବ୍ଳକର ଜନପ୍ରତିନିଧି ପ୍ରମୁଖଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି,ମାନ୍ଯ ଗଣ୍ଯ ବ୍ୟକ୍ତି ପ୍ରମୁଖ ବହୁ ସଂଖ୍ୟାରେ ପହଞ୍ଚି ଦିବଂଗତ ପ୍ରିୟ ସାଥୀଙ୍କ ଶେଷ ଦର୍ଶନ କରିବା ସହ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କର ଅମର ଆତ୍ମାର ସ୍ଥିତି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ ।ସିଦ୍ଧିଲାଭ ହେମ୍ବ୍ରମ ଜଣେ ଜାମଦା ବ୍ଳକର ତରୁଣ ଯୁବ ନେତା । ସେ ବାମନଘାଟୀ ଉପରେ ଜଣେ ଜଣାଶୁଣା ଯୁବକ ଏବଂ ଦିକୁ ନାମରେ ପରିଚିତ । ଯାହାର କେହି ନାହାନ୍ତି ତାଙ୍କର ଦିକୁ ଭାଇ ଅଛନ୍ତି । ବିଜେଡିର ଜଣେ ଦକ୍ଷ ସଂଗଠକ । ତାଙ୍କ ସାଂଗଠନିକ ଦକ୍ଷତା ଯୋଗୁଁ ଜାମଦା ବ୍ଳକରେ ବିଜେପି ହାତରୁ ଛଡ଼ାଇ ନେଇ ବିଜେଡି ଦଖଲ କରିଛି ।ସେ ଜଣେ ମିଷ୍ଟଭାଷୀ,ଅମାୟିକ, ସମାଜସେବୀ, ପରୋପକାରୀ, କର୍ତ୍ତବ୍ୟନିଷ୍ଠ ଓ ମେଳାପି ଯୁବକ ଥିଲେ । ତାଙ୍କ ମୃତ୍ୟୁରେ ଯାମଦା ତଥା ବାମନଘାଟୀ ଉପଖଣ୍ଡରେ ଅଂଚଳରେ ଶୋକରେ ଛାୟା ଖେଳିଯାଇଛି । ଏକ ଶୋକାକୁଳ ପରିଵେଶ ଭିତରେ ସମସ୍ତଙ୍କ ଉପସ୍ଥିତରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା ।
previous post