ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ ନୂଆଁଖାଇ ଭେଟଘାଟ୍ ୨୦୨୪ ପାଳିତ

ତେରେସିଂହାରେ ନୂଆଁଖାଇ ଭେଟଘାଟ୍ ୨୦୨୪ ପାଳିତ

କର୍ଲାମୁଣ୍ଡା: ପଶ୍ଚିମ ଓଡ଼ିଶାର ମହାନ୍ ଗଣପର୍ବ ତଥା କୃଷି ଭିତ୍ତିକ ପର୍ବ ନୂଆଁଖାଇ ଉପଲକ୍ଷେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସ୍ଥିତ ମାଁ ମାଣିକେଶ୍ବରୀ ଯୁବ କଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୨ତମ ନୂଆଁଖାଇ ଭେଟଘାଟ୍ ୨୦୨୪ ଅନୁଷ୍ଠିତ ହୋଇ ଯାଇଛି l ଅନୁଷ୍ଠାନର ସଭାପତି ବିଶ୍ବମ୍ବର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ମୂରଲୀଧର ରଣା, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ପୁରୋହିତ, ଅବସର ପ୍ରାପ୍ତ ଶିକ୍ଷକ ମଙ୍ଗଳ ମାଝୀ, ଗଦାଧର ରଣା, ଦେବାର୍ଚ୍ଚନ ରଣା, ମୁଖ୍ୟବକ୍ତା ଭାବରେ ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହୃଷିକେଶ ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ l ଏହି ଅବସରରେ ବିଚାରକ ଭାବେ ରାଧାବଲ୍ଲଭ ନାଟ୍ୟ ସଂସଦର ପୂର୍ବତନ ସଂପାଦକ କୃଷ୍ଣଚନ୍ଦ୍ର ରଣା ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ଦେବେନ୍ଦ୍ର ରଣା ମଞ୍ଚ ପରିଚାଳନା କରିଥିଲେ l ପ୍ରତିବର୍ଷ ପରି ବୃଦ୍ଧବୃଦ୍ଧାମାନଙ୍କୁ ଉତ୍ତରୀୟ ପ୍ରଦାନ, ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଏହି ଭେଟଘାଟ୍ କାର୍ଯ୍ୟକ୍ରମରେ ମାଠିଆ ପିଟା, ନୃତ୍ୟ, ଗୀତ, ଚୌକିବସା ଆଦି ପ୍ରତିଯୋଗୀତା ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇ ଥିଲା l ଏଥିରେ ଅନୁଷ୍ଠାନର ସମ୍ପାଦକ ରୋହିତ ରଣା, ସଦସ୍ୟ ହରିଶଙ୍କର ମାଝୀ, ନଟୁ ରଣା, ଅଜୟ କୁମାର ରଣା, ହରେନ୍ଦ୍ର ରଣାଙ୍କ ସମେତ ଅନେକ ସଦସ୍ୟ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସୋନମ ୱାଂଚୁ ଙ୍କ ଆନ୍ଦୋଳନ କୁ ସମର୍ଥନ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବହିଷ୍କାର ଦାବୀ କଲା ଓଡିଶା ମୂଳନୀବାସୀ ବହୁଜନ ମିଳିତମହାସଂଘ.

Sunil Chandra Nayak

ଅଗ୍ନୀକାଣ୍ଡରେ ଜଳିଗଲା ୨ ବଖରା ଘର:ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ

Sunil Chandra Nayak

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ କର୍ମକର୍ତ୍ତା 

masiha

Leave a Comment

error: Content is protected !!