ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତା ଫଳାଫଳ, ସୁବର୍ଣ୍ଣପୁର ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତା ଫଳାଫଳ, ସୁବର୍ଣ୍ଣପୁର ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

ବାଲେଶ୍ଵର,୨୪/୯/୨୩- ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦରେ ପ୍ରାୟ ପ୍ରତ୍ୟେକ ରବିବାର ଗଦ୍ୟ କିମ୍ବା ପଦ୍ଯ ପ୍ରତିଯୋଗିତା ହୋଇଥାଏ । ଯଦିଓ ଗଦ୍ୟ ସାହିତ୍ୟର ବିକାଶ ନିମନ୍ତେ ଏ ଅନୁଷ୍ଠାନ ଗଠିତ, କିନ୍ତୁ ବେଳେବେଳେ ପଦ୍ଯ ସାହିତ୍ୟକୁ ମଧ୍ୟ ପ୍ରାଧାନ୍ୟ ଦେଇଥାଏ । ଏହା ଏକ ଶିକ୍ଷାର ଅନୁଷ୍ଠାନ କହିଲେ ଅତ୍ଯୁକ୍ତି ହେବନାହିଁ । ଏଠାରୁ ଶିକ୍ଷା ଲାଭ କରି କେତେକ ଅନ୍ୟ ଅନୁଷ୍ଠାନ ମାନଙ୍କରେ ବିଭିନ୍ନ ଆସନ ଅଳଙ୍କୃତ କଲେଣି, ଯାହା ଏ ଅନୁଷ୍ଠାନ ପାଇଁ ଗର୍ବ ଓ ଗୌରବର ବିଷୟ । ଏହା ମୁଖ୍ୟତଃ ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ମଙ୍ଗ ଧରିଛି । ଗଳ୍ପ, ପ୍ରବନ୍ଧ, ନିବନ୍ଧ, କାହାଣୀ, ଭ୍ରମଣ କାହାଣୀ, ଜାଣିବା କଥା, ରମ୍ଯରଚନା ଇତ୍ୟାଦି ପ୍ରତିଯୋଗିତା ମାଧ୍ୟମରେ ସମସ୍ତଙ୍କୁ ଶିକ୍ଷା ଦିଆଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଜି(୨୪/୯/୨୦୨୩) ରବିବାର ପ୍ରତିଯୋଗିତାର ପ୍ରସଙ୍ଗ ଥିଲା- ” ଶାନ୍ତ ଅପରାହ୍ନର ସ୍ମୃତି ” । ଏଥିରେ ବିଭିନ୍ନ ଜିଲ୍ଲାରୁ ମୋ ୫ଜଣ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ବାଲେଶ୍ଵର ଜିଲ୍ଲାର ଗୀତିକବି ପୂର୍ଣ୍ଣିମା ସିଂ । ଏଥିରେ ଯମୁନା ମହାପାତ୍ର, ତରଭା, ସୁବର୍ଣ୍ଣପୁର, ମମତା ବେହେରା, କଟକ, ମିନତି ମିଶ୍ର ଦୋଳମଣ୍ଡପ ସାହି, ପୁରୀ, ରଶ୍ମିରେଖା ସାହୁ, ଭୁବନେଶ୍ୱର ଓ ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । କୁମାରୀ ସିଂଙ୍କ ସମୀକ୍ଷାରୁ ସ୍ବର୍ଣ୍ଣପ୍ରଭା ମହାପାତ୍ର ପ୍ରଥମ, ରଶ୍ମିରେଖା ସାହୁ ଦ୍ବିତୀୟ ଓ ମିନତି ମିଶ୍ରଙ୍କୁ ତୃତୀୟ ସ୍ଥାନ ମିଳିଛି । ଭବିଷ୍ୟତ ସାହିତ୍ୟ ଜୀବନ ଚଲାପଥ ସମସ୍ତଙ୍କର କୁସୁମିତ ହେଉ ବୋଲି ଅନୁଷ୍ଠାନର ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତଙ୍କୁ କହିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଓଡ଼ିଶାର ପ୍ରଥମ ପ୍ରତ୍ନତତ୍ତ୍ୱବିତ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ 

Sunil Chandra Nayak

ଅବ୍ୟବସ୍ଥା ଘେରରେ ଜୁନାଗଡ଼ ତହସିଲ , ଗୋଟିଏ କିରାଣୀରେ ଅନେକ ଦାୟିତ୍ୱ

masiha

ବେଲପୋଷିରେ ଏସ୍.ବି.ଆଇ ଶାଖା ଉଦଘାଟିତ 

masiha

Leave a Comment

error: Content is protected !!