ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ମୌଜାର ମୌଳିକ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଚିଠି 

୪୨ମୌଜାର ମୌଳିକ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଚିଠି 

କଟକ : କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦୈଶନାରେ କଳପଡ଼ା ଗ୍ରାମପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ଜନ ଶୁଣାଣି କାର୍ଯ୍ୟକ୍ରମ ୪୨ମୌଜା ଅଧିବାସୀଙ୍କ ମୌଳିକ ସମସ୍ୟା ସମାଧାନ ଓ ନୂତନ ପ୍ରକଳ୍ପ ପାଇଁ ବିଧାୟକଙ୍କୁ ଭେଟି ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା କି,ଦାବୀ ମଧ୍ୟରେ ୪୨ମୌଜା ବ୍ରିଜ ଆରମ୍ଭରୁ ବେଣ୍ଟକାର ଛକ ପର୍ଯ୍ୟନ୍ତ ଗାଈ ଗୋରୁ ଓ ଷଣ୍ଢ ମାନଙ୍କ ଦ୍ଵାରା ରାସ୍ତା ଅବରୋଧର ଦୁର୍ଦ୍ଦଶା,ଝିଙ୍କିରିଆ ଠାରୁ ଚାନ୍ଦୁଲି ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଅଲୋକୀକରଣ ନଥିବାରୁ ରାତ୍ର ସମୟେ ପଥଚାରୀ ମାନେ ଦୁର୍ଦ୍ଦଶାର ସମ୍ମୁଖୀନ, ୪୨ମୌଜା ସ୍ତରରେ ଏକ ଅଡିଟୋରିୟମ ନଥିବାରୁ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ନିମନ୍ତେ ଲୋକେ ଅସୁବିଧାର ସମ୍ମୁଖୀନ ଓ ୪୨ମୌଜାର ପୌରାଣିକ ତଥା ଐତିହାସିକ ସ୍ଥାନ ବଳି ବାମନ ପୀଠ ଠାରେ ଏକ ବନ ଉଦ୍ୟାନ କରାଗଲେ ତାହାର ସୁଫଳ ୪୨ମୌଜା ଅଧିବାସୀ ତଥା ସମଗ୍ର କଟକ ସଦର ଅଞ୍ଚଳବାସୀ ଉପକୃତ ହେବେ ବୋଲି ଦାବୀ ପତ୍ରର ମୁଖ୍ୟାଂଶ। ବିଧାୟକ ଦାବୀପତ୍ରର ଗୁରୁତ୍ୱକୁ ହୃଦୟଙ୍ଗମ କରି ଏହାର ବିହୀତ ସମାଧାନ ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କ ନିକଟକୁ ସୁପାରିସ କରିଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ କୁ ରେଳ ଲାଇନ ସମ୍ପ୍ରସାରଣ ଆଶା ଉଜ୍ଜୀବିତ ହେଲା , ଧର୍ମଗଡ ସହର ଠାରୁ ୭କିମି ମଧ୍ୟ ରେ ହେବ ରେଳ ଷ୍ଟେସନ, କଥା ଦେଲେ ନବରଙ୍ଗପୁର ସାଂସଦ 

masiha

ସାନ ଡୁଙ୍ଗୁରିଗୁଡା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ସରଗୁଲକୁ ହରାଇ ସେମିରେ ଭାଲୁପିଆ

Sunil Chandra Nayak

Meri Maati Mera Desh program Odia Pua Mr.Ashribad Joined.

masiha

Leave a Comment

error: Content is protected !!