ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡ଼ା ଏନଏସିରେ ହେଉଥ‌ିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର

ବାଲିଗୁଡ଼ା ଏନଏସିରେ ହେଉଥ‌ିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର

ବାଲିଗୁଡା, ତା, ୨୪।୬ :(ମନିସ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିରେ ହେଉଥ‌ିବା ଦୁର୍ନୀତି ଏବଂ ବିଭିନ୍ନ ଅଭିଯୋଗ କରି ସୋମବାର ଠାରୁ ଦୁଇ ଜଣ କାଉନ୍‌ସିଲର ଧାରଣାରେ ବସିଥିଲେ । ତିନି ଦିନ ଧରି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଓ ପୋଲିସ କତ୍ତୃପକ୍ଷ ବହୁ ବୁଝା ସୁଝା କରିବା ପରେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଥିଲେ l ଗାନ୍ଧୀ ଫୋଟ ଚିତ୍ରରେ ପୁଲ ମାଳ ଦେଇ ଫ୍ଲାଗ କାର୍ଡ ଧରି ୫ ଟି ପ୍ରମୁଖ ଅଭିଯୋଗ ଓ ୪ ଦାବୀ ର ଭିଜିଲାନ୍ସ ତଦନ୍ତ ସହ ସିଏଜି ତଦନ୍ତ କରିବା ପାଇଁ ଶାନ୍ତି ପୂର୍ଣ୍ଣ ଭାବରେ ଗଣତାନ୍ତ୍ରିକ ଉପାୟରେ ୧ନଂ. ୱାର୍ଡ଼ ର ଅଜୟ କୁମାର ନାୟକ ଓ ୧୩ ନଂ ୱାର୍ଡ ର ଆଲୋକ କୁମାର ନାୟକ ଏହି ଦୁଇଜଣ କାଉନସିଲର ଅନିର୍ଦ୍ଧିଷ୍ଟ କାଳ ପାଇଁ ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିଲେ l ବୁଧବାର ରାତ୍ର ପ୍ରାୟ ୮ ଘଣ୍ଟ ସମୟରେ ଉପ-ଜିଲାପାଳ ପ୍ରଣୀତା ଦାସ ଏବଂ ଏସଡିପିଓ ଶୁଭମ ଭୋସଲେ ଏନଏସି କାର୍ଯ୍ୟାଳୟରେ ପହଞ୍ଚି ଧାରଣାରତ କାଉନସିଲର ଅଜୟ ଦିଗାଲ ଓ ଆଲୋକ ନାୟକଙ୍କୁ କାର୍ଯ୍ୟାଳୟ ପରିସରକୁ ଡାକି ତିନି ଘଣ୍ଟାରୁ ଅଧିକ ସମୟ ଧରି ରୁଦ୍ଧଦ୍ବାର ବୈଠକ କରିଥିଲେ । ଏନଏସିର ଆୟବ୍ୟୟ ସହ ବିଭିନ୍ନ ଦାବୀ ଓ ଅଭିଯୋଗ ଗୁଡିକ ଭିଜିଲାନ୍ସ ତଦନ୍ତ ସହ ସିଏଜି ତଦନ୍ତ କରାଯିବ ବୋଲି ଲିଖୂତ ପ୍ରତିଶ୍ରୁତି ମିଳିବା ପରେ ସେମାନେ ଧାରଣାରୁ ହଟିଥିଲେ । ଏହି ରୁଦ୍ଧ ଦ୍ୱାର ବୈଠକରେ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଓ ଏନଏସି କାର୍ଯ୍ୟନିର୍ବାହୀ ଅଧୂକାରୀ ବିବେକାନନ୍ଦ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ଅଧ୍ୟାପକ ଡକ୍ଟର ଅଜିତ ବେହେରାଙ୍କୁ କଳାହାଣ୍ଡି ଗବେଷକ ସମ୍ମାନ

Sunil Chandra Nayak

ବନୀକରଣ ଯୋଜନାରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ 

masiha

Leave a Comment

error: Content is protected !!