ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ନାଟ୍ୟ ଦିବସ ଓଡ଼ିଆ କଳା-ସଂସ୍କୃତିର ଅସ୍ମିତା, ଗର୍ବ ଓ ଗୌରବର ପ୍ରତୀକ  

ଓଡ଼ିଶା ନାଟ୍ୟ ଦିବସ ଓଡ଼ିଆ କଳା-ସଂସ୍କୃତିର ଅସ୍ମିତା, ଗର୍ବ ଓ ଗୌରବର ପ୍ରତୀକ  

ବ୍ରହ୍ମପୁର, ୦୩/୦୨ : କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ଏବଂ ” ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ “ର ସମ୍ମିଳିତ ଉଦ୍ୟମରେ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ – ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍ ସଭା ପ୍ରକୋଷ୍ଠରେ ” ଓଡ଼ିଶା ନାଟ୍ୟ ଦିବସ ” ମହାସମାରୋହରେ ପାଳିତ ହୋଇଯାଇଛି । କବିସୂର୍ଯ୍ୟ ବଳଦେବ ରଥ କୃତ କଥପୋକଥନ ଶୈଳୀର କାଳଜୟୀ କାବ୍ୟ ଗ୍ରନ୍ଥ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁକୁ ଓଡ଼ିଆ ନାଟକର ପ୍ରାକ୍ ରୂପ ରୂପେ ବିବେଚନା କରି କବିସୂର୍ଯ୍ୟଙ୍କ ଜନ୍ମଦିନ ଶ୍ରୀପଞ୍ଚମୀ ତିଥିକୁ ଓଡ଼ିଶା ନାଟ୍ୟ ଦିବସ ରୂପେ ଦୀର୍ଘ ପାଞ୍ଚ ବର୍ଷ ଧରି ପାଳନ କରି ଆସୁଥିବା ଏକ ମହାର୍ହ ପରମ୍ପରର ଅୟମାରମ୍ଭ ବୋଲି ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରାସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପାଳନୋତ୍ସବରେ କଳିଙ୍ଗ ଟିଭି ଦକ୍ଷିଣାଞ୍ଚଳ ପ୍ରମୁଖ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ନନ୍ଦିଘୋଷ ଟିଭି ଜିଲ୍ଲା ପ୍ରମୁଖ ଦେବହରି ବେହେରା, ନାଟ୍ୟସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, କଳାପ୍ରାଣ କୈଳାସ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ ।

        ଓଟିଭି ଜିଲ୍ଲା ପ୍ରମୁଖ ଅଶୋକ କୁମାର ବ୍ରହ୍ମା କାର୍ଯ୍ୟକ୍ରମର ବିଧିବତ୍ ଉଦ୍ଘାଟନ କରି ସବୁ କଳାକାରଙ୍କୁ ଏକ ପରିବାର ସୂତ୍ରରେ ବାନ୍ଧିବା ପ୍ରୟାସ ହେତୁ ସଂଘ କର୍ମକର୍ତ୍ତାମାନେ ଧନ୍ୟବାଦାର୍ହ ବୋଲି ନିଜସ୍ୱ ମନ୍ତବ୍ୟ ରଖିଥିଲେ । ପରେ ପରେ ସୁନାରେଡି ଗ୍ରାମସ୍ଥ ଶ୍ରୀ ନୃସିଂହନାଥ ନାଟ୍ୟ କଳା ପରିଷଦ ପ୍ରଯୋଜିତ ପ୍ରହଲ୍ଲାଦ ନାଟକ ପରିବେଶିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାସଂଘ ମହାସଚିବ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ କଳାକାର ତଥା ଶିକ୍ଷାବିତ୍ ଶଙ୍କର୍ଷଣ ସାବତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବାମୁଡି ଏରେପ୍ପା, ବାମୁଡି ମୀନକେତନ, ବଳଦେବ ସାହୁ, ସୀମାଞ୍ଚଳ ପ୍ରଧାନ, ଜଗନ୍ନାଥ ବାଡତ୍ୟାଙ୍କୁ ଆନୁଷ୍ଠାନିକ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବଶ୍ରୀ ସୁଦାମ ଚରଣ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ଚିତ୍ତ ରଞ୍ଜନ ଦଳେଇ, ନବକିଶୋର ମହାପାତ୍ର, ପାଣ୍ଡଵ ପ୍ରଧାନ, ରୂପ ଚନ୍ଦ୍ର ସାହୁ, ଗଜେନ୍ଦ୍ର କୁମାର ଚୌଧୁରୀ, ଡ଼ା. ତିରୁପତି ସାହୁ, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ଡ଼ା. ଗୋପାଳ କୃଷ୍ଣ ପାଣିଗ୍ରାହୀ, ସୁବାସ ଚନ୍ଦ୍ର ସାହୁ ମାମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ସଂଘ କୋଷାଧ୍ୟକ୍ଷ ଅଭିରାମ ରାଉଳ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ବସ୍ତା ଅଞ୍ଚଳ ର ସମାଚାର

masiha

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୪ ପାଳିତ

masiha

ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର, ରାସ୍ତା ଖରାପ୍ ଯୋଗୁଁ ବାରମ୍ବାର ଘଟୁଛି ଦୁର୍ଘଟଣା   

Sunil Chandra Nayak

Leave a Comment

error: Content is protected !!