ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାହାଦୁର ପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ବନ ଦିବସ ପାଲିତ

ଉତ୍କେଲା,୨୧/୦୩,ନିପ୍ର,କେସିଙ୍ଗା ବ୍ଲକ ଅନ୍ତର୍ଗତ ବାହାଦୁର ପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଯୁବ ସମାଜସେବୀ ଶ୍ରୀ ମହିପାଳ ପୋଡ଼ ଙ୍କ ଅଧ୍ୟକ୍ଷତାରେ ବିଶ୍ବ ବନ ଦିବସ ଅନୁଷ୍ଠିତ ହୋଇଥିଲା ଏଥିରେ ମୂଖ୍ୟ ଅତିଥି ଭାବେ ପଥର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ଶ୍ରୀଯୁକ୍ତ ବିରଞ୍ଚିନାରାୟଣ ଖର୍ସେଲ ଓ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାଏକ ଏବଂ ଶିକ୍ଷକ ତଥା ପରିବେଶ ପ୍ରେମୀ ଶ୍ରୀଯୁକ୍ତ ବିଶ୍ବାମିତ୍ର ସ୍ବାଇଁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଜଙ୍ଗଲ ଓ ପରିବେଶ ଉପରେ ଅଭି ଭାଷଣ ଦେଇଥିଲେ। ଗୋଟିଏ ଲୋକ ଗୋଟିଏ ଗଛ ରୋପଣ କରିବା ପାଇଁ ଆହ୍ବାନ କରିଥିଲେ। ଶିକ୍ଷକ ଅବନୀ ରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ବସ ଦୁର୍ଘଟଣା ରେ ଛଅ ବର୍ଷର ବାଳିକା ମୃତ , କ୍ଷତି ପୂରଣ ପରେ ହଟିଲା ରାସ୍ତା ଅବରୋଧ 

Sunil Chandra Nayak

ରାଇରଙ୍ଗପୁର ହାଇସ୍କୁଲର୮୪ତମ ସ୍ବନକ୍ଷତ୍ର ଦିବସ ପାଳିତ

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ 

masiha

Leave a Comment

error: Content is protected !!