ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ମିତ ବ୍ୟୟିତା ଦିବସ ଏବଂ ସଞ୍ଚୟ ପକ୍ଷ ଅବସରରେ ବକ୍ତୃତା ପ୍ରତିଯୋଗିତା

ବିଶ୍ୱ ମିତ ବ୍ୟୟିତା ଦିବସ ଏବଂ ସଞ୍ଚୟ ପକ୍ଷ ଅବସରରେ ବକ୍ତୃତା ପ୍ରତିଯୋଗିତା

ଭବାନୀପାଟଣା – ତା. ୧୦.୧୧.୨୦୨୬ : ବିଶ୍ଵ ମିତବ୍ୟୟିତା ଦିବସ ଏବଂ ସଞ୍ଚୟ ପକ୍ଷ ଉପଲକ୍ଷେ ସହର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭବାନୀପାଟଣା ପରିସରରେ ଏକ ବିତର୍କ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଞ୍ଚୟର ମହତ୍ତ୍ଵ ଆର୍ଥିକ ସଚେତନତା ଓ ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।

ସହ ନିର୍ଦ୍ଦେଶକ ସଞ୍ଚୟ ଏବଂ ଆର୍ଥିକ ସେବା ବିବେକାନନ୍ଦ ମହାନନ୍ଦ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ମନୋଜ ବେହେରା , ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀଯୁକ୍ତ ଦୁଷ୍ମନ୍ତ ଶେଖର ପାଢୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରୂପସିଂ ରାଉତ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରକାଶ ମିଶ୍ର ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ ।

ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନେ ସଞ୍ଚୟର ଉପକାରିତା ଓ ଏହାର ସାମାଜିକ ତଥା ଆର୍ଥିକ ଗୁରୁତ୍ଵ ସମ୍ପର୍କରେ ନିଜ ନିଜର ଯୁକ୍ତି ଉପସ୍ଥାପନା କରିଥିଲେ । ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୩ ଜଣ ପ୍ରତିଯୋଗୀଙ୍କୁ ନଗଦ ଅର୍ଥରାଶି ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ପ୍ରଥମ ଓଡ଼ିଆ ବିଶ୍ଵ ସମ୍ମିଳନୀ ୨୦୨୪ , ମଥୁରା ରାଧାକୃଷ୍ଣ ହାଇସ୍କୁଲରେ ଭାଷା ହିଁ ଭବିଷ୍ୟତ କାର୍ଯ୍ୟକ୍ରମ 

masiha

ଟ୍ରେନ ଚକତଳେ ଵୃଦ୍ଧଙ୍କ ମୃତଦେହ ଉଦ୍ଧାର କଲା ରେଲୱେ ପୋଲିସ

ଏସ୍‌ଏଲ୍‌ଏନ୍‌ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା 

Sunil Chandra Nayak

Leave a Comment

error: Content is protected !!