ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାଦ୍ୟ ସୁରକ୍ଷାରୁ ବଂଚିତ ପିଲାଏ ପଢ଼ାରେ ବାନ୍ଧିଲେ ଡ଼ୋରି 

ଖାଦ୍ୟ ସୁରକ୍ଷାରୁ ବଂଚିତ ପିଲାଏ ପଢ଼ାରେ ବାନ୍ଧିଲେ ଡ଼ୋରି 

ରାଇରଙ୍ଗପୁର – ତା.୧୦/୧୧ ୟେ ହେଉଛି ମୟୁରଭଞ୍ଜ ଜିଲ୍ଲା,କପ୍ତିପଦା ବ୍ଲକ, ମାଙ୍କଡ଼ପଡ଼ା ପଂଚାୟତ ଅନ୍ତର୍ଗତ ଖଡ଼ିଖାଣିଆ ଗ୍ରାମର ଦୃଶ୍ୟ । ଏହି ଗ୍ରାମର ବାସିନ୍ଦା ଗୁରୁଭା ସିଂଙ୍କର ୪ଜଣ ସନ୍ତାନ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ମୁଣ୍ଡପିଛା ୫କିଗ୍ରା ଚାଉଳ ପାଇବାରୁ ବଂଚିତ ଥିବାର ଜଣାଇଛନ୍ତି । ପରିବାରକୁ ମିଳିଥିବା ରାସନକାର୍ଡ଼ରେ ଏହି ପିଲା ମାନଙ୍କର ନାମ ଯୋଡ଼ାଯାଇନଥିବାରୁ ସେମାନେ ଚାଉଳ ପାଇପାରୁ ନଥିବାର ଜଣାଯାଇଛି । ଦିନ ମଜୁରିଆ ଭାବରେ କାମ କରି ପରିବାରର ଭରଣ ପୋଷଣ ବୁଝୁଥିବା ଗୁରୁଭା ଏଥିପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବାର କଥା କହିଛନ୍ତି । ଏ ବାବଦରେ ପଂଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟରେ ବାରମ୍ବାର ଗୁହାରି ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବାର ଅଭିଯୋଗ କରିଛନ୍ତି । ସେହିପରି ଜ୍ୟେଷ୍ଠ କନ୍ୟା ଲକ୍ଷ୍ମୀ ସିଂ ୫ମଶ୍ରେଣୀ ପାସ କରିବା ପରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇ ନପାରି ଘରେ ରହି ଯାଇଛନ୍ତି । ବର୍ତମାନ ଲକ୍ଷ୍ମୀଙ୍କୁ ବୟସ ୧୮ବର୍ଷ ଛୁଇଁଯାଇଥିବାର ଜଣାଯାଇଛି । ଦ୍ୱିତୀୟ ଓ ତୃତୀୟ କନ୍ୟା ଯଥାକ୍ରମେ ସରସ୍ୱତୀ ସିଂ ଏବଂ ଦୀପା ସିଂ ମଧ୍ୟ ଅନୁରୂପ ଭାବେ ୫ମଶ୍ରେଣୀ ପରେ ଆଜକୁ ୪ବର୍ଷ ଧରି ଆଦୌ ବିଦ୍ୟାଳୟ ଯାଇନାହାଁନ୍ତି । ବିଦ୍ୟାଳୟର ଖାତାରେ ତାଙ୍କର ନାମ ଗଡ଼ି ଚାଲିଛି କି କଟି ଯାଇଛି ତାହା ପରିବାର ଲୋକଙ୍କୁ ଜଣାନଥିବାର କଥା କହିଛନ୍ତି । ସରସ୍ୱତୀଙ୍କୁ ବର୍ତମାନ ବୟସ ୧୬ବର୍ଷ ଛୁଇଁଥିବା ବେଳେ ଦୀପାଙ୍କୁ ବୟସ ୧୪ବର୍ଷ ଛୁଇଁଲା । ଦିର୍ଘଦିନ ଧରି ଅନୁପସ୍ଥିତ ଏହି ପିଲାମାନଙ୍କୁ ବିଦ୍ୟାଳୟ ତରଫରୁ ଆଦୌ ଖୋଜା ମଧ୍ୟ ପଡ଼ିନାହିଁ । ଏହିଭଳି ବହୁ ସଂଖ୍ୟାରେ ଆଦିବାସୀ ଛାତ୍ର ଛାତ୍ରୀ ବିଭିନ୍ନ କାରଣରୁ ପାଠପଢ଼ାରେ ଡ଼ୋରି ବାନ୍ଧିବାକୁ ବାଧ୍ୟ ହେଉଥିବାର କଥା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ପ୍ରଥମରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ସରକାର ଘୋଷଣା କରିଛନ୍ତି । ସରକାରଙ୍କର ଏହି ଘୋଷଣାକୁ ସଫଳ କରିବା ପାଇଁ କପ୍ତିପଦା ବ୍ଲକରେ ‘ଆସ ସ୍କୁଲ ଯିବା’ ଅଭିଯାନ ଚାଲିଛି । କିନ୍ତୁ ଏସବୁ ଯେ କେବଳ ପ୍ରହସନ ବୁଝିବାରେ କିଛି ଅସୁବିଧା ହେଉନାହିଁ । ସେହିପରି ବିଦ୍ୟାଳୟକୁ ପିଲା ଆସନ୍ତୁ କିମ୍ବା ନଆସନ୍ତୁ ସରକାରୀ ଫାଇଲ ଚାଷରେ ସବୁ ଠିକ୍ ଚାଲିଛି ବୋଲି ଦର୍ଶାଯାଉଥିବାର କଥା ଶୁଣାଯାଉଛି । ତେବେ ସରସ୍ୱତୀ ଓ ଦୀପାଙ୍କ କ୍ଷେତ୍ରରେ ବାସ୍ତବ ଚିତ୍ର କଣ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କୁହାଯାଉଛି । ଆଦିବାସୀ ଭାଇ ଭଉଣୀ ମାନଙ୍କର ସବୁପ୍ରକାର ସୁଖ ଦୁଃଖ ବୁଝିବା ପାଇଁ ଏଠାରେ ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ କରୁଛି । ଯାହାର କାର୍ଯ୍ୟାଳୟ ଉଦଳା ଠାରେ ରହିଛି । କିନ୍ତୁବହୁ ସଂଖ୍ୟାରେ ଆଦିବାସୀ ଛାତ୍ର ଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ୁଥିବା ବେଳେ ଉକ୍ତ ପ୍ରକଳ୍ପ ଏହାର କୌଣସି ପ୍ରତିକାର ନକରି କାହିଁକି ଚୁପ ମାରି ବସିଛି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାର ଏହାର ତଦନ୍ତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବହୁ ସ୍ୱେଛାସେବି ଅନୁରୋଧ ଜଣାଇଛନ୍ତି । ଏହି ବୟସର ପିଲାଙ୍କୁ ପାଠସହିତ ବାନ୍ଧିନରଖିବା ଫଳରେ ବାଲ୍ୟ ବିବାହ ବଢ଼ି ବଢ଼ି ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହା ଦେଶକୁ ଭୟଙ୍କର ବିପଦ ଡ଼ାକି ଆଣୁଛି ବୋଲି ବହୁ ଜ୍ଞାନି ଗୁଣି ଲୋକେ ମତ ଦେଇଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଧର୍ମଗଡ଼ ବ୍ଲକରେ ବିକାଶର ନଗ୍ନ ଚିତ୍ର…. ପୁଣି ଜନନୀ ଯନ୍ତ୍ରଣା- ଖଟିଆ ରେ ବୁହା ହେଲେ ଗର୍ଭବତୀ

ଜିଲ୍ଲା ସ୍ତରୀୟ ନିରୀକ୍ଷଣ ଟିମ୍ ଉମରକୋଟ ବ୍ଲକର ବିଭିନ୍ନ ବିହନ ବ୍ୟବସାୟୀଙ୍କ ଦୋକାନ ଉପରେ ନିରୀକ୍ଷଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ 

masiha

ରାଉରକେଲା କବୟିତ୍ରୀ ଅଙ୍ଗୁରବାଳା ପରିଡା ସମ୍ବର୍ଦ୍ଧିତ

Leave a Comment

error: Content is protected !!