ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବନ୍ଧ ଓ କୁଇଜ ପ୍ରତିଯୋଗୀତା

ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବନ୍ଧ ଓ କୁଇଜ ପ୍ରତିଯୋଗୀତା 

ନଵରଙ୍ଗପୁର:(୧୦|୧୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଳା ଡାବୁଗାଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗୀତା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ନିର୍ବାଚନ ସାକ୍ଷରତା କ୍ଲବ ତରଫରୁ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁଙ୍କ ସହ ଅନ୍ୟ ଶିକ୍ଷକ ମାନଙ୍କ ସହଯୋଗରେ ପାପଡାହାଣ୍ଡି ବ୍ଳକ ଓ ଡାବୁଗାଁ ବ୍ଳକ ର ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ଛାତ୍ର ଉପସ୍ଥିତ ରହି କୁଇଜ୍ ରେ ୨୮ ଜଣ ଓ ପ୍ରବନ୍ଧ ରେ ୨୯ ଜଣ ଭାଗ ନେଇଥିଲେ l କୋଷାଗୁମୁଡା ବ୍ଳକରୁ କୌଣସି ଛାତ୍ରୀ ଛାତ୍ର ଆସି ନ ଥିବା ର ସୂଚନା ମିଳିଛି lକୁଇଜ୍ ରେ ୨୮ ଜଣ ଙ୍କ ମଧ୍ୟରୁ ୧୦ ଜଣ ଓ ପ୍ରବନ୍ଧ ରେ ୨୯ ଜଣ ଙ୍କ ମଧ୍ୟରୁ ୧୦ ଜଣ ମନୋନୀତ ହୋଇଥିଲେ l ଯାହାକି ଏଇ କୋଡ଼ିଏ ଜଣ ଛାତ୍ରୀ ଛାତ୍ର ଜିଲ୍ଳା ସ୍ତରୀୟ ନିର୍ବାଚନ ମଣ୍ଡଳୀ କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗୀତାରେ ଭାଗ ନେବେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଉଦାହରଣ ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ଧର୍ମଗଡ ଠାରେ ୭୮ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

କୋଷାଗୁମୁଡ଼ା ଠାରେ ଜିଳ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!