ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ଆଦିବାସୀ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଡାବୁଗାଁ, ୩୦/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲା ଜନଜାତି ସୁରକ୍ଷା ମଞ୍ଚ ତରଫରୁ ବିଶ୍ଵ ଆଦିବାସୀ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲା ସଭାପତି ଗୋପୀନାଥ ମାଝିଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅଗଷ୍ଟ ୯ ତାରିଖ ଦିନ ବିଶ୍ଵ ଆଦିବାସୀ ଦିବସ ପାଳନ କରାଯିବ, କିପରି ବହୁ ଆଦିବାସୀ ଭଉଣୀ ଭାଇ ମାନେ ଯୋଗ ଦେବେ, ଡାବୁଗାଁ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏକ ବିରାଟ ରାଲିରେ ବାହାରି ଗ୍ରାମ ପରିକ୍ରମା କରି ୯ ଦଫା ଦାବି ସମ୍ମଳିତ ଏକ ଦାବିପତ୍ର ରାଷ୍ଟ୍ରପତି ଓ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରାଯିବ, ପରେ ଡାବୁଗାଁ ମିନି ଷ୍ଟାଡିୟମ ଠାରେ ସାଧାରଣ ସଭା କରାଯିବ ନେଇ ଆଲୋଚନା ହୋଇଥିଲା | ଏଥିର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ନବରଙ୍ଗପୁର ପୂର୍ବତନ ବିଧାୟକ ସଦନ ନାୟକ, ରାଜ୍ୟସଭା ପୂର୍ବତନ ସାଂସଦ ଭଗବାନ ମାଝି, ଉମରକୋଟ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝି, ଉମରକୋଟ ମ୍ୟୁନିସପାଲଟି ଅଧ୍ୟକ୍ଷା ରାଧା ଭତ୍ରା, ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାଝି, ଡାବୁଗାଁ ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା, ମୋହନସିଂ ଗଣ୍ଡ, ମୋହନ ନାୟକ, ଦୟାନିଧି ଭତ୍ରା, ସୁକୃ ଭତ୍ରା, ନରସିଂ ମାଝି, ବୁଦୁରୁ ଭତ୍ରା, ହିରେଣ୍ୟ ମାଝି ଓ ଜିଲା ର ସମସ୍ତ ଆଦିବାସୀ ସମାଜର ସଭାପତି ଓ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ବିଶ୍ବ ଭିନ୍ନକ୍ଷମ ଦିବସ 

masiha

ଓଡିଆ ପକ୍ଷପାଳନ ଅବସରରେ ଜିଲ୍ଲାସ୍ତରୀୟ ଯୋଗ ଏବଂ ରକ୍ତ ଦାନ ଶିବିର 

Sunil Chandra Nayak

ଆଷାଢ଼ସ୍ୟ ପ୍ରଥମ ଦିବସେ ସମୀକ୍ଷା ହେଲେ ସମ୍ମାନୀତ 

masiha

Leave a Comment

error: Content is protected !!