ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ନିଗମ କର୍ମଚାରୀ ମହାସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ , ରାଜ୍ୟ ସରକାରଙ୍କ ନିଗମ କର୍ମଚାରୀଙ୍କ ପ୍ରତି ବୈମାତୃକ ମନୋଭାବକୁ ଦୃଢ଼ ନିନ୍ଦା

ଭୁବନେଶ୍ବର : ଓଡିଶା ରାଜ୍ୟ ନିଗମ କର୍ମଚାରୀ ମହାସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା ଗତକାଲି ଭୁବନେଶ୍ୱର ଅନ୍ତର୍ଗତ ଖାରବେଳ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ଅଧକ୍ଷ ସତ୍ୟରଞ୍ଜନ ପଟନାୟକଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମହାସଂଘର ମହାସଚିବ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ନିଗମ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ସଭାପତି ଇଂ.ବିଜୟ କୁମାର ଜେନା ଓ ସାଧାରଣ ସମ୍ପାଦକ ତଥା ସର୍ବ ଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ଅତିଥିଭାବେ ଯୋଗ ଦେଇଥିଲେ । ରାଜ୍ୟ ମଧ୍ୟରେ ଥିବା ସମସ୍ତ ଉଦ୍ୟୋଗ ଓ ସମବାୟ ସଂସ୍ଛା ଓ ସ୍ୱୟଂଚାଳିତ ସଂସ୍ତାର କର୍ମଚାରୀ ସଂଘର ପ୍ରାୟ ଶତାଧିକ ନେତୃତ୍ୱ ମାନେ ଯୋଗଦେଇଥିଲେ.ପ୍ରତ୍ୟେକ ନିଗମ,ସମବାୟ ଓ ସ୍ୱୟଂଚାଳିତ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ମାନେ ବିଭିନ୍ନ ସରକାରୀ ଅବହେଳାର ଶିକାର ହେଉଥିବା ଓ ତାର ନିରାକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସରକାରୀ କର୍ମଚାରୀଙ୍କୁ ବିଭିନ୍ନ ସମୟରେ ମହଙ୍ଗାଭତ୍ତା ଦିଆଯାଉଥିବା ବେଳେ ନିଗମର କର୍ମଚାରୀଙ୍କ ପ୍ରତି ସଙ୍ଗେ ସଙ୍ଗେ ଲାଗୁ କରାଯାଉ ନାହିଁ । ମହଙ୍ଗା ଭତା ପ୍ରଦାନ ନିମନ୍ତେ ସମସ୍ତ ସର୍ତ୍ତପୂରଣ କରି ଦେଲେ ମଧ୍ୟ ସରକାରଙ୍କ ସାଧାରଣ ଉଦ୍ୟୋଗ ବିଭାଗ ତୁରନ୍ତ ମହଙ୍ଗା ଭତା ପ୍ରଦାନରେ ବାଧକ ସାଜୁଛନ୍ତି । ଅକ୍ଲାନ୍ତ ପରିଶ୍ରମ କରି ନିଗମ ମାନଙ୍କୁ ଲାଭଜନକ ପରିସ୍ଥିତିରେ ପହଞ୍ଚାଉ ଥିବା କର୍ମଚାରୀଟି ତାର ଉଚିତ ପ୍ରାପ୍ୟ ପାଇବାରେ ଅହେତୁକ ବିଳମ୍ବ ହେଉଛି ଵା ସ୍ଥଳବିଶେଷରେ ଅଗ୍ରାହ ମଧ୍ୟ କରାଯାଉଛି । ପରିଚାଳନା ପରିଷଦ ଓ ସାଧାରଣ ଉଦ୍ୟୋଗ ବିଭାଗ ପାଖରେ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଉପସ୍ଥାପନା କରାଗଲା ବେଳେ କର୍ମଚାରୀ ନେତା ଆକ୍ରୋଶର ଶିକାର ହେଉଛନ୍ତି । ଦେଶ ବିକାଶରେ ନିଗମ କର୍ମଚାରୀଟି ସମଭାଗିଦାରୀ ହୋଇ କାମକରୁଥିବା ବେଳେ ପଦୋନ୍ନତିରୁ ବଂଚିତ ହେଉଛି.ଓ.ପି.ଜି.ସି. କର୍ମଚାରୀ ନେତୃତ୍ୱଙ୍କ ଉପରୁ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଉଠାଇବାକୁ ସରକାର ଟାଳଟୁଳ ନିତି ଅବଲମ୍ବନ କରୁଛନ୍ତି । ଏତାଦୃଶ କାର୍ଯ୍ୟକୁ ଉପସ୍ଥିତ ନେତୃତ୍ୱ ଓ ଅତିଥିମାନେ ଘୋର ନିନ୍ଦା କରିଥିଲେ ଏବଂ ସରକାରଙ୍କୁ ଅନୁରୋଧ କରିଥିଲେ ଯଥାଶୀଘ୍ର ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରାଯଉ. ସପ୍ତମ ବେତନ ଲାଗୁହୋଇ ନଥିବା ନିଗମ ଓ ସମବାୟ ସଂସ୍ଥାରେ ତୁରନ୍ତ ସପ୍ତମ ବେତନ ଲାଗୁ କରାଯାଉ । ରାଜ୍ୟ ସରକାରଙ୍କ ପ୍ରଚଳିତ ପେନସନ ବ୍ୟବସ୍ତା ସମସ୍ତ ନିଗମ,ସମବାୟ ଓ ସ୍ୱୟଂଚାଳିତ ସଂସ୍ଥାରେ ଲାଗୁ କରାଯାଉ । ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାଇ କରାଯିବା ସହିତ ଅଧିକ ସ୍ଥାଇ କର୍ମଚାରି ନିଯୁକ୍ତି କରାଯାଉ ବୋଲି ଦାବୀ ଗୃହୀତ କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଅବଗତ ନିମନ୍ତେ ନିଷ୍ପତି ନିଆଯାଇଥିଲା । ଆସନ୍ତା ନଭେମ୍ବର ମାସରେ ମହାସଙ୍ଘର ବାର୍ଷିକ ସାଧାରଣ ସଭା କରିବାପାଇଁ ସ୍ଥିର କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପଦେଷ୍ଟା ମୁକ୍ତିକାନ୍ତ ମହାପାତ୍ର, ନଟବର ଆଚାର୍ଯ୍ୟ ଏବଂ ପ୍ରଫୁଲ୍ଲ କୁମାର ଦାସ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ.ଅଲ ଓଡିଶା ଇପିଏଫ ପେନସନର୍ସ ସଙ୍ଘର ଅନ୍ୟତମ ନେତା ବିକ୍ରମ ଛୋଟରାୟ, ଧୀରେନ୍ଦ୍ର କୁମାର ପ୍ରତାପ ଓ ଲକ୍ଷ୍ମଣ ନନ୍ଦ ପ୍ରମୁଖ ଯୋଗଦେଇଥିଲେ ।ଶେଷରେ ସଚ୍ଚିଦାନନ୍ଦ ସାମନ୍ତରାୟ ଉପସ୍ଥିତ ସଭ୍ୟ ସଭ୍ୟା ଓ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ମହାସଚିବ ସରୋଜକାନ୍ତ ମଲ୍ଲିକ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଥୁଆମୂଳରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ବେହେରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଲକ୍ଷ୍ମୀପୁର ଆଦିବାସୀ ଗାଁ କଲ୍ୟାଣ ସମିତି ତରଫରୁ ଗ୍ରାମ ସଫାଇ 

masiha

କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କୋକସରା ବ୍ଲକ ଗସ୍ତ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପ୍ରସ୍ତୁତି ସହ ୫ ଟି ହାଇସ୍କୁଲ କାର୍ଯ୍ୟ ତଦାରଖ

Sunil Chandra Nayak

Leave a Comment

error: Content is protected !!