ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ସୁରକ୍ଷା ପାଇଁଁ ସଚେତନତା ସଭା

ଉତ୍କେଲା,୧୪/୦୧,:କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ନୁନମାଠ ଓ ବିଜଖମନ ବନ ସୁରକ୍ଷା ସମିତି ରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ କେସିଙ୍ଗା ବନାଞ୍ଚଳରେ କଶୃପଡ଼ା ସେକ୍ସନ ବନପାଳ ଶ୍ରୀଯୁକ୍ତ ବିଶିକେଶନ କରୁଆଁ ଙ୍କ ଆହ୍ବାନ କ୍ରମେ ଜଙ୍ଗଲକୁ ନିଆଁ ଦାଉ ରୁ ରକ୍ଷା କରିବାପାଇଁ ସଚେତନ ସଭାର ଆୟୋଜନ ହୋଇଥିଲା । ଉକ୍ତ ସଭାରେ ସମିତି ସଭାପତି ମାନେ ପୃଥକ୍ ଭାବରେ ସଭାପତିତ୍ବ କରିଥିଲେ ତଥା ବନ ବିଭାଗ କାଶୃପଡ଼ା ସେକ୍ସନର ବନରକ୍ଷୀ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସାହୁ ଏବଂ ଶ୍ରୀଯୁକ୍ତ ତନୁ ଶବର ଓ ମିଶନ ଶକ୍ତି ବ୍ଲକ ସଂଯୋଜିକା ଶ୍ରୀମତୀ ସବିତା ସେଠୀ ତଥା ସମିତି ର ସ୍ଵଂୟ ସହାୟକ ଗୋଷ୍ଠୀ ର ସଭ୍ୟା ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ତଥା ପିଏନ୍ଜିଓ କର୍ମକର୍ତ୍ତା ଆମ ଜଙ୍ଗଲ ଯୋଜନା ଦଳପତି ଶ୍ରୀଯୁକ୍ତ ହେମନ୍ତ କୁମାର ସାହୁ ସଭା ପରିଚାଳନା କରିଥିଲେ ଏବଂ ବିକାଶ ଅଧିକାରୀ ଶ୍ରୀଯୁକ୍ତ ଧିରୋଜ କୁମାର ଦାଶ ଓ ଶ୍ରୀଯୁକ୍ତ ଇନ୍ଦ୍ରମଣି ମାଝୀ ଉଭୟ କାର୍ଯ୍ୟକ୍ରମ ରେ ଧନ୍ୟବାଦ୍ ଦେଇଥିଲେ । ବନ ବିଭାଗ ର ଏହି ମହତ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଆଗାମୀ ଜୀବନରେ ବନ ବିଭାଗକୁ ସହଯୋଗ କରିବା ପାଇଁ ସଂକଳ୍ପ ନେଇଥିଲେ ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଅର୍ଥ ସାଜିଛି ବାଧକ ଖଟରେ ବିତୁଛି କେଶରୀ ତାଣ୍ଡିଙ୍କ ଜୀବନ

ଭବାନୀପାଟଣା ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏବେ ପ୍ରତିବନ୍ଧକ ବିଶ୍ବବିଦ୍ୟାଳୟରେ ରୁପାନ୍ତରିତ ହେଇଛି 

Sunil Chandra Nayak

Leave a Comment

error: Content is protected !!