ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ଵିକାଶ ତାଲିମ ଶିବିର ଉଦଯାପିତ

ଭବାନୀପାଟଣା : ୧୬.୨.୨୦୨୩:ଭାରତ ସରକାର ଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର ଙ୍କ ଅଧ୍ୟକ୍ଷତା ରେ ପଲିଟେକନିକ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଚାଲିଥିବା ୩ ଦିନିଆଁ ଯୁବ ନେତୃତ୍ୱ ଏବଂ ଗୋଷ୍ଟି ବିକାଶ ତାଲିମ ଶିବିର ଉଦଯାପିତ ହୋଇ ଯାଇଛି l ଆଜିର ଏହି ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ଶ୍ରୀ ସୁଶାନ୍ତ କୁମାର ପଟେଲ, ସମ୍ମାନିତ ଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ପାଢ଼ୀ, ଅତିଥି ଭାବରେ ପ୍ରିନ୍ସିପାଲ ପୋଲିଟେକନିକ କଲେଜ ଶ୍ରୀ ଅମୁଲ୍ୟ କୁମାର ପଣ୍ଡା, ଇଂରାଜୀ ଅଧ୍ୟାପକ ସରକାରୀ ପଲିଟେକନିକ କଲେଜ ଶ୍ରୀ ହିରେନ୍ଦ୍ର କୁମ୍ଭାର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ l ଲେଖାପାଳ ଶ୍ରୀ ଦୂତିଆ ବନଛୋର ମଞ୍ଚ ପରିଚାଳନା କରିଥିଲେ l ପ୍ରଶିକ୍ଷଣ ରେ ଭାଗ ନେଇଥିବା ସମସ୍ତ ଯୁବକ ଯୁବତୀ ମାନେ ଯାହା ଶିଖିଛନ୍ତି ସେହି ସବୁ କୁ ଗାଁ କୁ ଯାଇ ସମସ୍ତ ଙ୍କୁ ବୁଝେଇବା ସହ ତାହା କାର୍ଯ୍ୟ ରେ ଦେଖେଇବାପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ l ୩ ଦିନ ଧରି ଯୁବକ ଯୁବତୀ ମାନେ ପ୍ରଶିକ୍ଷଣ ନେଇଥିଲେ l ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କ୍ଲବ ରୁ ପ୍ରଶିକ୍ଷାର୍ଥୀ ମାନେ ଆସି ପ୍ରଶିକ୍ଷଣ ନେଇଛନ୍ତି l ଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସା ର୍ଟିଫିକେଟ ପ୍ରଦାନ କରାଗଲା l ଆଜିର ଏହି ଉଦଯାପନୀ ଉତ୍ସବ ରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ର ଯଶୋବନ୍ତ ରଣା, ମମତା ପ୍ରଧାନ, ରାହୁଲ ତାଣ୍ଡି, ଶମ୍ଭୁ ବିଶି,ରୁଦ୍ର ମହାରଣା, ନବୀନ ସାହୁ, ବିଳାସ ନାଏକ, ଦୁର୍ମାନୀ ଶବର, ଗଜପତି ଚାଲାଣ,ଚୁଳମଣୀ ମାଝୀ ଏମିଟୀଏସ ଦୁଲ୍ଲଵ ମାଝୀ ପ୍ରମୁଖ ସହଯୋଗ କରିଥିଲେ l

ମସିହା ନିଉଜ ସର୍ଭିସ୍ 

Related posts

ଜଗଦମ୍ବା ଟେକ୍ସଟାଇଲ ଉଦ୍ଘାଟିତ

masiha

ଜାତୀୟ ପଞ୍ଚାୟତ ରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ହାଟବାଦଡା ପଞ୍ଚାୟତର ସରପଞ୍ଚକୁ ‘ ଆତ୍ମନିର୍ଭର ପଞ୍ଚାୟତ ସ୍ପେସିଆଲ ଆଓ୍ବାର୍ଡ’ ଦ୍ଵାରା ସମ୍ବର୍ଦ୍ଧିତ , ପୁରସ୍କୃତ ଓ ସମ୍ମାନୀତ 

masiha

୧- ଅବସର ପ୍ରାପ୍ତ ଯବାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୁତି ଚାରଣ କଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି  , ୨- ଅଗ୍ନିକାଣ୍ଡରେ ୩ ବଖରା ଘର ଭସ୍ମଭୂତ

masiha

Leave a Comment

error: Content is protected !!