ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ସିଭିଲ କୋର୍ଟ ପରିସରରେ ତାଲୁକ ଆଇନ ସେବା କମିଟି ତରଫରୁ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ;୧୨୦ ପଞ୍ଜିକୃତ ମାମଲାରୁ ୬୦ ଟି ତୁରନ୍ତ ଫଇସଲା

ରାଇରଙ୍ଗପୁର ସିଭିଲ କୋର୍ଟ ପରିସରରେ ତାଲୁକ ଆଇନ ସେବା କମିଟି ତରଫରୁ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ;୧୨୦ ପଞ୍ଜିକୃତ ମାମଲାରୁ ୬୦ ଟି ତୁରନ୍ତ ଫଇସଲା

ମୟୂରଭଞ୍ଜ- ୮/୦୩ // ରାଇରଙ୍ଗପୁର ସିଭିଲ କୋର୍ଟ ପରାମର୍ଶରେ ଆଜି ଶନିବାର ଦିନ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଡଃ ଭି ସୁଜାତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଡିଜେ କୋର୍ଟରେ ୧୬ ଟି କେଶ ମଧ୍ଯରୁ ମୋଟର ଭେଇକିଲ କେଶ ୧୫ ଟି ଏବଂ କ୍ରିମିନାଲ କେଶରୁ ୧ ଟି ରୁ ଶୁଣାଣି ହୋଇଥିବାବେଳେ କେଵଳ କ୍ରିମିନାଲ କେଶର ଫଇସଲା କରା ଯାଇଥିଲା ।ସେହିଭଳି ସିନିଅର ସିଭିଲ ଜଜ୍ କୋର୍ଟରେ ୪୧ ଟି ମାମଲାରୁ ମନି ରିକୋଭରି ୧୨ ଟିରୁ ୨ ଟି ମାମଲାର ଫଇସଲା,ବୈବାହିକ ୭ ଟି ମାମଲା, ଏବଂ ଅନ୍ୟ ସିଭିଲ କେଶ ୨୨ ଟି ମାମଲାରୁ ୧ ଟି ଫଇସଲା କରାଯାଇଛି ।

   ସେହିଭଳି ଏସଡିଜିଏମ କୋର୍ଟରେ ୫୫ ଟି ମାମଲାରୁ ଏନଆଇ ଏକ୍ଟର ୩ ଟି ମାମଲା ମଧ୍ୟରୁ ୨ ଟି ଫଇସଲା, ବୈବାହିକ ମାମଲା ୨ ଟିରୁ ୨ ଟି ଫଇସଲା ଏବଂ ୫୦ ଟି କ୍ରିମିନାଲ କେଶରୁ ୫୦ ଟି ଫଇସଲା କରାଯାଇଛି ।ସେହିଭଳି ଜେଏମଏଫସି କୋର୍ଟରେ ୮ ଟି ମାମଲାରୁ କ୍ରିମିନାଲ କେଶ ୩ ଟି ଥିଲା । ବୈବାହିକ ବିବାଦୀୟ ମାମଲା ୫ ଟିରୁ ୨ ଟି ଫଇସଲା କରାଯାଇଥିଲା । ସମୁଦାୟ ୧୨୦ ଟି ମାମଲାରୁ ୬ଠ ଟି ଫଇସଲା କରାଯାଇଛି । ଏଥିରେଏଡିଜେ ଡଃ ଭି ସୁଜାତାଙ୍କ ସମେତ ସବଜଜ୍ ଆଲୋକ ପଣ୍ଡା,ଏସଡିଜିଏମ ମନୀନ୍ଦ୍ର ଭୂଷଣ ସାହୁ ,ଜେଏମଏଫସି ଚେତନା ପଟ୍ଟନାୟକ , ସମସ୍ତ ରାଷ୍ଟ୍ରୀୟ ବ୍ୟାଙ୍କ କର୍ମଚାରୀ ଏବଂ କୋର୍ଟର କର୍ମଚାରୀ ଲକ୍ଷ୍ମଣ ମାର୍ଣ୍ଡୀ, ବଟକୃଷ୍ଣ ମହାନ୍ତି, ଜୀତେନ୍ଦ୍ର ମହାନ୍ତ,ଦୀନେଶ ସର୍ଦ୍ଦାର,ଭୋଳାନାଥ ସିଂ,କମଲେଶ ଵଳ ପ୍ରମୁଖ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜ଼ିଲ୍ଲା ପ୍ରଶାସନ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ 

masiha

ମାନ୍ୟବର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ , ଜିଲ୍ଲାରେ ଏମ ରାମପୁର ଏବଂ କେସିଙ୍ଗା ଠାରେ ଦେୱାନି ଜଜ୍ ତଥା ଅତିରିକ୍ତ ଦେୱାନି ଜଜ୍  କୋର୍ଟ ର ନୂତନ କୋଠାର ଶୁଭ ଉଦଘାଟନ

Sunil Chandra Nayak

ଅପରେସନ୍‍ ସିନ୍ଦୁର’ର ସଫଳତା:ରାଇରଙ୍ଗପୁରରେ ତ୍ରିରଙ୍ଗା ବାଇକ୍ ଯାତ୍ରା  ଅପରେସନ୍‍ ସିନ୍ଦୁର’ର ସଫଳତା ଆମର ମା’ମାନଙ୍କ ଓ ଭଉଣୀମାନଙ୍କ ସଂକଳ୍ପର ସଫଳତା

masiha

Leave a Comment

error: Content is protected !!