ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଲଦାରେ ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ

ଜଲଦାରେ ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ

ରାଉରକେଲା: ଜଲଦା ବି ବ୍ଲକର ଏସ ଏଚ ଜି ଆନୁକୂଲ୍ୟରେ ଜି ପି ସଭାପତି ବୃନ୍ଦାବତୀ ଦାସଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରା ଯାଇ ଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଜେପି ସଭାନେତ୍ରୀ ଲତିକା ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବେ ବାସନ୍ତୀ ଓରାମ ଯୋଗ ଦେଉଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଖେଳ, ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା ଏବଂ କୃତିମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା । ଶ୍ରୀମତୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ନାରୀମାନେ ସେମାନଙ୍କର ଅଧିକାର ପାଇଁ କିଭଳି ସଂଗ୍ରାମ କରିଥିଲେ ସେ ବିଷୟରେ ବିସ୍ତାର ରୂପରେ ଆଲୋକପାତ କରିଥିଲେ । ନାରୀମାନେ ଆଜି ସବୁ କ୍ଷେତ୍ରରେ ପାରଙ୍ଗମ ଅଟନ୍ତି । ଏହି ନାରୀ ଦେଶର ଶାସନରେ ମଧ୍ୟ ରାଷ୍ଟ୍ରପତି ପଦବୀରେ ଅବସ୍ଥାପିତ ହୋଇ ପାରିଛନ୍ତି । ନିଜର ସୁରକ୍ଷା ଏବଂ ନିର୍ଭିକ ଭାବେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ଶ୍ରୀମତୀ ଓରାମ ତାଙ୍କ ବକ୍ତବ୍ୟରେ ପ୍ରଥମେ ଜୟ ମା ସୁଭଦ୍ରାଙ୍କୁ ସ୍ମରଣ କରି ସମସ୍ତ ଭଉଣୀ ମାନଙ୍କ ପାଖରେ କିପରି ପହଞ୍ଚିବ ଓ ସେମାନେ କିଭଳି ସୁବିଧା ପାଇ ପାରିବେ ସେ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶାନ୍ତି ଲତା ମହାନ୍ତି, ଅନନ୍ଦିତା କିସପୋଟା, ନିଳୀମା ତନ୍ତୀ ଆଦି ସ୍ବେଛାସେବୀ ହିସାବରେ କାମ କରିଥିଲେ ଏବଂ ଏହାର ପରିଚାଳନା ସୂଚିତା କିସପୋଟା କରିଥିବା ବେଳେ ସସ୍ମିତା ପାଢୀ ଓ ଇନ୍ଦ୍ରାବତୀ ଲୋହର ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗଦେଇ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କାଉଡୋଳା ଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ

୧- କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ,୨- ଗାଁ ନିକଟ ତେନ୍ତୁଳି ଗଛ ରେ  ଝୁଲନ୍ତା ମୃତଦେହ ଉଦ୍ଧାର , ୩- ତିନି ଦିନିଆ ଶ୍ରୀ ଗୁରୁଙ୍କ ଜନ୍ମ ଉତ୍ସବ ଓ ନାମ ଆରମ୍ଭ ପୂଜା 

masiha

ସାନପାଖଣା ରେଲଓ୍ବେ ଟ୍ରାକ ! ଟ୍ରେନ ଇଲେକ୍ଟ୍ରିକ୍ ଟାଓ୍ଵାର କାର଼ ଦୁର୍ଘଟଣାରେ ଯୁବତୀ ମୃତ ! ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଠି ସେଠି ପଡ଼ିଛି 

Sunil Chandra Nayak

Leave a Comment

error: Content is protected !!