ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ସରକାରଙ୍କ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବ୍ୟାପକ ଅବ୍ୟବସ୍ଥା ନେଇ ଖେଳାଳି ମାନଙ୍କ ୧ ଘଣ୍ଟା ଧରି ୨୨୦ ନମ୍ବର ଜାତୀୟ ରାଜପଥ ରାସ୍ତା ଅବରୋଧ 

ରାଇରଙ୍ଗପୁରରେ ସରକାରଙ୍କ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବ୍ୟାପକ ଅବ୍ୟବସ୍ଥା ନେଇ ଖେଳାଳି ମାନଙ୍କ ୧ ଘଣ୍ଟା ଧରି ୨୨୦ ନମ୍ବର ଜାତୀୟ ରାଜପଥ ରାସ୍ତା ଅବରୋଧ 

 ମୟୂରଭଞ୍ଜ -୨୧/୦୧ ( ମସିହା) ରାଇରଙ୍ଗପୁରରେ ଗତ ୧୭ ରୁ ଆଜି ୨୧ ତାରିଖ ପର୍ଯ୍ୟନ୍ତ ସରକାରଙ୍କ ନୂଆ ଓ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ପୁରୁଷ ଓ ମହିଳା ଦୁଇଟି ବିଭାଗରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଉଦଯାପିତ ହୋଇଥିଲା । କିନ୍ତୁ ଖେଳ ସରିବା ବେଳକୁ ଆଜି ଅପରାହ୍ନ ୧ ଟାଏ ପରେ ହୋଇ ଯାଇଥିଲା । ଖେଳାଳିମାନେ ଖାଇବାକୁ ଡହଳ ବିକଳ ହୋଇଥିଲେ ।ହେଲେ ସେମାନଙ୍କୁ କୁହା ଯାଇଥିଲା ବାରିପଦା ନିଜ ଖର୍ଚ୍ଚରେ ଯାଅ ‌ସେଠାରେ ଖାଇବାକୁ ଦେବା ସହ ପୁରସ୍କାର ରାଶି ୩୦,୦୦୦ ଟଙ୍କା ଦିଆଯିବ । ବହଳଦା ରନର୍ସ ଅପ୍ ବିଜେତା ମାନେ କହିଲେ ଆମ ପାଖରେ ଟଙ୍କା ନାହିଁ ବାରିପଦା ଯିବାକୁ ଏବଂ ବର୍ତ୍ତମାନ ଖାଇବାକୁ ମଧ୍ଯ ଟଙ୍କା ନାହିଁ ।ଏଠାରେ ତ ଖେଳ ସରିଲା ତେଣୁ ପୁରସ୍କାର ରାଶି ଏଠାରେ ଦିଅନ୍ତୁ । ସ୍ଥାନୀୟ ପ୍ରଶାସନ କହିଲେ ବାରିପଦା ପ୍ରଶାସନ ବୁଝିବ । ଏହାକୁ ନେଇ ଭୋକ ଉପାସରେ ଥିବା ଫୁଟବଲ ଖେଳାଳୀ ମାନେ ରାଇରଙ୍ଗପୁର ଦୁର୍ଗାମଣ୍ଡପ ଛକରେ ୧ ଘଣ୍ଟା ଧରି ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ପହଞ୍ଚି ଏବିଡିଇଓ ସୁରାଇ ମାରାଣ୍ଡି , ଥାନାଧିକାରୀ ସୁଚନ୍ଦ୍ର ମହାଳିକ ବହୁତ ବୁଝାବୁଝି କଲାପରେ ଖେଳାଳି ମାନେ ରାସ୍ତା ଅବରୋଧରୁ ହଟିଥିଲେ ।ଉଭୟ ପାର୍ଶ୍ବରେ ଟ୍ରକ ଓ ଭାରିଯାନ ଅଟକି ରହିଥିଲା ।ପ୍ରଶାସନ ତରଫରୁ ପରେ ଖାଇବା ବ୍ୟବସ୍ଥା କରାଯିବା ସହ ସେମାନଙ୍କୁ ପରେ ତାଙ୍କ ଗାଁ ରେ ବିଜେତା ପୁରସ୍କୃତ ରାଶି ପ୍ରଦାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଗମ୍ଭାରୀଗୁଡା ଧାନ ମଣ୍ଡିରେ କଳାକାର ସଙ୍ଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତ ପ୍ରତିନିଧି

masiha

ବନମାଳି ଧୂପାଳ ଚାରିଟେବୁଲ ଟ୍ରଷ୍ଟ ଏବଂ ଆପୋଲୋ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!