ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାଣ୍ଡ ମେଡିକାଲ ହଲ ର ୨୫ତମ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ 

ଗ୍ରାଣ୍ଡ ମେଡିକାଲ ହଲ ର ୨୫ତମ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ 

ରାଉରକେଲା: ଇସ୍ପାତ ମାର୍କେଟ ସ୍ଥିତ ଗ୍ରାଣ୍ଡ ମେଡିକାଲ ହଲ ର ୨୫ତମ ପୂର୍ତ୍ତି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଉରକେଲା ସରକାରୀ ହସ୍ପିଟାଲ ର ବରିଷ୍ଠ ଡାକ୍ତର ସୁଧାରାଣୀ ପ୍ରଧାନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ରକ୍ତଦାନ ମହତଦାନ ଓ ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ଉଭୟ ଅତିଥି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ନିଃଶୁଳ୍କ ରକ୍ତଚାପ ପରୀକ୍ଷା ସହ ୧୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। କାର୍ଯ୍ୟକ୍ରମରେ ଆରଜିଏଚ ର ଡାକ୍ତର ପୂଜା ପତି, ଡାକ୍ତର ମନୋଜ କୁମାର ପାଣିଗ୍ରାହୀ, ହାଇଟେକ୍ ମେଡିକାଲ କଲେଜ ର ଡାକ୍ତର ଦିବ୍ୟ ମହେନ୍ଦ୍ର, ଡାକ୍ତର ସୂଜାତା ପ୍ରିୟମ୍ବଦା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ ତଥା ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆବାହକ ଶାନ୍ତନୁ ତ୍ରିପାଠୀ,ସମ୍ବିତ ତ୍ରିପାଠୀ, ସିଦ୍ଧାନ୍ତ ତ୍ରିପାଠୀ, ତୃପ୍ତିମୟୀ ବେହେରା,ଚନ୍ଦ୍ରିକା ହରିପାଲ,ସୂଜାତାରାଣୀ ବିଭାର,ମୀରା ମିଶ୍ର,ସୁମନ ନାୟକ,ଦିୟା ଥାପ୍ପା,ହୀରା ତିର୍କି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ। ଶେଷରେ ଆବାହକ ଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବସ୍ତା ଅଞ୍ଚଳ ର ସମାଚାର

masiha

ଅବସର କାଳିନ ବିଦାୟ ସମ୍ଭର୍ଦ୍ଧନା 

masiha

ରଘୁନାଥପଲ୍ଲୀ ନିର୍ବାଚନୀ କ୍ଷେତ୍ରରେ ନୂତନ ବିସ୍ତାରକଙ୍କ ଦାୟୀତ୍ବ ଗ୍ରହଣ

masiha

Leave a Comment

error: Content is protected !!