ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓ.ଏସ୍.ଏ.ପି ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ

ଓ.ଏସ୍.ଏ.ପି ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ 

ରାଉରକେଲା: ଓ.ଏସ୍.ଏ.ପି ସରକାରୀ ଉଚ୍ଚ ବିଦ୍ୟାଳୟର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ବିଶ୍ଵାଳଙ୍କ ସଭାପତିତ୍ବ ଓ ପୂର୍ଣ୍ଣଚନ୍ଦ୍ର ବେହେରା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓ.ଏସ୍.ଏ.ପି ପୋଲିସ୍ ପ୍ରଶାସନର ବରିଷ୍ଠ ଦୁର୍ଗପତି ପ୍ରମୋଦ କୁମାର ଜେନା ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଦୁର୍ଗ ପରିବାର କଲ୍ୟାଣ କେନ୍ଦ୍ର ର ସଭାପତି ସାଗରିକା ମଲ୍ଲିକ, ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ,ବିଶ୍ରା ବ୍ଲକ ଶିକ୍ଷାଧିକାରୀ ସଦାନନ୍ଦ ପ୍ରଧାନ, ପ୍ରାକ୍ତନ ଏବିଇଓ କୁଞ୍ଜବିହାରୀ ରାଉତ, ମଧୁସୂଦନ କ୍ଲଷ୍ଟର ର ସିଆରସିସି ହରିହର ବେହେରା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପଦ୍ମନାଭ ଦାଶ,ଓଏମପି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଲୋଚନା କର, ରମାକାନ୍ତ ମଲ୍ଲିକ ତଥା ପ୍ରାକ୍ତନ ତଥା ରାଜ୍ୟ କୃତି ସମ୍ମାନପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ସତକହିବା ,ନିର୍ଭୟ ରହିବା ,କର୍ମପ୍ରତି ପ୍ରତିବଦ୍ଧତା ,ଲେଖିବା,ପଢ଼ିବା, ଶୁଣିବା , ସମୟାନୁବର୍ତ୍ତିତା , ଶୃଙ୍ଖଳିତ , ପିତାମାତା ଙ୍କୁ ସମ୍ମାନ, ଆମ୍ବେଦକର ଙ୍କ ଜୀବନାଦର୍ଶ, ଆତ୍ମବିଶ୍ଵାସ, ଜ୍ଞାନ ବଢ଼ାଇବାର ସ୍ପୃହା, ଶିକ୍ଷା ପ୍ରତି ପ୍ରତିବଦ୍ଧତା, ଭଲ ମଣିଷ ହେବା ଓ ସମୟର ସଦୁପଯୋଗ ଉପରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଶ୍ରୀ ନାୟକ ଦେବାରେ ଆନନ୍ଦ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସେ କହିଥିଲେ ଯେ ବିଦ୍ୟାଳୟ ତରଫରୁ କୈାଣସି ପିଲା ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କଲେ ବାର୍ଷିକୋତ୍ସବ ରେ ଏକ ହଜାର ଟଙ୍କା ପ୍ରୋତ୍ସାହନ ରାଶି ତଥା ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ପ୍ରଥମ ହୋଇଥିବା ପିଲାଙ୍କୁ କଲେଜ ପଢ଼ିବାର ପ୍ରଥମ ଦୁଇବର୍ଷ ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ଘୋଷଣା କରିଥିଲେ। ଚଳିତବର୍ଷ ଶ୍ରେଷ୍ଠ ଛାତ୍ରୀ ଭାବେ ପ୍ରତିଭା ମାଝୀଙ୍କୁ ପୁରସ୍କୃତ କରାଯିବା ସହ ଶ୍ରୀ ନାୟକ ଙ୍କ ପ୍ରଦତ୍ତ ଏକ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ରାମଚନ୍ଦ୍ର ମିଶ୍ର ମନ୍ତ୍ରୋଚ୍ଚାରଣ କରି ତଥା ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିବାବେଳେ ଶିକ୍ଷକ ବିକାଶ ଚନ୍ଦ୍ର ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ ତଥା ସଭାପତିତ୍ବ କରୁଥିବା ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ବାଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପ ଦୁର୍ଗପତି ସଞ୍ଜିବ କୁମାର ଲାକ୍ରା, ସହକାରୀ ଦୁର୍ଗପତି ମାନଭଞ୍ଜନ ଛୁରା,ରତ୍ନାକର ଲାକ୍ରା, ମାନସିଂହ ମୁର୍ମୁ, ମଧୁସୂଦନ ମହାପାତ୍ର ତଥା ହାଵିଲଦାର ଓ ସିପାହୀ ଶାଖା ସଂଘର ସଭାପତି ସୂର୍ଯ୍ୟକାନ୍ତ ପାତ୍ର ତଥା ସମ୍ପାଦକ ଗିରିଧାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ମନୋଜ ସାହୁ,ମୈ।ସୁମୀ ମିତ୍ର,ଅଚଳା ମିଶ୍ର,ରାମ ମିଶ୍ର, ପ୍ରତାପ ପ୍ରଧାନ, ରବିନାରାୟଣ ପାତ୍ର, ରୋହିଣୀ ରାଉତ ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓ.ଏମ୍.ପି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ଜାନକୀ ନନ୍ଦ,ରଞ୍ଜିତା ମିଶ୍ର, ମହାମାୟା ତ୍ରିପାଠୀ, ଐଶ୍ୱରୀୟା ପ୍ରିୟଦର୍ଶିନୀ, ପରିଚାଳନା ସମିତି ର ଫ୍ରାନସିସ କାଣ୍ଡ ଲୁନା, ପ୍ରଭାତ ପ୍ରଧାନ,ସୁରେଖା କିସାନ ଓ ସାବିତ୍ରୀ ଭୂମିଜ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

Youth Social Worker Drx.Dibyanshu Acharya awarded.

masiha

ଶ୍ରଦ୍ଧା ର ୨୦୨୫- ୨୦୨୮ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ

masiha

ଧର୍ମ ପରାୟଣ ମହିଳାଙ୍କ ବିୟୋଗରେ ଶୋକର ଛାୟା:ଶବ ଦାହ,ଦଶାହ ଓ ଚତୁର୍ଦଶ ଦିବସ ଭୋଜିରେ ଲୋକାରଣ୍ୟ 

masiha

Leave a Comment

error: Content is protected !!