ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ବନ୍ଧୁ ମିଳନ

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ବନ୍ଧୁ ମିଳନ

ରାଉରକେଲା:ରାଉରକେଲାର ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ବନ୍ଧୁ ମିଳନ ଛେଣ୍ଡ୍ କଲୋନୀ ସ୍ଥିତ ମଧୁସୂଦନ ପାଠାଗାର ପରିସରରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ନବଘନ ସାହୁଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସଦସ୍ୟ ସଦସ୍ୟା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ନୂତନ ସଦସ୍ୟତା ଗ୍ରହଣ କରିଥିବା ସାତ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୁବାସ ଚନ୍ଦ୍ର ମହାପାତ୍ର ଏବଂ ବିଶ୍ବନାଥ ଜେନା ପରିଚାଳନା କରିଥିଲେ। ଏହି ଅବସରରେ ସୁନ୍ଦରଗଡ଼ ସରକାରୀ ନର୍ସିଂ କଲେଜର ରୁପାଲି ଦାସ, ସାଗରିକା ସାହୁ, ସୁପ୍ରଭା ନାୟକ, ସୁପ୍ରିୟା ନାଥ, ଜ୍ୟୋତଶ୍ରୀ ଆଚାର୍ଯ୍ୟ, ଦିବ୍ୟଜ୍ୟୋତି ଦାସ ଏବଂ ସ୍ବିଟି ଧଳ ପ୍ରମୁଖ ସାତଜଣ ଛାତ୍ରୀଙ୍କୁ ଲକ୍ଷ୍ମଣନାଥ ଦାସଙ୍କ ସହଯୋଗରେ ଆମେରିକାର ନର୍ଥ ସାଉଥ୍ ଫାଉଣ୍ଡେସନ ବୃତ୍ତି ପ୍ରତ୍ୟେକଙ୍କୁ ପଚିଶ ହଜାର ଟଙ୍କାର ଚେକ୍ ଅତିଥି ମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା। ନବଘନ ସାହୁଙ୍କ ସହ ଆଲୋକ କବି ଶତପଥୀ, ପ୍ରଦୀପ କୁମାର ସାହୁ, ଶଙ୍କର ପ୍ରସାଦ ତ୍ରିପାଠୀ, ଡାକ୍ତର ଗୋକୁଳାନନ୍ଦ ସାହୁ, ବିଜୟ କୁମାର ମହାନ୍ତି ପ୍ରମୁଖ ବିଶିଷ୍ଟ ଅତିଥି ମାନେ ମଞ୍ଚାସୀନ ଥିଲେ। ହରିହର ନାୟକ, କୈଳାସ ଚନ୍ଦ୍ର ସାମଲ, ରବି ନାରାୟଣ ସିଂହ, ସତ୍ୟ ନାରାୟଣ ପଣ୍ଡା, ଅଶୋକ କୁମାର ଶୁକ୍ଳ, ଧୃବ ଚରଣ ନାୟକ, ପ୍ରକାଶ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିବାବେଳେ କାର୍ଯ୍ୟକ୍ରମରେ ଶତାଧିକ ସଦସ୍ୟ ସପରିବାର ଯୋଗ ଦେଇ ଥିଲେ। ଶେଷରେ ନବଘନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବନ୍ଦ ଘର ଭିତରେ ଯୁବକର ମୃତଦେହ ଠାବ

masiha

ଭାରତ ବିକାଶ ପରିଷଦର ଶାଖା ସ୍ତରୀୟ କାର୍ଯ୍ୟଶାଳା

Sunil Chandra Nayak

ବଜ୍ରପାତରେ ଶାଶୁ ବୋହୁ ମୃତ ! 

Leave a Comment

error: Content is protected !!