ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସଡକ ସୁରକ୍ଷା ସପ୍ତାହ ୨୦୨୩ ପାଳନ

ସଡକ ସୁରକ୍ଷା ଜୀବନ ରକ୍ଷା ଜାତୀୟ ସଡକ ସୁରକ୍ଷା ସପ୍ତାହ ୨୦୨୩ ପାଳନ ଅବସରରେ ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜନ ସଚେତନତା ନିମନ୍ତେ ଏକ ରାଲି ସଭାଯାତ୍ରା ବାହାରିଥିଲା। ଏହି ସଚେତନା ରାଲି ସଭାଯାତ୍ରା କୁ ଫୁଲବାଣୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧିକାରୀ ସୁଶୀଲ କୁମାର ସାହୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ଫୁଲବାଣୀ ସହର ର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶତାଧିକ ଛାତ୍ରଛାତ୍ରୀ ରାଲି ସଭାଯାତ୍ରା ରେ ଯୋଗ ଦେଇ ଲୋକ ମାନଙ୍କୁ ସଡ଼କ ସୁରକ୍ଷା ନିୟମାବଳୀ ପାଳନ କରି ଦୁର୍ଘଟଣା ଠାରୁ ଦୂରେଇ ରହିବା ପାଇଁ ସହର ପରିକ୍ରମା କରି ସଚେତନ କରିଥିଲେ। ଦୁଇ ଚକିଆ ଯାନ ଚଳାଇବା ବେଳେ ସବୁବେଳେ ହେଲମେଟ ବ୍ୟବହାର କରନ୍ତୁ,ଚାରିଚକିଆ ଯାନ ଚଳାଇବା ବେଳେ ସବୁବେଳେ ସିଟ ବେଲ୍ଟ ବ୍ୟବହାର କରନ୍ତୁ, ନିଶାଦ୍ରବ୍ୟ ସେବନ କରି ଗାଡି ଚଳାନ୍ତୁ ନାହିଁ,ଗାଡି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର କରନ୍ତୁ ନାହିଁ,ଦ୍ରୁତଗତିରେ ଏବଂ ବେପାରୁଆ ଭାବରେ ଗାଡି ଚଳାନ୍ତୁ ନାହିଁ,ଗାଡି ଚଳାଇବା ବେଳେ ଅନ୍ୟ ପଥଚାରୀ ଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ,ଗାଡ଼ି ଚଳାଇବା ବେଳେ ରାସ୍ତା କଡରେ ଏବଂ ଘାଟି ରାସ୍ତା ରେ ଦିଆଯାଇଥିବା ସୁରକ୍ଷା ସଂକେତ ଗୁଡିକୁ ମାନି ଗାଡି ଚଳାନ୍ତୁ, ଗାଡ଼ିରେ ମାତ୍ରାଧିକ ଦ୍ରବ୍ୟ ପରିବହନ କରନ୍ତୁ ନାହିଁ, ଗାଡି ଚଳାଇବା ବେଳେ ଟ୍ରାଫିକ ନିୟମ ଓ ସଂକେତ ମାନି ଗାଡି ଚଳାନ୍ତୁ,ଯାନ ବାହାନ ଚଳାଇବା ବେଳେ ଆମ୍ବୁଲାନ୍ସ ଏବଂ ଦମକଳ ଗାଡି କୁ ଯଥା ସମ୍ଭବ ଯିବା ପାଇଁ ରାସ୍ତା ଛାଡିଦିଅନ୍ତୁ। ଏହି ସବୁ ନିୟମ ଗୁଡ଼ିକୁ ପାଳନ କରି ଗାଡି ଚଳାଇବା ନିମନ୍ତେ ଛାତ୍ରଛାତ୍ରୀ ମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ରାଲି ସଭାଯାତ୍ରା ରେ ସହର ସାରା ବୁଲି ସଚେତନ କରିଥିଲେ। ଏହି ମୂଲ୍ୟବାନ ପରିବହନ ନିୟମ ଗୁଡିକ ପାଳନ କରି ଯାନବାହନ ଚାଳନା କଲେ ସୁରକ୍ଷିତ ଏବଂ ନିରାପଦ ଯାତ୍ରା ହୋଇପାରିବ। ଆମେ ସମସ୍ତେ ମିଳିମିଶି ଆମ ଜିଲ୍ଲା କୁ ଦୁର୍ଘଟଣା ମୁକ୍ତ କରିପାରିବା ବୋଲି କହିବା ସହିତ ଆସନ୍ତା କାଲି ଠାରୁ ସପ୍ତାହ ବ୍ୟାପୀ ସଚେତନ ରଥ ଜିଲ୍ଲାର ସମସ୍ତ ଅଞ୍ଚଳ ବୁଲି ସଚେତନତା ସୃଷ୍ଟି କରିବ ବୋଲି କନ୍ଧମାଳ ଆର ଟି ଓ ଶ୍ରୀ ସାହୁ ସୂଚନା ଦେଇଥିଲେ। ଆୟୋଜିତ ରାଲି ସଭାଯାତ୍ରା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରୁ ବାହାରି ଗାନ୍ଧୀଛକ,ଗୋପବନ୍ଧୁ ଛକ,ଫୁଲବାଣୀ ସହର ମୁଖ୍ୟ ବଜାର ବିଜୁ ପଟ୍ଟନାୟକ ଛକ ଦେଇ ମାଦିକୁନ୍ଦା ଛକ ନୃସିଂହ ମନ୍ଦିର ରାସ୍ତା ରେ ଆସି ଆର ଟି ଓ ଅଫିସ ଠାରେ ପହଞ୍ଚି ଥିଲା। ରାଲି ସଭାଯାତ୍ରା ସହ ସଚେତନା ରଥ ମଧ୍ୟ ସହର ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରିଥିବା ଦେଖିବା କୁ ମିଳିଥିଲା। ଏହି ସଡକ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ ରେ ଆର ଟି ଓ ଶିଶିର କୁମାର ସାହୁ,ପ୍ରେସକ୍ଳବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ଜୁନିଅର ଏମ ଭି ଆଇ ଟି. ସୌରଭ, ଟି ଏସ ଆଇ ଶିବାନୀ ମାଝୀ, ସମସ୍ତ ଆର ଟି ଓ ଷ୍ଟାଫ ଏବଂ ପୋଲିସ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିମ ହ୍ୟୁମାନିଟି ର ସଦସ୍ୟ ଏବଂ ଗଣମାଧ୍ୟମ ରାଲି ସଭାଯାତ୍ରା ରେ ଯୋଗ ଦେଇ ପ୍ରଚାର ପତ୍ର ବାଣ୍ଟି ସଚେତନ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ପର୍ଯ୍ୟାପ୍ତ ପରିମାଣ ରେ ୟୁରିଆ ସାର ଯୋଗାଣ ପାଇଁ ଦାବୀ, ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ

Sunil Chandra Nayak

ବର୍ତି ଗଲା ଅନେକ ଜୀବନ ,ପାଣି ସୁଅରେ ଭାସି ଗଲା ଟ୍ରାକ୍ଟର 

masiha

*BREAKING: Nagavali Express Derails Near Gotlam Railway Station*

masiha

Leave a Comment

error: Content is protected !!