ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ କବି ସୁବ୍ରତ କୁମାର ଙ୍କୁ “କବି ଭୂଷଣ ସମ୍ମାନ”

ଢେ଼ଙ୍କାନାଳ/ଅନୁଗୋଳ (ମ ସୀ ହା) ଅନୁଗୋଳ ଜିଲ୍ଲା ଯୁବ କବି ଶ୍ରୀ ସୁବ୍ରତ କୁମାର ପ୍ରଧାନ ଙ୍କୁ “କବି ଭୂଷଣ”ସମ୍ମାନ ରେ ସମ୍ମାନିତ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଜଗତସିଂହପୁର ଜିଲ୍ଲାର ପଞ୍ଚସଖା ଙ୍କ ତପସ୍ୟା ପୀଠ ଧ୍ୟାନକୁଦ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସବିତା ରାଣୀ ଦାସ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କବି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ବିଶିଷ୍ଟ ମାଳିକା ପ୍ରବଚକ ବାବା ଶ୍ରୀ ଶ୍ରୀ ଦିବାକର ଦାସ ମହାରାଜ ଓ ମୁଖ୍ୟ ବକ୍ତା ଭାବେ ବାବା ଶ୍ରୀ ଶ୍ରୀ ଅରକ୍ଷିତ ଦାସ ମହାରାଜ ପ୍ରମୁଖ ଯୋଗ ଦେଇ କବି ଶ୍ରୀ ପ୍ରଧାନ ଙ୍କୁ ମାନପତ୍ର,ଅଙ୍ଗ ବସ୍ତ୍ର,ଓ ଉପଢ଼ୌକନ ପ୍ରଦାନ ପୂର୍ବକ “କବି ଭୂଷଣ” ସମ୍ମାନ ରେ ସମ୍ବର୍ଦ୍ଧିତ କରିଥିଲେ।ଶ୍ରୀ ପ୍ରଧାନ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରପଦା ପଞ୍ଚାୟତ ର ଶ୍ରୀଯୁକ୍ତ ଶତୃଘ୍ନ ପ୍ରଧାନ ଓ ଶ୍ରୀମତୀ ରୁନୁବାଳା ପ୍ରଧାନ ଙ୍କ ସୁପୁତ୍ର ଅଟନ୍ତି।ସେ ସାହିତ୍ୟ ସର୍ଜନା ପାଇଁ ଏଯାବତ୍ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସମ୍ବର୍ଦ୍ଧିତ ହୋଇଛନ୍ତି।ଅତି ପିଲାବେଳୁ ସେ ସାହିତ୍ୟ ର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ଆସୁଛନ୍ତି। ତାଙ୍କର ଲେଖା ଗୁଡିକ ଓଡ଼ିଶାର ବହୁ ପ୍ରତିଷ୍ଠିତ ପତ୍ର ପତ୍ରିକାରେ ପ୍ରକାଶ ପାଇ ଆସୁଛି। ଏହି ସମ୍ବର୍ଦ୍ଧନା ମିଳିବା ପରେ ସାରା ଅଞ୍ଚଳର ସାହିତ୍ୟିକ ଓ ପ୍ରଶଂସକ ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

କେନ୍ଦୁଝରର ସୁକେଶୀ ଓରାମଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ

Sunil Chandra Nayak

ମଧୁପୁର ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ଷ୍ଟେଚରରେ ୨ କିଲୋମିଟର ବୁହା ହେଲେ ଗର୍ଭବତୀ 

Sunil Chandra Nayak

Leave a Comment

error: Content is protected !!