ତେନ୍ତୁଳିଖୁଣ୍ଟି ୧୨/୬/୨୩ // ନବରଙ୍ଗପୁର ଜିଲ୍ଳା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ପକ୍ଷରୁ ତେନ୍ତୁଳିଖୁଣ୍ଟି ବ୍ଲକ୍ ସ୍ତରୀୟ ସାଧାରଣ ବୈଠକ ତେନ୍ତୁଳିଖୁଣ୍ଟି ସ୍ଥିତ ଦିବ୍ୟ ହୃଦୟ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକର ବିଭିନ୍ନ ଗ୍ରାମର ପାଳକ, ପ୍ରାଚୀନ ତଥା ନେତୃବୃନ୍ଦ ମାନେ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦର ଜିଲ୍ଲା ସଭାପତି ସୁଧାର ପାତ୍ର, ଜିଲ୍ଲା ସମ୍ପାଦକ ପାଳକ ଗୌରବ କାଉଁରୀ, କୋଷାଧ୍ୟକ୍ଷ ରେଭ୍. ଉରୀୟ ଭତ୍ରା,ଜିଲ୍ଲା ସ୍ତରୀୟ କମିଟି ସଦସ୍ୟ ଦୟାନିଧି ସୁନା ପ୍ରମୁଖ ଯୋଗ ଦେଇ ପରିଷଦର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ସହିତ ବ୍ଲକ୍ ର ପ୍ରତ୍ୟେକ ଗ୍ରାମରେ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ପରିଶେଷରେ ତେନ୍ତୁଳିଖୁଣ୍ଟି ବ୍ଲକ୍ ସ୍ତରୀୟ ଏକ ବର୍ଷି ପାଇଁ ଅସ୍ଥାୟୀ କମିଟି ଗଠନ କରା ଯାଇଥିଲା। ତେନ୍ତୁଳିଖୁଣ୍ଟି ବ୍ଲକ ସଭାପତି ଭାବେ ରେଭ୍. ମୋହନ ଚନ୍ଦ୍ର ଦାସ, ସଂପାଦକ କାହ୍ନୁ ସିଂ ସାଧୁ, କୋଷାଧ୍ୟକ୍ଷ ସରୋଜ କୁମାର କର୍କରା, ମନୋନୀତ ହୋଇଛନ୍ତି।କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବରେ ତେନ୍ତୁଳିଖୁଣ୍ଟି କ୍ୟାଥଲିକ ଚର୍ଚ୍ଚ ଫାଦର ଜେମ୍ସ ଭେଟମ, ତୁଷାର କାନ୍ତ ଦାସ, ସେବକ ଗରଡା, କୃପାଦାନ ହିଆଲ, ଭୂଷଣ ଗରଡା, ଘେନୁ ସଗରିଆ, ରାଜେନ୍ଦ୍ର ସୁନା, ଶାମୁଏଲ ଖରା, ମିଡିଆ ସଂପାଦକ ଭାବେ ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ , ଐଶ୍ଚର୍ଯ୍ୟ ଟାକ୍ରୀ ଙ୍କୁ ସର୍ବସମ୍ମତି କ୍ରମେ ଏକ ବର୍ଷ ନିମନ୍ତେ ମନୋନୟନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ତେନ୍ତୁଳିଖୁଣ୍ଟି ଜେ ଇଏଲ ଚର୍ଚ୍ଚ ପାଳକ ରେଭ୍ ବିପିନ ବିହାରୀ ଧାନଫୁଲ, ଖାତିଗୁଡ଼ା ଜେଇଏଲ ଚର୍ଚ୍ଚ ପାଳକ ରେଭ୍ କିଶୋର ଛତ୍ରୀୟା, ଅନୁରଞ୍ଜନ ହିଆଲ, ହାନେସ ବାଘ, ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।ସୂଚନା ଥାଉକି ତେନ୍ତୁଳିଖୁଣ୍ଟି ବ୍ଲକ୍ ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ର ସଭାପତି ଭାବେ ଜୀବନ ଟାକ୍ରୀ କାର୍ଯ୍ୟ କରୁିଥିଲେ, ତାଙ୍କ କାର୍ଯ୍ୟ ବ୍ୟସ୍ତତା ତଥା କୌଣସି ଏକ କାରଣ ଯୋଗୁ ସମୟ ଦେଇ ପାରୁ ନ ଥିବାରୁ ନୂତନ କମିଟି ଗଠନ କରାଯାଇଥିବା ସୂଚନା ମିଳିଛି। ଶେଷରେ ନୂତନ କମିଟି ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କ ଠାରେ ପାଳକ ମାନଙ୍କ ଦ୍ଵାରା ପ୍ରାର୍ଥନା କରା ଯାଇଥିଲା।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି


