ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓ୍ବାଇବିପିଏସ ରୁପ୍ରାରୋଡର ବାର୍ଷିକୋତ୍ସବ ଉଦଯାପିତ

ଓ୍ବାଇବିପିଏସ ରୁପ୍ରାରୋଡର ବାର୍ଷିକୋତ୍ସବ ଉଦଯାପିତ 

ନର୍ଲା,୨୮|୩: ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ (ଓ୍ବାଇବିପିଏସ) ରୁପ୍ରାରୋଡର ଦ୍ବିତୀୟ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଉଦଯାପନୀ ସମାରୋହରେ ସ୍କୁଲର ଭାଇସ୍ ଚ୍ୟାରମେନ୍ ରତନ କୁମାର ଅଗ୍ରୱାଲ, ସମ୍ପାଦକ ସୁମିତ କୁମାର ଅଗ୍ରୱାଲ, ବରିଷ୍ଠ ସଦସ୍ୟ ଆନନ୍ଦ କୁମାର ଅଗ୍ରୱାଲ, ମହେଶ ଅଗ୍ରୱାଲ, କୈଳାଶ କୁମାର ଅଗ୍ରୱାଲ, ରୂପଚନ ଜୈନ, ପ୍ରଦୀପ କୁମାର ଅଗ୍ରୱାଲ ଓ ଦେବେଶ କୁମାର ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ। ଉପଦେଷ୍ଟା ଦେବୀଦେବ ଶର୍ମା ଓ ସୁବାସ ଚନ୍ଦ୍ର ଅଗ୍ରୱାଲ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗିନ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବାର୍ତ୍ତା ପ୍ରେରଣ କରିଥିଲେ। ରୁପ୍ରାରୋଡ ସରପଞ୍ଚ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରୀତି ଉପହାର ପ୍ରଦାନ ସହ ସ୍କୁଲର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସଭାର ଅଧ୍ୟକ୍ଷତା କରିଥିଲେ ସ୍କୁଲର ଭାଇସ ପ୍ରିନ୍ସପାଲ ବିଭୁ ରଞ୍ଜନ ମହାହୁତି। ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ସ୍କୁଲ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ପାଇଁ ଜମିଦାନ କରିଥିବା ଜମିଦାତାମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍କୁଲର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା। ଶିକ୍ଷୟତ୍ରୀ ଅନିମା ଅଗ୍ରୱାଲ, ନିବେଦିତା ସାହୁ, ତୁଳସୀ ବେହେରା, ପ୍ରେମାଞ୍ଜଳୀ ପୋଢ, ପୂଜା ଅଗ୍ରୱାଲ, ଅଞ୍ଜୁ ବେହେରା, କୁନ୍ତୀ ଭୋଇ, ଶିକ୍ଷକ ବିଜୟ କୁମାର ମହାପାତ୍ର, ଚୈତନ୍ୟ ସାହୁ, ପଦ୍ମନାଭ ଝାଙ୍କର, ତୁଷାର ଗଉଡ, ଦେବେନ୍ଦ୍ର ସେନାପତିଙ୍କ ସମେତ ବିଦ୍ୟାଳୟର କର୍ମଚାରୀ ଧିରୋଜ ସେଠୀ, ସୁମିତ୍ରା ପୋଢ, ବୃନ୍ଦାବନ ସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ଅବିଭାବକ/ ଅବିଭାବିକା ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଓଡିଆାରେ ନାମ ଫଳକ ଲେଖିବାକୁ ସଚେତନ ପଦଯାତ୍ରା

masiha

ସୀଙ୍ଗିପୁର ରେ ସୁରଭି କାର୍ଯ୍ୟକ୍ରମ

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷ ରୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!