ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଓ ଶ୍ରୀକୃଷ୍ଣ ବେଶ: ବିଶ୍ଵ ହିନ୍ଦୁ ପରିଷଦର ଷଷ୍ଠୀ ପୂର୍ତ୍ତି ଉତ୍ସବ 

ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଓ ଶ୍ରୀକୃଷ୍ଣ ବେଶ: ବିଶ୍ଵ ହିନ୍ଦୁ ପରିଷଦର ଷଷ୍ଠୀ ପୂର୍ତ୍ତି ଉତ୍ସବ 

 ନବରଙ୍ଗପୁର:(୨୭|୮)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣ ବେଶ ତଥା ବିଶ୍ଵ ହିନ୍ଦୁ ପରିଷଦର ଷଷ୍ଠୀ ପୂର୍ତ୍ତି ଓ ବଳିଦାନ ଦିବସ ପାଳନ କରାଯାଇଛି । କାର୍ଯ୍ୟକ୍ରମକୁ ଉଦଘାଟନ କରି ଇସ୍କନ ସଂସ୍ଥାର ସାଧୁ ସୁବଳହରି ଦାସ ଭଗବାନ ଶ୍ରୀକୃଷ୍ଣଙ୍କ ଆଗମନର ଉଦ୍ଧେଶ୍ୟ ଧର୍ମ ସଂସ୍ଥାପନ ତଥା ପ୍ରତ୍ୟେକ ପ୍ରାଣରେ ଶାନ୍ତି,ସୈହାର୍ଦ୍ଦ , ମୈତ୍ରୀ ସ୍ଥାପନ ବୋଲି ଅଭିହିତ କରିଥିଲେ । ମୁଖ୍ୟ ଅତିଥି ନଗରପାଳ କୁନୁ ନାୟକ ଶିଶୁ ମାନସିକତାରେ ଭଗବାନ ଶ୍ରୀକୃଷ୍ଣ ଶ୍ରେଷ୍ଠ ଆଦର୍ଶ ବୋଲି ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ସମ୍ମାନୀତ ଅତିଥି ହେମଲତା ମାଝୀ ଶିଶୁ ମାନଙ୍କୁ ଭଗବାନଙ୍କର ଏକ ସୁନ୍ଦର ସୃଷ୍ଟି ଏବଂ ସମସ୍ତେ କର୍ମଠ,ସରଳ ଓ ସତ୍ୟପରାୟଣ ହେବାକୁ ଆଶୀର୍ବଚନ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ବିଶ୍ଵ ହିନ୍ଦୁ ପରିଷଦର ନିର୍ମାଣ ଓ ଷାଠିଏ ବର୍ଷରେ ଏହାର କାର୍ଯ୍ୟକ୍ରମ ବଖାଣିଥିଲେ। ଦୀର୍ଘ ପନ୍ଦର ବର୍ଷ ବିତିଯାଇଥିଲେ ମଧ୍ୟ ପୂଜ୍ୟ ସନ୍ଥ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀଙ୍କୁ ନ ଧରିବା ସରକାରଙ୍କ ନିଷ୍କ୍ରିୟତା କହିଛନ୍ତି ଏବଂ ତୁରନ୍ତ ଧରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ସଭାରେ ବିଶ୍ଵ ହିନ୍ଦୁ ପରିଷଦର ପ୍ରଚଣ୍ଡ ସଭାପତି ପ୍ରଭାକର ପାତ୍ର ସଭାପତିତ୍ବ କରିଥିଲେ ତଥା ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ସନ୍ଧ୍ୟାରାଣୀ ଆଚାର୍ଯ୍ୟ ପରିଚାଳନା କରିଥିଲେ। ନଗରର ବିଭିନ୍ନ ବିଦ୍ୟାଳୟର ଶିଶୁମାନେ ଶ୍ରୀକୃଷ୍ଣ ବେଶରେ ଆସିଥିଲେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଦହି ହାଣ୍ଡି ଭାଙ୍ଗିବା, ଚିତ୍ର, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବେ ପର୍ଶୁରାମ ସାହୁ, ମନୋଜ ପଟ୍ଟନାୟକ, ନିବେଦିତା,ସାନୂଜ ପାତ୍ର ଉପସ୍ଥିତ ଥିଲେ । ବିଶ୍ଵ ହିନ୍ଦୁ ପରିଷଦ ଓ ଶିଶୁ ମନ୍ଦିରର ବହୁ କାର୍ଯ୍ୟକର୍ତ୍ତା ବିଘ୍ନରାଜ ପାତ୍ର,ଶଶିରେଖା ପଟ୍ଟନାୟକ, ବସନ୍ତ ପାତ୍ର, ଅମ୍ବିକା ପ୍ରଧାନ, ଆନନ୍ଦ ରାଓ, ଭୀଷ୍ମ ଦାସ ପ୍ରଭୁ, ଗୀତାଞ୍ଜଳି ବିଶ୍ଵାଳ,ସୁଲତାନ ହାଲଦାର, ପ୍ରଦୀପ ରଥ ସହଯୋଗ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବାରିପଦା କଳାକାର ତରଫରୁ ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ

Sunil Chandra Nayak

Proud of Cuttack Sadar Rabindranath pati passed away.

Sunil Chandra Nayak

ମୂର୍ଚ୍ଛନା ସାହିତ୍ୟ ସଂସଦର ହେମନ୍ତ କବିତା ଆସର

masiha

Leave a Comment

error: Content is protected !!