ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗମପେନୁର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗମପେନୁର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ଭବାନୀପାଟଣା, ୨୭।୦୩ () ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗମପେନୁ ଠାରେ ପ୍ରଥମ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଏହି ଉତ୍ସବରେ ସମ୍ମାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଲାଞ୍ଜିଗଡ ଶ୍ରୀଯୁକ୍ତ ରୁଷିଆ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଲାଞ୍ଜିଗଡ ଶ୍ରୀଯୁକ୍ତ ସୁଢଳଦେବ ମୁଣ୍ଡ, ଗୁଣ୍ଡରୀ ଗ୍ରା.ପ. ସରପଞ୍ଚ ଶ୍ରୀମତୀ ହରିପ୍ରିୟା ମାଝୀ, ସମିତି ସଭ୍ୟ ଶ୍ରୀମତୀ ପଦ୍ମିନୀ ପୁଝାରୀ, ଭଟାଙ୍ଗପଦର ସିଆରସିସି ଶ୍ରୀଯୁକ୍ତ ମନୋଜ କୁମାର ସାହୁ, ସମାଜ ସେବୀ ଶ୍ରୀଯୁକ୍ତ ଦୟାନିଧି ରାଉତ, ବିଦ୍ୟାଳୟ ପରିଚାଳନା କମିଟୀର ସଭାପତି ଶ୍ରୀଯୁକ୍ତ ଫଗୁନ ମାଝୀ ଯୋଗଦାନ କରିଥିଲେ। ଗ୍ରାମର କୌଣସି ପୁଅଝିଅ ଯେପରି ଶିକ୍ଷାରୁ ବଞ୍ଚିତ ନ ହେବେ, ସେଥିପ୍ରତି ଦୃଷ୍ଟିଦେବାକୁ ବିଇଓ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷା ବିଭାଗ ତରଫରୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ଏହିପରି ଏକ ଦୁର୍ଗମ ଅଞ୍ଚଳରେ ଅବସ୍ଥାପିତ ବିଦ୍ୟାଳୟରେ ଏପରି ଏକ ଉତ୍ସବ ପାଳନ କରାଯାଇ ଗ୍ରାମର ସମସ୍ତଙ୍କୁ ଏଥିରେ ଅଂଶି କରାଇ ପାରିଥିବାରୁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୃତି ରଞ୍ଜନ ରଥଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ କୃତି ଛାତ୍ରଛାତୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୃତି ରଞ୍ଜନ ରଥ ବିଦ୍ୟାଳୟ ବାର୍ଷିକ ବିବରଣୀ ପାଠ କରିଥିଲେ । ଗ୍ରାମକୁ ସବୁ ଦିନିଆ ରାସ୍ତା ନଥିଲେ ମଧ୍ୟ ଏବଂ ବଣ ପାହାଡ ଉପରେ ବିଦ୍ୟାଳୟ ଅବସ୍ଥାପିତ ଥିଲେ ମଧ୍ୟ ପ୍ରଥମ ବିଇଓ ଭାବରେ ଶ୍ରୀଯୁକ୍ତ ମେହେର ମହୋଦୟ ପାଦ ଦେଇଥିବାରୁ ବିଦ୍ୟାଳୟ ତଥା ଗ୍ରାମବାସୀ ତରଫରୁ ଶ୍ରୀ ମେହେରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସାନକାର୍ଲିର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରବୀଣ ତାଣ୍ଡି ମଞ୍ଚ ପରିଚାଳନା କରିଥିଲେ । ଶେଷରେ ବିଦ୍ୟାଳୟର ସହ ଶିକ୍ଷକ ଶ୍ରୀଯୁକ୍ତ ଦାମୋଦର ସା ଅତିଥି ଗଣକୁ ତଥା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଥ ସଭା ସାଙ୍ଗ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗ ପୁର ଜିଲ୍ଲା ଓ ୟୁ ଜେ କର୍ମକର୍ତ୍ତା ଚୟନ ସହ ପୂର୍ଣ୍ଣାଙ୍ଗ ହେଲା ନିର୍ବାଚନ ପ୍ରକ୍ରିୟା

Sunil Chandra Nayak

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ  ପରିବେଶ ସ୍ଵଚ୍ଛତା ଅଭିଯାନ ପାଳିତ

masiha

ପିଏମ୍ ଜନମନ ପରିଯୋଜନା ଅନ୍ତର୍ଗତ ଦ୍ଵିତୀୟ ପର୍ଯ୍ୟାୟ ଜନ ସଚେତନତା ରଥ ପରିକ୍ରମା 

masiha

Leave a Comment

error: Content is protected !!