ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାନୁଆରୀ 28ରେ ବିଶାଳ ଆଦିବାସୀ ମହାମେଳି 

ଜାନୁଆରୀ 28ରେ ବିଶାଳ ଆଦିବାସୀ ମହାମେଳି

ପାଟଣାଗଡ଼ ସ୍ଥାନୀୟ ଆଦିବାସୀ ଭବନ ବ୍ରହ୍ମପୁରା ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ ବ୍ଲକ ସଭାପତି ଶ୍ରୀଯୁକ୍ତ ଭୁବନେଶ୍ୱର କୁଅଁରଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା | ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ ସମସ୍ତଙ୍କୁ ସ୍ୱାଗତ କରି ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଆଗାମୀ ଜାନୁଆରୀ 28 ରେ ପାଟଣାଗଡ଼ ଠାରେ ବିଶାଳ ଆଦିବାସୀ ମହାମେଳିକୁ କିଭଳି ସଫଳ ରୂପାୟନ କରାଯାଇ ପାରିବ, ଏହି ମହାମେଳିରେ ଉପଖଣ୍ଡର ପ୍ରତ୍ୟେକ ଗ୍ରାମରୁ କିଭଳି ହଜାର ହଜାର ସଂଖ୍ୟାରେ ଆଦିବାସୀ ମାନେ ଯୋଗଦେବେ, ମହାମେଳି ପୂର୍ବରୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନ ସଭା କାର୍ଯ୍ୟ ସାରିବା , ନୂତନ ପରିବାର ସର୍ଭେ କରାଯିବ,ପ୍ରଚାର ପ୍ରସାର କୁ ଦ୍ରୁତ ଗତିରେ କରାଯିବ, ପ୍ରତ୍ୟେକ ଆଦିବାସୀ ସମ୍ପ୍ରଦାୟର ଜାତି ମୁଖିଆ ମାନଙ୍କର ସହମତି ନିଆଯିବ, ମହାମେଳି ପୂର୍ବରୁ ଆଦିବାସୀ ମାନଙ୍କ ସମସ୍ୟା ସମ୍ବଳିତ ଦାବିପତ୍ର କେନ୍ଦୁ ପତ୍ର ବିଭାଗ, ଗୋଷ୍ଟି ଉନ୍ନୟନ ଅଧିକାରୀ, ତହସିଲଦାର,ଅବକାରୀ ବିଭାଗ, ଜଙ୍ଗଳ ବିଭାଗ, ଥାନାଧିକାରୀ, ଉପଖଣ୍ଡ ପୋଲିସ ଅଧିକାରୀ, ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ | ଉକ୍ତ ଦିନ ଆଦିବାସୀ ଭବନ ଠାରୁ ସଶସ୍ତ୍ର ପାରମ୍ପରିକ ଶୋଭାଯାତ୍ରା ବାହାରି ଗଡ଼ଭିତର ଯାତ୍ରା ପଡ଼ିଆ ସଭା ସ୍ଥଳକୁ କୁ ପହଁଞ୍ଚି ସଭା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ | ଆଜିର ସଭାରେ ସମ୍ପାଦକ ସାରଥୀ ବାଗ ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ର ଶେଖର ବରିହା, ବେଲପଡା ବ୍ଲକ ସଭାପତି ରସିକ ଧରୁଆ, ଉପସଭାପତି ଧନରାମ ମିର୍ଦ୍ଧା ଓ ତିନି ଗୋଟି ବ୍ଲକର ଶତାଧିକ କର୍ମକର୍ତା ଉପସ୍ଥିତ ରହି ନିଜ ନିଜ ମତାମତ ରଖିଥିଲେ | ସଭାକୁ ମନୋଜ ଲୁହା ପରିଚାଳନା କରିଥିବା ବେଳେ ପିଣ୍ଟୁ ବୁଡ଼େକ ଧନ୍ୟବାଦ ଦେଇଥିଲେ |

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ମହାତ୍ମାଗାନ୍ଧୀ ଇଣ୍ଟର୍ ନେସନାଲ ପବ୍ଲିକ ସ୍କୁଲରେ ଅଷ୍ଟମ ବର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

masiha

ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ବାବା ସାହେବ ଆମ୍ବେଦକର  ମହାସମାରୋହରେ ପାଳିତ ହେଲା ୧୩୪ତମ ଜନ୍ମଜୟନ୍ତୀ

masiha

ଲୋକକଳା ପାଇଁ ଦିନଟିଏ “କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!