ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀ ପାଟଣା ସଦର ବ୍ଲକ୍ ଯାଦବ ମହାସଭାର ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ 

ଭବାନୀ ପାଟଣା ସଦର ବ୍ଲକ୍ ଯାଦବ ମହାସଭାର ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ 

କଳାହାଣ୍ଡି ଜିଲ୍ଲା ଭବାନପାଟଣା ଠାରେ ଭବାନୀ ପାଟଣା ସଦର ବ୍ଲକ ଯାଦବ ମହାସଭାର ନୂଆଁ ଖାଇ ଭେଟଘାଟ ପ୍ରସ୍ତୁତି ବୈଠକ ସଭାପତି ଦେବରାଜ ଗହୀରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀରଥୁରାମ ବାଗ ସଂମ୍ପାଦକ ସଦର ବ୍ଲକ୍ ଯାଦବ ମହାସଭା ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ସ୍ବାଗତ ଜଣାଇ କାର୍ଯ୍ୟକ୍ରମ କରିବା ଲକ୍ଷ୍ୟ ଓ ଉଦେଶ୍ୟ ଉପରେ ଅବଗତ କରିଥିଲେ।ଉକ୍ତ ବୈଠକରେ ସ୍ବାସ୍ଥ୍ୟ, ଶିକ୍ଷା, କୌଳିକ ବୃତ୍ତି, ନିଶା ମୁକ୍ତ ସମାଜ ଗଠନ, ଯାଦବ ସଂବିଧାନକୁ କାର୍ଯ୍ୟକାରୀ କରିବା, ନୂତନ ଆଂଚଳିକ ଯାଦବ ସମିତି ଗଠନ କରିବା, ବ୍ଲକ ଯୁବ ଯାଦବ ସମିତି ଗଠନ, ବ୍ଲକ ମହିଳା ସମିତି ଗଠନ, ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା, ଯାଦବ ସମ୍ପ୍ରଦାୟ କଳା ସଂସ୍କୃତିକୁ ପୁନଃ ଉଦ୍ଧାର କରିବା, ସାମାଜିକ ସ୍ଥିତି, ଆର୍ଥିକ ଓ ରାଜନୈତିକ ଅଧିକାର ତଥା ବ୍ଲକ୍ ସ୍ତରୀୟ ନୂଆଖାଇ ଭେଟ ଘାଟ କରିବା, ସାମାଜିକ ଏକତା ଯାଦବ ସମାଜର ଭାଇଚାରା, ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।ଉକ୍ତ ବୈଠକରେ ଜଗଦୀଶ ଯାଦବ ଜିଲ୍ଲା ଉପସଭାପତି, ଲିଙ୍ଗରାଜ ଗହୀର ଜିଲ୍ଲା ଉପଦେଷ୍ଟା ସଭ୍ୟ, ମଳୟ କୁମାର ଗଉଡ଼ କୋଷାଧକ୍ଷ, ଝସକେତନ ଗଉଡ଼ ଉପ ସଭାପତି, ରାଜୀବ ଲୋଚନ ଜୁଆଡ ଉପ ସଭାପତି, ଉପେନ୍ଦ୍ର ଚଲାନ ଉପ ସଭାପତି, କୀର୍ତ୍ତି ଚନ୍ଦ୍ର ଗଉଡ଼ ପୁର୍ବତନ ସଂମ୍ପାଦକ, ସୁରେଶ ଚନ୍ଦନ,ସଭାପତି ମାଲଗାଁ ଆଂଚଳିକ ଯାଦବ ସମିତି, ଲୋକନାଥ ଜାଲ ଓ ଦୁର୍ଯୋଧନ ଗଉଡ଼ ପ୍ରମୁଖ ଉପସ୍ଥିତ ଥିଲେ। 

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍

Related posts

ଓଡ଼ିଆ ଭାଷା ବିକାଶ ମଞ୍ଚର ବିପ୍ଳବୀ କବି ରବି ସିଂ ଙ୍କ ଜୟନ୍ତୀ ପାଳନ

Sunil Chandra Nayak

ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ୭ ଦଫା ଦାବିରେ ଅଣ୍ଟା ଭିଡିଲା ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଵୈଜଲପୁର ଠାରେ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ

masiha

Leave a Comment

error: Content is protected !!