ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରମାରାଧ୍ୟା ଜଗତଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା ଙ୍କ ୧୩୦ତମ ଜନ୍ମ ମହା ମହୋତ୍ସବ

ମୟୂରଭଞ୍ଜ – ( ମସିହା)ରାଇରଙ୍ଗପୁର ଅଁଳାଡୁବା ସ୍ଥିତ ସତସଙ୍ଗ ବିହାର ଆନୁକୂଲ୍ୟ ରେ ଶ୍ରୀ ଶ୍ରୀ ଠାକୁର ଙ୍କ ଧର୍ମ ପତ୍ନୀ ପରମାରାଧ୍ୟା ଜଗତଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା ଙ୍କର ୧୩୦ ତମ ଜନ୍ମ ମହା ମହୋତ୍ସବ ଆଜି ଦିବସ ବ୍ୟାପି ପାଳିତ ହୋଇଯାଇଛି |

    ଏହି କାର୍ଯ୍ୟକ୍ରମ ରେ ପ୍ରାତଃ ବିନତି ପ୍ରାର୍ଥନା, ସତ୍ ଗ୍ରନ୍ଥାଦି ପାଠ, ଘ.୮.୫୦ ମି ସମୟରେ ମା ଙ୍କର ଜନ୍ମ ଲଗ୍ନ ଘୋଷଣା ସହ ସଂଗୀତାଞ୍ଜଳି ଅନୁଷ୍ଠିତ ହୁଏ |

    ଅପରାହ୍ନ ୫ଘଟିକା ରେ ମାତୃସମ୍ମିଳନୀ ଅନୁଷ୍ଠିତ ହୁଏ | ଏଥିରେ ସଭାପତିତ୍ୱ କରନ୍ତି ସାମ୍ବାଦିକା ସରୋଜିନୀ ପଟ୍ଟନାୟକ | ସତ୍ୟାନୁସରଣ ଓ ନାରୀର୍ନୀତି ପାଠ କରନ୍ତି ଶୁଚିସ୍ମିତା ମହାନ୍ତ ଓ ଶୁଭଶ୍ରୀ ସାହୁ | ସାଧାନା ଦିଦି ଙ୍କ ରଚିତ ପ୍ରାର୍ଥନା ଗାନ କରନ୍ତି ତପସ୍ୱିନୀ ମହାକୁଡ଼ ଓ ପାଂଚାଳୀ ପାଠ କରନ୍ତି ପ୍ରିତିଲତା ପଟ୍ଟନାୟକ | ଭଜନ ଓ କୀର୍ତ୍ତନ ପରିବେଷଣ କରନ୍ତି ରୁଚିଦା ଦାସ, ଦେବକୀ ପାତ୍ର, ପ୍ରୀତିଲତା ପଟ୍ଟନାୟକ, ସୋନାଲି ବାରିକ | ମାତୃସମ୍ମିଳନୀ ରେ ଆଲୋଚନା ରଖନ୍ତି ଶୁଚିସ୍ମିତା ପଟ୍ଟନାୟକ ଓ ମଧୁସ୍ମିତା ଗିରି | ବକ୍ତା ମାନେ କହନ୍ତି ନାରୀ ମାନେ ମାର୍ଜିତ ହେବା ସହ ଧର୍ମଶିଳା, ସେବାଶୁଶ୍ରୁଷା ଓ ସେବା ପରାୟଣ ହେବା ନିତ୍ୟାନ୍ତ ଆବଶ୍ୟକ | ଆଦର୍ଶ ଗୃହୀ ଜୀବନ ମାଧ୍ୟମ ରେ ପରିବାର ର ସମସ୍ତ ଙ୍କୁ ଆପଣାର କରିବାକୁ ଚେଷ୍ଟା କରିବାର ଦରକାର ବୋଲି ବିଭିନ୍ନ ଉଦାହରଣ ମାନ ଦେଇଥିଲେ | 

    ତତ୍ପରେ ସନ୍ଧ୍ୟା ୭ଘଟିକା ସମୟ ରେ ସତସଙ୍ଗ ଓ ସଦଲୋଚନା ଆରମ୍ଭ ହୁଏ | ଏଥିରେ ମୁଖ୍ୟବକ୍ତା ଭାବେ ସୁରେଶ କୁମାର ମହାନ୍ତି (ଯାଜକ ) ଯୋଗ ଦେଇଥିବା ବେଳେ, ସଭାପତିତ୍ବ କରିଥିଲେ ହରିହର ଦାସ (ସ. ପ୍ର. ଋ )| ସତସଙ୍ଗ ରେ ଠାକୁର ଙ୍କ ସ୍ୱହସ୍ତ ଲିଖିତ ସତ୍ୟାନୁସରଣ ପାଠ କରିଥିଲେ ବଳାରାମ ବାରିକ | ଭଜନ, କରୋସ ଓ କୀର୍ତ୍ତନ ପରିବେଷଣ କରନ୍ତି ରୁଚିଦା ଦାସ, ପ୍ରୀତିଲତା ପଟ୍ଟନାୟକ, ଡଃ. ପ୍ରଣବେଶ ପଟ୍ଟନାୟକ ଓ ବିଜୟ କୁମାର ଦାସ (ଯାଜକ )| ପ୍ରାରମ୍ଭିକ ବକ୍ତବ୍ୟ ରଖନ୍ତି ସହ ପ୍ରତି ଋତ୍ଵିକ ଶ୍ରୀ ନିଗମାନନ୍ଦ ପଟ୍ଟନାୟକ | ବକ୍ତା ମାନେ କହନ୍ତି ନାରୀ ର କାର୍ଯ୍ୟ କେବେଳ ସନ୍ତାନ ଗଢ଼ିବା ନୁହେଁ, ପୁରୁଷ ଓ ସମାଜ କୁ ଶିକ୍ଷିତ କରି ଉଚ୍ଚତର ସଭ୍ୟତା ରେ ପହଞ୍ଚାଇବା ହେଉଛି ନାରୀ ର ଧର୍ମ |

   ଦିବସ ବ୍ୟାପି ଏହି କାର୍ଯ୍ୟକ୍ରମ ରେ ଡ଼ଃ ବିଚିତ୍ରା ନନ୍ଦ ପଟ୍ଟନାୟକ ଙ୍କ ପ୍ରତକ୍ଷ୍ୟ ତଦାରଖ ରେ ସହଯୋଗ କରିଥିଲେ ଗୋଲୋକ ବିହାରୀ ଆଚାର୍ଯ୍ୟ(ସ.ପ୍ର.ରି ),ଲଚ୍ଛମନ ଗିରି(ଯାଜକ),ପରେଶ ଚନ୍ଦ୍ର ଗିରି, ଗଗନ ମହାନ୍ତ,ସର୍ବେଶ୍ୱର ମହାନ୍ତ, ଆଲ୍ହାଦ ଦାସ, ଗୋକୁଳ ଚନ୍ଦ୍ର ପାଣି, ନୃସିଂହ ଗିରି, ପ୍ୟାରୀକୃଷ୍ଣ ସାହୁ, ତ୍ରୈଲୋକ୍ୟନନ୍ଦ ଆଚାର୍ଯ୍ୟ, ଭାସ୍କର ପ୍ରତିମ ପଟ୍ଟନାୟକ, ତ୍ରିଲୋଚନ ବେହେରା, ଶୁଭମ ବେହେରା, ଜଗନ୍ନାଥ ମୁର୍ମୁ ପ୍ରମୁଖ | ଏହି କାର୍ଯ୍ୟକ୍ରମ ରେ ବାମନଘାଟି ଉପଖଣ୍ଡ ରୁ ୫00 ରୁ ଉର୍ଦ୍ଧ ଭକ୍ତ ଯୋଗଦାନ କରି ଆନନ୍ଦ ବଜାର (ଭଣ୍ଡାରା ) ରେ ପ୍ରସାଦ ସେବନ କରିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଅବସର ଶିକ୍ଷକଙ୍କ ବିୟୋଗ

masiha

ଓଡ଼ିଶା ନାଟ୍ୟ ଦିବସ ଆମ ଗର୍ବ ଓ ଗୌରବର ପ୍ରତୀକ : ବରିଷ୍ଠ କଳାକାର ମହାସଂଘ

Sunil Chandra Nayak

ଫେସବୁକ ଗ୍ରୁପ “ଆମ ପରିବାର” ପକ୍ଷରୁ ସେବାକାର୍ଯ୍ୟ

masiha

Leave a Comment

error: Content is protected !!