ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୂଅରୁ ଯୁବକଙ୍କ ଶବ ଉଦ୍ଧାର, ପୋଲିସର ତଦନ୍ତ ଜାରି

କୂଅରୁ ଯୁବକଙ୍କ ଶବ ଉଦ୍ଧାର, ପୋଲିସର ତଦନ୍ତ ଜାରି

କୋକସରା,୧୧/୧୧ // କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡା ପଞ୍ଚାୟତ ଗମ୍ଭାରୀଗୁଡା ଗ୍ରାମର ଜଣେ ଯୁବକଙ୍କ ଶବ ଗାଁ ନିକଟସ୍ଥ ଏକ କୂଅରୁ ଠାବ ହୋଇଛି। ମୃତ ଯୁବକ ହେଲେ ସେହି ଗ୍ରାମ ର ଚିନ୍ତାମଣି ପଟେଲଙ୍କ ପୁଅ ଧର୍ମେନ୍ଦ୍ର ପଟେଲ ବୟସ (୩୬) ବୋଲି ଜଣାପଡିଛି। ତେବେ କେଉଁ ପରିସ୍ଥିତିରେ ଯୁବକ କୂଅରେ ପଡି ମୃତ୍ୟୁ ବରଣ କଲେ ତାହା ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକଙ୍କ ନିକଟରୁ ଖବର ପାଇ କୋକସରା ଦମକଳ ବିଭାଗ କର୍ମଚାରୀ ପହଞ୍ଚି କୂଅରୁ ଶବ ଉଦ୍ଧାର କରିଛନ୍ତି । କୋକସରା ଡାକ୍ତରଖାନାରେ ଶନିବାର ସକାଳେ ଶବ ବ୍ୟବଚ୍ଛେଦ ହୋଇଛି। ଏନେଇ କୋକସରା ଥାନା କେଶ ନମ୍ବର ୨୬/୨୩ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଓ ତଦନ୍ତ ପରେ କାରଣ ଜଣା ପଡିବ ବୋଲି କୋକସରା ଥାନା ଏଏସଆଇ ମମତା ଶବର କହିଛନ୍ତି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଇରଙ୍ଗପୁରରେ ବାମନଘାଟୀ ପ୍ରେସ କ୍ଲବ ଆନୁକୁଲ୍ୟରେ ବିଶ୍ବ ଶ୍ରମିକ ଦିବସ ପାଳିତ

masiha

ମହିଳା ଓ ଶିଶୁ ବିକାଶ ଗୃହ କମିଟିର ସମୀକ୍ଷା ବୈଠକ

masiha

ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ସ୍ଵର୍ଣ ପଦକ ବିଜେତା ବାପା ପୁଅଙ୍କ ସାକ୍ଷାତ

Sunil Chandra Nayak

Leave a Comment

error: Content is protected !!