ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୂଅରୁ ଯୁବକଙ୍କ ଶବ ଉଦ୍ଧାର, ପୋଲିସର ତଦନ୍ତ ଜାରି

କୂଅରୁ ଯୁବକଙ୍କ ଶବ ଉଦ୍ଧାର, ପୋଲିସର ତଦନ୍ତ ଜାରି

କୋକସରା,୧୧/୧୧ // କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡା ପଞ୍ଚାୟତ ଗମ୍ଭାରୀଗୁଡା ଗ୍ରାମର ଜଣେ ଯୁବକଙ୍କ ଶବ ଗାଁ ନିକଟସ୍ଥ ଏକ କୂଅରୁ ଠାବ ହୋଇଛି। ମୃତ ଯୁବକ ହେଲେ ସେହି ଗ୍ରାମ ର ଚିନ୍ତାମଣି ପଟେଲଙ୍କ ପୁଅ ଧର୍ମେନ୍ଦ୍ର ପଟେଲ ବୟସ (୩୬) ବୋଲି ଜଣାପଡିଛି। ତେବେ କେଉଁ ପରିସ୍ଥିତିରେ ଯୁବକ କୂଅରେ ପଡି ମୃତ୍ୟୁ ବରଣ କଲେ ତାହା ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକଙ୍କ ନିକଟରୁ ଖବର ପାଇ କୋକସରା ଦମକଳ ବିଭାଗ କର୍ମଚାରୀ ପହଞ୍ଚି କୂଅରୁ ଶବ ଉଦ୍ଧାର କରିଛନ୍ତି । କୋକସରା ଡାକ୍ତରଖାନାରେ ଶନିବାର ସକାଳେ ଶବ ବ୍ୟବଚ୍ଛେଦ ହୋଇଛି। ଏନେଇ କୋକସରା ଥାନା କେଶ ନମ୍ବର ୨୬/୨୩ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଓ ତଦନ୍ତ ପରେ କାରଣ ଜଣା ପଡିବ ବୋଲି କୋକସରା ଥାନା ଏଏସଆଇ ମମତା ଶବର କହିଛନ୍ତି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜାମଦାରେ ଚଇତି ପର୍ବ ଅନୁଷ୍ଠିତ

Sunil Chandra Nayak

ଛୁଆ ଚୋର ସନ୍ଦେହରେ ଯୁବକକୁ ନିସ୍ତୁକ ମାଡ଼ 

Sunil Chandra Nayak

ବି. ମାଳିଗୁଡା ଲୋକକଳା ଗ୍ରାମରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳନ ଅବସରରେ ‘ଲୋକକଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!