ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଠଘର ଆମ ସାହିତ୍ୟ ପରିବାରର ଅଷ୍ଟମ ବାର୍ଷିକ ଉତ୍ସବ

କୋଠଘର ଆମ ସାହିତ୍ୟ ପରିବାରର ଅଷ୍ଟମ ବାର୍ଷିକ ଉତ୍ସବ

 ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନ ସଭାକକ୍ଷରେ ପୁସ୍ତକ ଓ ପତ୍ରିକା ଉନ୍ମୋଚନ , ସମ୍ବର୍ଦ୍ଧନା ପର୍ବ ,ଆମ ପରମ୍ପରା ସଂସ୍କୃତି ଙ୍କୁ ମନେ ପକାଇ ପୋଡ଼ପିଠା ପାନ ପରିବେଷଣ ,ଏବଂ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ମହାଆଡମ୍ବରରେ ସାହିତ୍ୟ ଏକାଡେମୀର ସହ ଭାଗୀତା ରେ ଅନୁଷ୍ଠିତ ହୋଇ ଯାଇଛି । କୋଠଘରର ସୃଜନ ସମ୍ପାଦିକା ମମତା ବାରିକ୍ ଯୁଗ୍ମ ସଚିବ ( ମିଶନ ଶକ୍ତି) ଙ୍କ ଅଧ୍ୟକ୍ଷତାରେ ବରେଣ୍ୟ ସମ୍ମାନିତ ଅତିଥି ଡ. ଚନ୍ଦ୍ର ଶେଖର ହୋତା,ମୁଖ୍ୟ ଅତିଥି ସୁସାହିତ୍ୟିକ ଦାଶ ବେନହୁର, ମୁଖ୍ୟ ବକ୍ତା ସୁସାହିତ୍ୟିକା ଡ .ହିରଣ୍ମୟୀ ମିଶ୍ର, ପ୍ରଖ୍ୟାତ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ରଙ୍କ କରକମଳରେ,ଟିଭି ଉପସ୍ଥାପକ ଶିବାନନ୍ଦ ବାରିକ୍ ଙ୍କ ଉଚ୍ଚକୋଟିର ସଞ୍ଚାଳନରେ କୋଠଘର ପତ୍ରିକା ଓ ୧୨ ଖଣ୍ଡ ପୁସ୍ତକ ଲୋକାର୍ପଣ ହୋଇଥିଲା । ପରିଚାଳନା ସମ୍ପାଦକ ଡଃ ପ୍ରତାପ ରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ।କୋଠଘର ପ୍ରତିଷ୍ଠାତା, ସମ୍ପାଦିକା ଅମ୍ବିକା ସ୍ୱାଇଁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବରେଣ୍ୟ ଅତିଥି ମାନେ ନିଜର ଅଭିଭାଷଣରେ କୋଠଘର ର କାର୍ଯ୍ୟଧାରାକୁ ଭୂରି ଭୂରି ପ୍ରଂଶସା କରିଥିଲେ ।କୋଠଘର ପ୍ରକାଶନୀରେ ପ୍ରସ୍ତୁତ ୧୨ ଜଣ ଲେଖକ _ ଆଶୁତୋଷ ମେହେରଙ୍କ ଗଳ୍ପ ସଂକଳନ,’ଶେଷ ସନ୍ତକ”,ଅମ୍ବିକା ସ୍ୱାଇଁ,”ମୁଠି ଚାଉଳ “, ଅର୍ଜୁନୀ ଚରଣ ବେହେରାଙ୍କ ଆଧ୍ୟତ୍ମିକ ପୁସ୍ତକ ‘ଶ୍ରୀମଦ୍ ଭାଗବତ ଗୀତା,” ଅମିତା କରଙ୍କ ଉପନ୍ୟାସ ‘ କୁମ୍ଭୀର ଟାଣି ନେଲା ମଝି ନଈକୁ ” ପ୍ରମୋଦ କୁମାର ମହାପାତ୍ର ଙ୍କ କବିତା “ବାଲିଘର ” ମହେଶ୍ୱର ବିଶ୍ୱାଳ ଙ୍କ “ରାତି ଯେବେ ଶୋଇପଡେ” ଡ. ଦୂର୍ଗାଶିଷ ପଟ୍ଟନାୟକ ଙ୍କ “ବନ୍ଧ୍ୟା ଶ୍ରୀରାଧା” ,ଆର୍ତ୍ତବନ୍ଧୁ ଦାସ ଙ୍କ” ସୁନ୍ଦର ମୋ ଗାଁ” ପ୍ରଫେସର ଅଜୟ ପାତ୍ରଙ୍କ ଶିଶୁ ଗଳ୍ପ ‘ଟିକି ଦୁନିଆ”, ସୁରେନ୍ଦ୍ର କୁମାର ବେହେରାଙ୍କ ଶିଶୁ କବିତା “ହେବାରେ ଆମେ ଜଗତଜିତା” ସୁନନ୍ଦା ପାଣିଗ୍ରାହୀ ଙ୍କ “ଛଇ ଛବିଳ” ହରପ୍ରିୟା ପ୍ରଧାନ (ରାଉତରାୟ) ଙ୍କ ଲୋଟଣିପାରା ଲୋକାର୍ପଣ ହୋଇଥିଲା ।ପରିଶେଷରେ କାର୍ଯ୍ୟକାରୀ ସମ୍ପାଦକ ଜୟ ନାରାୟଣ ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଆଦିକବି ସାରଳା ଦାସ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟର ବାର୍ଷିକ ଉତ୍ସବ

Sunil Chandra Nayak

“ଏସପାଇଆର ରାଇରଙ୍ଗପୁର” ମାଧ୍ୟମରେ ଫ୍ରି କୋଚିଂ ଜିଲ୍ଲାପାଳଙ୍କ ଦ୍ବାରା ଶୁଭ ଉଦଘାଟିତ 

masiha

ନ୍ୟାସନାଲ୍ ସିଏ କନଫରେନ୍ସର କୃତଜ୍ଞତା ସମାରୋହରେ ‘ଇଣ୍ଡିଆନ୍ ଆଇଡଲ୍–୨୦୨୬’  ବିଜେତା ଜ୍ୟୋତିର୍ମୟୀ ନାୟକ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!