ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଳ ବିଭାଗ ଜେନରାଲ ମେନେଜର ଙ୍କୁ ରୁପ୍ରାରୋଡ ରେଳ ସୁରକ୍ଷା ସମିତିର ଏକ ଦାବୀପତ୍ର

ରେଳ ବିଭାଗ ଜେନରାଲ ମେନେଜର ଙ୍କୁ ରୁପ୍ରାରୋଡ ରେଳ ସୁରକ୍ଷା ସମିତିର ଏକ ଦାବୀପତ୍ର

ନର୍ଲା, 28/07(ଫଟୋ ଅଛି) :ଇଷ୍ଟକୋଷ୍ଟ ରେଳ ବିଭାଗ ସମ୍ବଲପୁର ଡିଭିଜନ ରୁପ୍ରାରୋଡ ଏକ ବାଣିଜ୍ୟ ବ୍ୟବସାୟ ପେଣ୍ଠସ୍ଥଳୀ ରୁପେ ପରିଚିତ ଥିବା ବେଳେ ଏକ ପାଖ ଆଖ ଅଞ୍ଚଳର ବିକାଶ ପାଇଁ ମଧ୍ୟ ଏକ ପୁରାତନ ରେଳ ଷ୍ଟେସନ ଅଛି। ଏହି ରେଳ ଷ୍ଟେସନ ରେ କରୋନା ଆଗରୁ ସମତା ,ତିରୁପତି, ଏଣ୍ଣାକୁଲମ, ବୋକାରୋ – ମାଡ୍ରାସ,ଦୁର୍ଗ-ଜଗଦଲପୁର ଅନେକ ଏକ୍ସପ୍ରେସ୍ ଟ୍ରେନ ରହଣି ଥୁଲା ଯ୍ଊଥିପାଇ ପାଖ୍ଆଖ ଅଞ୍ଚଳର ଛାତ୍ର ଛାତ୍ରୀ, ରୋଗୀ, ବ୍ୟବସାୟୀ, ଶ୍ରମଜୀବୀ,ଟୁରିଷ୍ଟ,ଶ୍ରଧ୍ୟାଳୁ ସହିତ ଉପକ୍ରୁତ ହୋଇ ଆସିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉନ୍ନତି ଦେଖିବାକୁ ମିଳିଥିଲା ହେଲେ କରୋନା କାଳରେ କରୋନାରୀ ବାହାନା କରି ଏହି ସବୁ ଏକ୍ସପ୍ରେସ୍ ରହଣି ଉଠାଇ ନେଇ ଥିବା ରୁ ରେଳ ଉପଭୋକ୍ତା 30 କିଲୋମିଟର କେସିଙ୍ଗା ଯାଇ ଟ୍ରେନ୍ ଚଢି ଖର୍ଚାନ୍ତ ସହିତ ସମୟ ନଷ୍ଟ କରି ହ୍ଇରାଣ ହରକତ ହୋଇଆସୁଛନ୍ତି। ଏହି ଟ୍ରେନ ଗୁଡିକ ରହଣୀ ପାଇ ରାଜନେତା ଠାରୁ ଆରମ୍ଭ କରି ଅଫିସର ଙ୍କୁ ଜଣାଇ ଥିଲେ ସୁଦ୍ଧା କୋଣସି ସୁଫଳ ମିଳୁନାହିଁ ଏଥି ପାଇଁ ରୁପ୍ରାରୋଡ ରେଳ ସୁରକ୍ଷା କମିଟି ଜୁଲାଇ ମାସ 2026 ପର୍ଯ୍ୟନ୍ତ ଟ୍ରେନ ଗୁଡିକ ଅଟକିବ ନାହିଁ ତାହା ହେଲେ ଅଗଷ୍ଟ 01 ରେ ରେଳ ରୋକ ଆନ୍ଦୋଳନ କରାଯିବ ବୋଲି ଆଗରୁ ରେଳ ପ୍ରଶାସନ କୁ ଜଣାଇଥିଲେ। ଆଜି ଭୁବନେଶ୍ୱରରେ ସ୍ଥିତ ରେଳବାଇ ଜେନରାଲ ମେନେଜରଙ୍କ ଅଫିସରେ ଜେନରାଲ ମେନେଜରଙ୍କୁ ଏକ ରୁପ୍ରାରୋଡ ରେଳ ସୁରକ୍ଷା ସମିତିର ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଦୀନେଶ ଅଗ୍ରବାଲ,ପୁଷ୍ପକ ମହାନ୍ତି, ସୁମିତ ଅଗ୍ରବାଲ, ରାଜେଶ ଦତ୍ତା, ନୀରଜ ଶର୍ମା ଙ୍କ ସହିତ ଏକ ଡେଲି ଗେସନ ଟିମ ସାକ୍ଷାତ କରି ଟ୍ରେନ ରହଣୀ ଓ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଫାଟକ ରେ ଏକ ଅଣ୍ଡରବ୍ରିଜ ନିର୍ମାଣ ପାଇଁ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସ୍ଥାନୀୟ ନର୍ଲା ଏମେଲେ ମନୋରମା ମହାନ୍ତି ଯୋଗଦେଇଥିଲେ। ପ୍ରାୟ 45 ମିନିଟ ଆଲୋଚନା ପରେ ଜେନରାଲ ମେନେଜର ଟ୍ରେନ୍ ରହଣି ପାଇ ଏକ ମାସ ସମୟ ନେଇଥିବା ବେଳେ ଅତିଶୀଘ୍ର ଏକ ଟିମ ଯାଇ ରେଳ ଫାଟକ ନିର୍ମାଣ ପାଇଁ ଯାଞ୍ଚ କରି ରିପୋର୍ଟ ଦେବେ ବୋଲି ପ୍ରକାଶ କରିଥିଲେ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଭିଜନ ୨୦୩୬ ଓ ୨୦୪୭ ଅନୁଷ୍ଠିତ  ବିକଶିତ ଓଡିଶା ପାଇଁ ବିକଶିତ ମୟୂରଭଞ୍ଜ ପରାମର୍ଶ କର୍ମଶାଳା 

masiha

୫୫ ବର୍ଷର ଜୁନାଗଡ଼ ଏନଏସିକୁ ମିଳୁନି ମ୍ୟୁନିସିପାଲଟି ମାନ୍ୟତ, ଏ ଯାଏଁ ନିଜସ୍ଵ ଗୃହ ନାହିଁ , ପାଠାଗାରରେ ଚାଲିଛି କାର୍ଯ୍ୟାଳୟ

Sunil Chandra Nayak

ଉତ୍କଳ ଜନନୀ ସେବା ସଂଗଠନର ପ୍ରତିଷ୍ଠାତା ସଭାପତିଙ୍କ ଜନ୍ମଦିନକୁ ଅଭିନବ ଢଙ୍ଗରେ ରକ୍ତଦାନ ଶିବିର ଆୟୋଜନ କରି ପାଳନ କଲେ ଗୋବର୍ଦ୍ଧନପୁର ଗ୍ରାମବାସୀ 

Sunil Chandra Nayak

Leave a Comment

error: Content is protected !!