ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୦ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ନବରଙ୍ଗପୁରର ଗୌରବ: ରଗ୍‌ବୀରେ ରୌପ୍ୟ ପଦକ ବିଜେତା ଦଳରେ ରାଜବୀର, ରଞ୍ଜିତାଙ୍କ ମଧ୍ୟ ଉଲ୍ଲେଖନୀୟ ସଫଳତା

୭୦ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ନବରଙ୍ଗପୁରର ଗୌରବ: ରଗ୍‌ବୀରେ ରୌପ୍ୟ ପଦକ ବିଜେତା ଦଳରେ ରାଜବୀର, ରଞ୍ଜିତାଙ୍କ ମଧ୍ୟ ଉଲ୍ଲେଖନୀୟ ସଫଳତା

ନବରଙ୍ଗପୁର:( ୩୦ ଅକ୍ଟୋବର ୨୦୨୬)(ରବି ନାରାୟଣ ମହାନ୍ତି)ଅନୁଷ୍ଠିତ ୭୦ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ା (National School Games) ରଗ୍‌ବୀ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାର ଦୁଇ ପ୍ରତିଭାବାନ ଖେଳାଳି ରାଜବୀର ଲଛ୍ମଣ ଓ ରଞ୍ଜିତା ମାଝୀ ଅଂଶଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ଉଭୟ ଖେଳାଳି ଓଡ଼ିଶାର ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ରଗ୍‌ବୀ ଦଳରେ ସ୍ଥାନ ପାଇ ଜାତୀୟ ସ୍ତରରେ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାର ବାଳକ ଦଳ ରୌପ୍ୟ ପଦକ ହାସଲ କରିଥିବାବେଳେ ରାଜବୀର ଲଛ୍ମଣ ଉକ୍ତ ଦଳର ଜଣେ ସଦସ୍ୟ ଭାବେ ଏହି ସଫଳତାରେ ଅବଦାନ ରଖିଛନ୍ତି। ଅନ୍ୟପକ୍ଷରେ, ବାଳିକା ଦଳରେ ସ୍ଥାନ ପାଇ ରଞ୍ଜିତା ମାଝୀ ମଧ୍ୟ ଜାତୀୟ ସ୍ତରରେ ଜିଲ୍ଲାର ପ୍ରତିନିଧିତ୍ୱ କରିଛନ୍ତି। ରାଜବୀର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବାଗଦୋରିର ଛାତ୍ର ହୋଇଥିବାବେଳେ ରଞ୍ଜିତା ସରକାରୀ SSD ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅଟନ୍ତି।ଆଜି ଉଭୟ ଖେଳାଳି ନବରଙ୍ଗପୁରରେ ପହଞ୍ଚିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ସେମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଭବିଷ୍ୟତରେ ଆହୁରି ଉଚ୍ଚତର ସଫଳତା ହାସଲ ପାଇଁ ଉତ୍ସାହିତ କରିଥିଲେ।ଏହି ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ଜାନି, ଶ୍ରୀ ପ୍ରକାଶ ଚନ୍ଦ୍ର ମହାଲିକ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ, ଡିପିଇଓ ଶ୍ରୀ ପ୍ରଭାତ ପଟ୍ଟନାୟକ, କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରିୟରଞ୍ଜନ ରାଉତ ଓ ଶ୍ରୀ କାଳିକିଙ୍କର ପଟ୍ଟନାୟକ, ଉଭୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଚନ୍ଦ୍ରଶେଖର ନାୟକ ଓ ଶ୍ରୀ ପଙ୍କଜ ଚୌଧୁରୀଙ୍କ ସମେତ ଶିକ୍ଷା ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଖେଳାଳିଦ୍ୱୟଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଜାତୀୟ ସ୍ତରରେ ନବରଙ୍ଗପୁର ଜିଲ୍ଲାର ଗୌରବ ବୃଦ୍ଧି କରିଥିବା ଏହି ଦୁଇ ଯୁବ ପ୍ରତିଭାଙ୍କ ସଫଳତାକୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି। ସେମାନଙ୍କର ଏହି ସଫଳତା ଜିଲ୍ଲାର ଅନ୍ୟ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଦେପୁର ମଣ୍ଡଳ ରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ

Sunil Chandra Nayak

72nd Wildlife week celebration 

Sunil Chandra Nayak

ରାୟଗଡ଼ ବ୍ଳକ ସ୍ତରୀୟ ସୁରଭି ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!