ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀବନ୍ଧା କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା 

ହାତୀବନ୍ଧା କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା 

ସିନାପାଲି: ୩୦/୦୮- ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା କ୍ଲଷ୍ଟରର ହାତୀବନ୍ଧା ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ସିଆରସିସି ଉପେନ୍ଦ୍ର ସୁନାନୀଙ୍କ ସଭାପତିତ୍ୱରେ କ୍ଲଷ୍ଟର ସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ବରପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟର ସହଶିକ୍ଷକ ମୋହନ ଚରଣ ମେହେରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏଥିରେ ମୁଖ୍ୟଅତିଥି ଭାବରେ ଏବିଇଓ ଅରୁଣ କୁମାର ଯୋଷୀ ଓ ମୁଖ୍ୟ ବକ୍ତା ଭାବରେ କନ୍ଦର୍ପ ମେହେର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି କୈଳାଶ ଚନ୍ଦ୍ର ମେହେର ଏବଂ ମାଧୁରୀ ମାଝୀ ଉପସ୍ଥିତ ଥିଲେ l ସଭାରେ ବିଦାୟୀ ଶିକ୍ଷକଙ୍କ ଶିକ୍ଷକତା ଜୀବନର ସ୍ମୃତିଚାରଣ କରାଯାଇ ତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ବିନ୍ଦୁ ବେହେରା ମାନପତ୍ର ପଠନ କରିଥିଲେ l ପ୍ରାରମ୍ଭରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଅତୁଳ କୁମାର ପାତ୍ର ମଞ୍ଚ ପରିଚାଳନା କରିଥିଲେ l ଶେଷରେ ବେଣୁଧର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିନୋଦ ବିହାରୀ ଚିନାଗୁନ, ନିରାକାର କଟା, ନୃସିଂହ ଚନ୍ଦ୍ର କଟା, ଅଖିଳ ମାଝୀ, ସୁଶାନ୍ତ କାଣ୍ଡ, ବିଷ୍ଣୁମୁରାଲି କାଣ୍ଡ, ପ୍ରଶାନ୍ତ କୁମାର ଲେଙ୍କା, ଆନନ୍ଦ ନାଏକ, ରୋମଞ୍ଚଳ ମେହେର, ବିଭୀଷଣ ମେହେର, ବଦ୍ରିନାରାୟଣ ଖମାରୀ, ହେମନ୍ତ ମଣି କଟା, ଯୁବରାଜ ଟାକ୍ରି, ତିଲାରମ୍ ତାଣ୍ଡି, ରାଜେନ୍ଦ୍ର ଶିପକା, କିଶୋର ଚନ୍ଦ୍ର ମେହେର, ସୁଲୋଚନା ମାଝୀ, ଅଞ୍ଜୁ ସାହୁ, ରଶ୍ମିତା ମାଝୀ, ନମିତା ପରିଡ଼ା, ରଞ୍ଜିତା ମେହେର, ବିନିଶା ମେହେର, ଉର୍ମିଳା ମାଝୀ, ପଦ୍ମଲତା ନାଏକ, ରୀନା ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

Related posts

ସାମାନ୍ୟ ଫିଉଜ ଟିଏ ପାଇଁ ୪ଘଣ୍ଟା ଅନ୍ଧାର,ଗ୍ରାମବାସୀ ହନ୍ତସନ୍ତ 

Sunil Chandra Nayak

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ର ନବ ମନୋନୀତ କର୍ମକର୍ତ୍ତା ସମ୍ବର୍ଦ୍ଧିତ

୨୮ତମ ପୁସ୍ତକ ମେଳା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!