ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସୁରକ୍ଷା ଅର୍ଥରାଶି ବଣ୍ଟନ

ସାମାଜିକ ସୁରକ୍ଷା ଅର୍ଥରାଶି ବଣ୍ଟନ

ଭବାନୀପାଟଣା // ଆଦ୍ୟ ତା-୨୩.୧୨.୨୦୨୪ ରିଖରେ କଳାହାଣ୍ଡି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ ଓ ଶ୍ରୀଯୁକ୍ତ ବୈତୁରା ଦୀପଙ୍କ ଉପସ୍ଥିତିରେ ଜିଲ୍ଲାପାଳ କାର୍ଯ୍ୟଳୟ ସଦଭାବନା ଗୃହରେ, ଓଡିଶା କୋଠବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଅର୍ଥରାଶି ବଣ୍ଟନ କରାଗଲା, ଯଥା (୧) ମୃତ୍ୟ କାଳୀନ ସହାୟତା ୧୨୯ ଜଣ, ୨,୫୯,୦୦,୦୦୦ ଟଙ୍କା (୨) ବିବାହ ସହାୟତା ୩୦୯ ଜଣ, ୧,୫୨,୦୦,୦୦୦ ଟଙ୍କା (୩) ଅନ୍ତେଷ୍ଠୀ କ୍ରିୟା ସହାୟତା ୧୧୫ ଜଣ, ୫,୭୫,୦୦୦ ଟଙ୍କା (୪) ଶିକ୍ଷା ସହାୟତା ୭୮ ଜଣ, ୭୧୫୪୦୦ ଟଙ୍କା (୫)ପ୍ରସୂତିକାଲିନ ସହାୟତା ୨୮ ଜଣ ୨,୮୦,୦୦୦ ଟଙ୍କା ସହିତ ସମୁଦାୟ ୬୫୯ ଜଣ ଯୋଗ୍ୟ ହିତାଧୁକାରୀଙ୍କୁ ମୋଟ ୪,୨୬,୭୦,୪୦୦ ଟଙ୍କା ବଣ୍ଟନ କରା ଗଲା I ଏଥିରେ ଅତିରିକ୍ତ ଜିଲ୍ଲାପାଳ ୧.ଦେବକୀ ଶବର ,୨.ମାୟାଧର କେତକୀଙ୍କୁ ମୃତ୍ୟ କାଳୀନ ସହାୟତା ବାବଦକୁ ୨,୦୦,୦୦୦ ଟଙ୍କା ପ୍ରଦାନ କଲେ, ୩. ଲକ୍ସମନ ସା ୪. କାର୍ତିକ ହରପାଲଙ୍କୁ ବିବାହ ସହାୟତା ୫୦୦୦୦ ଟଙ୍କା ପ୍ରଦାନ କଲେ, ୫. ବବି ବାଗ ୬.ମହେନ୍ଦ୍ରୀ ଡୋରାଙ୍କୁ ଅନ୍ତେଷ୍ଠୀ କ୍ରିୟା ସହାୟତା ୫୦୦୦ ଟଙ୍କା ପ୍ରଦାନ କଲେ,୭.ରୁକୁଣି ଗଉଡ଼ ୮. ସସ୍ମିତା ରାଉତଙ୍କୁ ପ୍ରସୂତିକାଳୀନ ସହାୟତା ୧୦, ୦୦୦ ଟଙ୍କା ପ୍ରଦାନ କଲେ ୯. ନାଥୁରାମ ମଙ୍ଗରାଜଙ୍କୁ ୮୪୦୦ ଟଙ୍କା ଏବଂ ୧୦.ଧୂପ ମଲ୍ଲିକଙ୍କୁ ଶିକ୍ଷା ସହାୟତା ୫୦୦୦ ଟଙ୍କା ପ୍ରଦାନ କଲେ I ଏଥିରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁବାଶ ଚନ୍ଦ୍ର ମଣ୍ଡଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ସହ ଶ୍ରମ ଅଧିକାରୀ ଶ୍ରୀ ଜିତମ ମାଝି, ଶ୍ରୀ ସନାତନ ମାଝି ଓ ଶ୍ରୀ ଅମୀତ କୁମାର ବେହେରା ଉପସ୍ଥିତି ଥିଲେ ।  ( ମ ନି ସ )

Related posts

କେନ୍ଦ୍ରାପଡ଼ା ସଦର ଥାନା ପକ୍ଷରୁ ଚକ୍ରୋଡା ଗ୍ରାମ ପଞ୍ଚାୟତରେ ସାଇବର ସୁରକ୍ଷା ସଚେତନତା

Sunil Chandra Nayak

ଆସନ୍ତା ୩୧ ରେ ପ୍ରାନ୍ତୀୟ ବୈଠକ ପାଇଁ ବିଶ୍ବହିନ୍ଦୁ ପରିଷଦର ବୈଠକ

masiha

ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦୀର୍ଘଦିନର ଦାବୀ ଜଣାଇ ଫେରିଲେ ନବରଙ୍ଗପୁର ର ରାଜ୍ୟ କର୍ମକର୍ତ୍ତା

masiha

Leave a Comment

error: Content is protected !!