ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ମାନ୍ୟବର ଉପବାଚସ୍ପତିଙ୍କ ଦ୍ଵାରା ଜିଲ୍ଲାରେ ଚାଲୁଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା

ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ

ମାନ୍ୟବର ଉପବାଚସ୍ପତିଙ୍କ ଦ୍ଵାରା ଜିଲ୍ଲାରେ ଚାଲୁଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା

ସୁନ୍ଦରଗଡ଼, ୦୬/୦୫/୨୫: ସ୍ଥାନୀୟ ବିକାଶ ଭବନ ଠାରେ ଆଜି ମାନ୍ୟବର ଉପ ବାଚସ୍ପତି, ଓଡ଼ିଶା ବିଧାନସଭା ତଥା ମାନ୍ୟବର ବିଧାୟକ ତଳସରା ଶ୍ରୀ ଭବାନୀ ଶଙ୍କର ଭୋଇଙ୍କ ଦ୍ଵାରା ଜିଲ୍ଲା ରେ ଚାଲୁଥିବା ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପ, ଯୋଜନା , କାର୍ଯ୍ୟ ଆଦିର ସମୀକ୍ଷା କରାଯାଇଥିଲା ଏବଂ ଆଗାମୀ ବର୍ଷ ମାନଙ୍କରେ ବିଭିନ୍ନ ବିଭାଗ ଦ୍ଵାରା କେଉଁ କେଉଁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଅଛି ତାହା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। 

      ବୈଠକରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଜନସାଧାରଣ ଦାବୀ କରିଥିବା ବିଭିନ୍ନ ପ୍ରକଳ୍ପ ,କାର୍ଯ୍ୟକ୍ରମ ଆଦି କୁ ଉପରେ ଗୁରୁତ୍ଵାରୋପ କରିଥିଲେ। ସେହିଭଳି ଚାଲୁଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ସ୍ବଚ୍ଛତା ରଖି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜନସାଧାରଣ କିମ୍ବା ପଞ୍ଚାୟତିରାଜ ଅନୁଷ୍ଠାନ ସଭ୍ୟ ମାନଙ୍କ ଜନ ଅଭିଯୋଗ ଗୁଡ଼ିକ ପ୍ରାଥମିକତା ଭିତ୍ତିରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀ ମହାଜନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

   ଏହି ସମୀକ୍ଷା ବୈଠକରେ ମାନ୍ୟବର ଉପ ବାଚସ୍ପତି ଶ୍ରୀ ଭୋଇ ସଫଳ ଶାସନ ବ୍ୟବସ୍ଥାରେ ଉତ୍ତରଦାୟିତ୍ଵ ଏବଂ କାର୍ଯ୍ୟଦକ୍ଷତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ଏହି ଅବସର ରେ ବିଗତ ଏକ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା କରିଥିଲେ ଏବଂ ସମସ୍ତ ବିଭାଗ ଗୁଡ଼ିକର ଆଗାମୀ ସମୟ ନିମନ୍ତେ କଣ କଣ କାର୍ଯ୍ୟପନ୍ଥା ରହିଛି ତାହା ଉପରେ ଆଲୋଚନା କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାର ବିକାଶ ନିମନ୍ତେ ସମସ୍ତଙ୍କ ସହଯୋଗ ଏବଂ ସହଭାଗିତା ଆବଶ୍ୟକ ବୋଲି କହିଥିଲେ। ସମସ୍ତେ ସୁନ୍ଦରଗଡ଼ ଜିଲ୍ଲାକୁ ଆହୁରି ସୁନ୍ଦର କରି ଗଢ଼ି ତୋଳିବା ଦିଗରେ କାର୍ଯ୍ୟ କରିବା ସହିତ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ନିଜ ବକ୍ତବ୍ୟରେ କହିଥିଲେ। 

  ବୈଠକରେ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ପ୍ରକଳ୍ପ, ବିଭିନ୍ନ ପ୍ରକଳ୍ପ ନେଇ ଥିବା ବିଭିନ୍ନ ସମସ୍ୟା ,ଅସୁବିଧା , ନୂତନ ପ୍ରକଳ୍ପ ପ୍ରସ୍ତାବ ଉପରେ ସମୀକ୍ଷା କରାଯାଇଥିଲା ଏବଂ ସମସ୍ତ ବିଭାଗ ମଧ୍ୟରେ ଉଚିତ୍ ସମନ୍ୱୟ ରକ୍ଷା କରାଯିବା ନେଇ ଗୁରୁତ୍ଵାରୋପ କରାଯାଇଥିଲା। ବୈଠକରେ ସ୍ବାସ୍ଥ୍ୟ ବିଭାଗ ପକ୍ଷ ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସୁନ୍ଦରଗଡ଼ ସରକାରୀ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ, ଆର୍ ଜି ଏଚ୍ ଆଦିରେ କାର୍ଯ୍ୟ କରୁଥିବା ଡାକ୍ତର ଏବଂ ଅଣ ଡାକ୍ତର ଙ୍କ ସଂଖ୍ୟା, ଜିଲ୍ଲା ର ବିଭିନ୍ନ ଚିକିତ୍ସାଳୟ ମାନଙ୍କରେ ଥିବା ଚିକିତ୍ସା ଉପକରଣ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ବୋୟ ବନ୍ଦନା ଆଦି ଅନ୍ତର୍ଗତ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଆଦି ଉପରେ ଉପସ୍ଥାପନ କରିଥିଲେ ଏବଂ ବିଭିନ୍ନ ପ୍ରକଳ୍ପ ନେଇ ଥିବା ସମସ୍ୟା ଗୁଡ଼ିକ ଉପରେ ମଧ୍ୟ ଆଲୋକପାତ କରିଥିଲେ। ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷ ରୁ ସୁନ୍ଦରଗଡ଼ ଏବଂ ରାଉରକେଲା ଅନ୍ତର୍ଗତ ହେଉଥିବା ବିଭିନ୍ନ ରାସ୍ତା, ସେତୁ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଉପରେ ଉପସ୍ଥାପନା କରାଯାଇଥିଲା। ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ପକ୍ଷ ରୁ ଜିଲ୍ଲା ରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ, ନଳକୂପ ମରାମତି, ସୋଲାର ପ୍ରକଳ୍ପ ଆଦି ଉପରେ ଆଲୋଚନା କରାଯାଇଥିଲା ଏବଂ ସମୀକ୍ଷା କରାଯାଇଥିଲା। 

       ସେହିପରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷ ରୁ ଚଳିତ ମାଟ୍ରିକ ପରୀକ୍ଷା ରେଜଲ୍ଟ ଉପରେ ଆଲୋଚନା କରାଯାଇଥିଲା। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମାନଙ୍କରେ ହଷ୍ଟେଲ ସମସ୍ୟା, କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସଂଖ୍ୟା ଆଦି ଉପରେ ଆଲୋଚନା କରାଯାଇଥିଲା ଏବଂ ମାଟ୍ରିକ ରେଜଲ୍ଟ ନେଇ ବିଦ୍ୟାଳୟ ସ୍ତରରେ ସମୀକ୍ଷା କରାଯିବାକୁ ସହ ଆଗାମୀ ସମୟ ମାନଙ୍କରେ ରେଜଲ୍ଟ ଆହୁରି ଭଲ କିଭଳି ହେଇ ପାରିବ ତାହା ଉପରେ ବିଶେଷ ଦୃଷ୍ଟି ଦିଆଯିବାକୁ ମାନ୍ୟବର ଉପ ବାଚସ୍ପତି କହିଥିଲେ। ସେହିପରି ଜିଲ୍ଲା ମଙ୍ଗଳ ବିଭାଗ ତରଫରୁ ଜିଲ୍ଲାର ଏସ ଏସ ଡି ସ୍କୁଲ, ଆଶ୍ରମ , ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ , ବହୁ ଉପଯୋଗୀ ଗୋଷ୍ଠି କେନ୍ଦ୍ର, ମାଟ୍ରିକ ରେଜଲ୍ଟ ଉପରେ ଆଲୋଚନା କରାଯାଇଥିଲା ଏବଂ ସମୀକ୍ଷା କରାଯାଇଥିଲା । ସୁନ୍ଦରଗଡ଼, ରାଉରକେଲା ଏବଂ ବଣାଇ ବନଖଣ୍ଡ ଅଧିକାରୀ ଙ୍କ ଦ୍ଵାରା ଜଙ୍ଗଲ ସଂରକ୍ଷଣ, ବିଭିନ୍ନ ଯୋଜନା ଅନ୍ତର୍ଗତ ବନୀକରଣ ବ୍ୟବସ୍ଥା, ବନ ସୁରକ୍ଷା ସମିତି, ହାତୀ ସମସ୍ୟା, ଜଙ୍ଗଲ ରୁ ଜୀବିକା , ଭିତ୍ତିଭୂମି, ଇକୋ ପର୍ଯ୍ୟଟନ ସ୍ଥଳ ଆଦି ଉପରେ ଉପସ୍ଥାପନା କରାଯାଇଥିଲା। ସେହିଭଳି କୃଷି ବିଭାଗ ସି ଏମ କିଶାନ, ପି ଏମ କିଶାନ, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ, ଯୋଗାଣ ବିଭାଗ ଦ୍ଵାରା ରବି ଧାନ ସଂଗ୍ରହ, ରାସନ୍ କାର୍ଡ ଆଦି ଉପରେ ଆଲୋଚନା କରାଯାଇଥିଲା। ସୁନ୍ଦରଗଡ଼ , ରାଜଗାଙ୍ଗପୁର ଏବଂ ବୀରମିତ୍ରପୁର ପୌର ଓ ଦ୍ଵାରା ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟ, ସ୍ୱଚ୍ଛ ଭାରତ ମିଶନ ରେ ଗୋଷ୍ଠି ଶୌଚାଳୟ ନିର୍ମାଣ, ମୋ ଖତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହର) ଅନ୍ତର୍ଗତ ଘର , ବହୁ ଉପଯୋଗୀ ହଲ ନିର୍ମାଣ, ଜାଗା ମିଶନ ର ସ୍ଥିତି ଆଦି ଉପରେ ଉପସ୍ଥାପନା କରାଯାଇଥିଲା ଏବଂ ସେମାନଙ୍କୁ ଆସନ୍ତା ମୌସୁମୀ ଋତୁ ନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମୌସୁମୀ କୁ ଦୃଷ୍ଟି ରେ ରଖି ଡ୍ରେନେଜ୍ ସଫେଇ ଆଦି କାମ , ତଳୁଆ ଅଞ୍ଚଳ ଆଦି ଚିହ୍ନଟ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। 

    ସେହିଭଳି ବୈଠକ ରେ ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ବୃହତ୍ ଜଳସେଚନ, ସମସ୍ତ ଆଇ ଟି ଡି ଏ, ଡି ଆର୍ ସି ଏସ, ଖଣି ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ମତ୍ସ୍ୟ ବିଭାଗ, ବି ଏସ ଏନ୍ ଏଲ ଯୋଗାଯୋଗ ବ୍ୟବସ୍ଥା, ଟି ପି ଡବ୍ଲ୍ୟୁ ଡି ଏଲ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆଦି ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ଏବଂ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରାଯାଇଥିଲା ଏବଂ ଏହି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରି ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବାକୁ ମାନ୍ୟବର ଉପ ବାଚସ୍ପତି ଶ୍ରୀ ଭୋଇ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଜିଲ୍ଲା ର ଉନ୍ନତି ଦିଗ ରେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।

   ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁ ସାହୁ, ସି ଇ ଓ , ଡି ଏମ ଏଫ ଶ୍ରୀମତୀ ସୁଷମା ବିଲୁଙ୍ଗ, ବଣାଇ ଉପ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ପିଲ୍ଲେଇ, ରାଉରକେଲା ବନଖଣ୍ଡ ଅଧିକାରୀ ଶ୍ରୀ ଯଶବନ୍ତ ସେଠୀ ,ବଣାଇ ବନ ଖଣ୍ଡ ଅଧିକାରୀ ଶ୍ରୀ ଲଳିତ ପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାନ୍ତା ନୂତନ ସାମଦ, ଯୋଜନା ଏବଂ ସଂଯୋଜନ ବିଭାଗ ର ଉପ ନିର୍ଦ୍ଦେଶକ ଶ୍ରୀ ବିଭୂତି ରଞ୍ଜନ ରାଉଳ,ଏବଂ ସହାୟକ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ତିର୍କୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କନ୍ଧମାଳର ବିଏସଏଫ କ୍ୟାମ୍ପ ପକ୍ଷରୁ ଜନସମ୍ପର୍କ ଶିବିର 

Sunil Chandra Nayak

ଅମଲାଙ୍କ ସାମୁହିକ ଛୁଟି ଓ ଆନ୍ଦୋଳନ:  ସରକାରୀ ଯୋଜନା ପ୍ରଭାବିତ: ଗରିବ ହିତାଧିକାରୀ ହଟହଟା

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ସଂପର୍କିତ ଆଇନ୍ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!