ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ରୁ ପୁଣି ଥରେ ବିଜେଡ଼ି ପ୍ରାର୍ଥୀ ହେଲେ ପୁଷ୍ପେନ୍ଦ୍ର ସିଂହଦେଓ 

ଧର୍ମଗଡ ରୁ ପୁଣି ଥରେ ବିଜେଡ଼ି ପ୍ରାର୍ଥୀ ହେଲେ ପୁଷ୍ପେନ୍ଦ୍ର ସିଂହଦେଓ 

୨୦୨୪ ସଧାରଣ ନିର୍ବାଚନ ପାଇଁ ଆଜି ବିଜୁ ଜନତା ଦଳ ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ମୂଖ୍ୟ ମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହା ଘୋଷଣା କରି ଛନ୍ତି । କଳାହାଣ୍ଡି ଜିଲ୍ଲା ର ୭୯ ଧର୍ମଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ନାମ ଘୋଷଣା ହେବା ପରେ ବିଜୁ ଜନତା ଦଳ କର୍ମୀ ଓ ତାଙ୍କ ସମର୍ଥକ ମଧ୍ୟ ରେ ବେଶ ଉତ୍ସାହ ପ୍ରକାଶ ପାଇଛି । ଆଜି ଅପରାହ୍ନ ରେ ପୁଷ୍ପେନ୍ଦ୍ର ସିଂହଦେଓ ନିଜ ସମର୍ଥକ ତଥା ବ୍ଲକ ସଭାପତି ତିକମନ୍ ଯାଦବ, ଜିଲ୍ଲା ସଧାରଣ ସମ୍ପାଦକ ଥବିର ପ୍ରସାଦ ସାହୂ, ଯୁବ ସଧାରଣ ସମ୍ପାଦକ ପ୍ରଶାନ୍ତ ତିୱାରୀ, ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ହୀରା ବାଗ, ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ, ପ୍ରଣବ ଭଇସାଲ, ସରକାରୀ ଓକିଲ ରାଜେନ୍ଦ୍ର ମୁନି, ଅଜିତ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଲ ପୁଝାରୀ, କ୍ଷିରୋଦ ବାଗ, ଡାକେ ଲହଜଲ, ରାଜେନ୍ଦ୍ର ଭୋଇ ଙ୍କ ସମେତ ଶତାଧିକ ସମର୍ଥକ ଙ୍କ ସହ ଧର୍ମଗଡ ର ଆରାଧ୍ୟ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ପୂଜା ଅର୍ଚ୍ଚନା କରି ଆଶିର୍ବାଦ ଭିକ୍ଷା କରି ଥିଲେ । ମାନ୍ୟବର ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କ ଉପରେ ଭରସା କରି ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବରିଷ୍ଠ ଗୁରୁଜୀ ଶ୍ରୀଯୁକ୍ତ ଜୟରାମ ସାହୁ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ରେ ପ୍ରଥମ ଘଟଣା, ଅଵସର ଦିନ ଫାଇନାଲ ପେନସନ ଗ୍ରହଣ କଲେ ପ୍ରଧାନ ଶିକ୍ଷକ

Sunil Chandra Nayak

କେନ୍ଦ୍ରୀୟ ବିଦ୍ୟାଳୟର ପୁରାତନ ଛାତ୍ରସଂଘ ଗଠନ

masiha

Leave a Comment

error: Content is protected !!