ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଳସୁଧାର ଗୃହରେ ସାଂସ୍କୃତିକ କାର୍ଯ୍ୟକ୍ରମ

ରାଉରକେଲା/ ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ପକ୍ଷରୁ ଟିସ୍କୋ ସ୍ଥିତ ବାଳସୁଧାର ଗୃହ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୃହର ଅନ୍ତେବାସୀଙ୍କ ସହ ସମୟ ବିତାଇ ବିଭିନ୍ନ ନୃତ୍ୟ, ସଂଗୀତ ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ନିବେଦିତା ପ୍ରଧାନ,ଶିଶୁ ନ୍ୟାୟ ବୋର୍ଡର ସ୍ବର୍ଣ୍ଣଲତା ମହାନ୍ତି, କ୍ଲବ ଉପଦେଷ୍ଟା ଆଲାମ ସିଂ ରୁପ୍ରା, ହରପାଲ ରୁପ୍ରା, ଗୃହର ଅଧିକ୍ଷକ ସୋମନାଥ ହାସଁଦା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବାଳସୁଧାର ଗୃହର ଶିକ୍ଷକ ପ୍ରକାଶ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ମୀନତି ତ୍ରିପାଠୀ ସହଯୋଗ କରିଥିଲେ । ଅଜିତ ମୋହନ ପୂଜାରୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ କ୍ଲବ ସଂପାଦକ ଉଦିତ କୁମାର ସାହୁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ସଂଗୀତ କାର୍ଯ୍ୟକ୍ରମରେ ସ୍ମିତା ମିଶ୍ର, ଅଜିତ ପୂଜାରୀ, ଡଃ ମୀନତି ପଣ୍ଡା, ସରୋଜ ପଣ୍ଡା, ହରପାଲ ରୁପ୍ରା ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ର ସଭାପତି ଅର୍ଚ୍ଚନା ଦେବତାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଃ ପ୍ରଫେସର୍ ମୀନତି ପଣ୍ଡା, ପ୍ରଶାନ୍ତ ରଂଜନ ପାତ୍ର, ରବିନାରାୟଣ ସିଂ,ମଞ୍ଜୁରାଣୀ ମେହେର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବାବେଳେ କୋଷାଧ୍ୟକ୍ଷ ବସନ୍ତ ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଉରକେଲା ପୋଲିସ ର ସାଇବର ସୁରକ୍ଷା ଅଭିଯାନ

Sunil Chandra Nayak

ରାଉରକେଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ ସମାରୋହ-୨୦୨୫

Sunil Chandra Nayak

ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶକ୍ତି କ୍ଲବ୍ ର ବ୍ଳକ୍ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!