ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ – 2023 ଉପଲକ୍ଷେ ଭବାନୀପାଟଣା ଠାରେ ବିଭିନ୍ନ ପ୍ରତିଯୋଗିତା

ଭବାନୀପାଟଣା ତା : 07.08.2023 :- 77ତମ ସ୍ଵାଧୀନତା ଦିବସ ଜିଲ୍ଲା ସ୍ତରୀୟ ଉତ୍ସବ ନିମନ୍ତେ ଆଜି ଭବାନୀପାଟଣା ଠାରେ ସ୍କୁଲ ଓ କଲେଜ ସ୍ତର ରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ସହରର ବିଭିନ୍ନ ବିଦ୍ୟାଳୟ ଯଥା ପ୍ରାଥମିକ , ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନର ମନୋନୀତ ଛାତ୍ରଛାତ୍ରୀ ସ୍ଥାନୀୟ ମାଣିକେଶ୍ବରୀ ହାଇସ୍କୁଲ ଠାରେ ସମାବେଶ ହୋଇ ଚିତ୍ରାଙ୍କନ , ସଙ୍ଗୀତ , ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେଭଳି ମହାବିଦ୍ୟାଳୟ ସ୍ତର ପ୍ରତିଯୋଗିତାରେ ସ୍ଥାନୀୟ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ଏବଂ ବିଭିନ୍ନ କଲେଜ , ହାଇସ୍କୁଲ ସ୍ତରର ମନୋନୀତ ଛାତ୍ରଛାତ୍ରୀ ମାନେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇଥିଲେ । ମାଣିକେଶ୍ବରୀ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବି କାନୁନଗୋ ଏବଂ ବିଶ୍ବବିଦ୍ୟାଳୟର କୁଳପତି ସଞ୍ଜୟ ଶତପଥୀ ଏହି ପ୍ରତିଯୋଗୀତାକୁ ଶ୍ରୁଙ୍ଖଳିତ ଓ ନିରପେକ୍ଷ ରୂପେ କରିବାର ସମସ୍ତ ପ୍ରୟାସ କରିଥିଲେ । ବିଦ୍ୟାଳୟ ସ୍ତରର ପ୍ରତିଯୋଗିତାରେ ବିଚାରକ ରୂପେ ପ୍ରଭାସ ଚନ୍ଦ୍ର ମିଶ୍ର , ଜଗନ୍ନାଥ ତ୍ରିପାଠୀ , ଭୀମସେନ ସାହୁ , ରମେଶ ଚନ୍ଦ୍ର ସିଂ, ଶୁଭେନ୍ଦୁ ଶେଖର ବେହେରା , ପ୍ରତାପ ଚନ୍ଦ୍ର ଦାସ , ଯୁଧିଷ୍ଠିର ମୁଦୁଲି , ମୁକୁନ୍ଦ ରେଡ୍ଡୀ , ତରୁଣ ମହାପାତ୍ର , ସରସ୍ଵତୀ ସାହୁ , ଦଧିଚନ୍ଦ୍ର ସାହୁ , ନାରାୟଣ ସାହୁ , ରାଜେନ୍ଦ୍ର ସାହୁ , ସଂଜୀବ ଶର୍ମା , ଧୀରେନ୍ଦ୍ର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଚଳିତ ବର୍ଷ ମାଣିକେଶ୍ବରୀ ହାଇସ୍କୁଲ ଠାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସମାବେଶ ହୋଇ ଉତ୍ସାହର ସହ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ଏଥିରେ ମାଣିକେଶ୍ବରୀ ସ୍କୁଲର ଏନ.ସି.ସି. ଛାତ୍ର ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ସହଯୋଗ କରିଥିଲେ । ଜିଲ୍ଲାପ୍ରଶାସନ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଡି.ଆଈ.ପି.ଆର.ଓ ଶ୍ରୀ ମନୋଜ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ମସିହା ନିୟୁଜ୍ ସର୍ଭିସ୍

 

Related posts

୭୪ତମ ବନ ମହୋତ୍ସବ ପାଳିତ

ନିଶିଗନ୍ଧା ପରିଚାଳନା ସମିତି କର୍ତ୍ତୃପକ୍ଷ ଙ୍କ ବିଶେଷ ସୂଚନା

Sunil Chandra Nayak

୭୯ ତମ ଯାଜପୁର ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!