ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏମିତି ପୁଅ ଜନ୍ମ କରିବା ଅପେକ୍ଷା ନିଃସନ୍ତାନ ରହିବା ଭଲ

ଏରସମା :- ଶାସ୍ତ୍ର କହେ ସନ୍ତାନ ପିତୃଦତ୍ତ ଅଧିକାର !ଏହି ସନ୍ତାନଟିଏ ପାଇବାକୁ ମାଆ କରିଥାଏ ବାରଓଷା ତେରବ୍ରତ !ଦିଅଁ ଦେବତାକୁ ମନାସି ଥାଏ କେତେ କଣ ! ପୁଅଟିଏ ହେଲେ କୂଳ ଉଦ୍ଧାର ହେବ ! ବାପାମାଆଙ୍କ ପରିଣତ ବୟସରେ ଆଶ୍ରାବାଡି ପାଲଟିବ ! ଜୀବନର ଶେଷ ସମୟରେ ମୁହଁରେ ଟୋପାଏ ଗଙ୍ଗାଜଳ ଦେବ ! ପୁଅ ଜନ୍ମ ପରେ ଜୀବନ ଧନ୍ୟହେଲା ବୋଲି ଖୁସିରେ ମିଷ୍ଠାନ୍ନ ବାଣ୍ଟିବ ! ସବୁତକ ସ୍ବପ୍ନ ସ୍ୱପ୍ନରେ ରହିଗଲା ସିନା, ସତ ହେବାକୁ ସମୟ ଆଣ୍ଟିଲାନି ! ଛାତିରେ ପଥର ନଦି ସବୁ ଦୁଃଖ କଷ୍ଟକୁ ଆପଣାର କରି ଯୋଉ ବାପା ମାଆ ପୁଅକୁ ପାଠ ପଢ଼େଇ କରିଥିଲେ ଶିକ୍ଷକ ! ସେଇ ପୁଅ ସ୍ନେହ ମମତାର ମୁଲ ବଦଳେ, ବାପା ମାଆଙ୍କୁ ହାତ ଉଠେଇ ମାଡ଼ ମାରୁଛି ! ଖାଲି ସେ ମାରୁନି, ନିଜ ସ୍ତ୍ରୀ ସଂଯୁକ୍ତା ନାୟକ ( ବିଶ୍ୱାଳ)କୁ ମଧ୍ୟ ମାଡ ମାରିବାକୁ ରୋକି ପାରୁନି !ଉଭୟ ସ୍ୱାମୀ ସ୍ତ୍ରୀ ମିଶିକି ବାପା ମାଆ କୁ ମାଡ ଦେଇ ସୁଝୁଛନ୍ତି ପିତୃମାତୃ ଋଣ ! ସେତିକିରେ ମନ ବୁଝିଲାନି ଯେ, ବାପା ମାଆଙ୍କ ନାଁରେ କୋର୍ଟ ଜରିଆରେ କରିଛନ୍ତି ସମନ ଜାରି ! ବାପା କୁଆଡେ ଗୋଟେ ପାଗଳ ! ଭରଣପୋଷଣ ଦେଉ ନଥିବା ଶିକ୍ଷକ ପୁଅ, ବାପାଙ୍କୁ ପାଗଳ ର ଆଖ୍ୟା ଦେବାକୁ ଭୁଲି ଯାଉନି ! ଏପରି ହୃଦୟ ବିଦାରକ ଘଟଣାଟି ହେଉଛି ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅଧିନସ୍ଥ ଶ୍ରୀରାମପୁର ଗ୍ରାମର !

ଏହି ଗ୍ରାମର ସୁଧାକର ବିଶ୍ୱାଳ ବୟସ 86 ତାଙ୍କ ସ୍ତ୍ରୀ ସୁଷମା ବିଶ୍ୱାଳ ବୟସ 78 ବର୍ଷ ! ପରିବାର କହିଲେ ଦୁଇ ପୁଅ ବୈଷ୍ଣବ ଓ ସଂଜୀବ ଆଉ ଏକମାତ୍ର ଝିଅ ସୌଦାମିନୀ !ମୁଲଲାଗି ବଡପୁଅ ବୈଷ୍ଣବ ବିଶ୍ୱାଳଙ୍କୁ ବହୁ କଷ୍ଟରେ ପାଠ ପଢ଼େଇ ଶିକ୍ଷକ ଟିଏ କରିଥିଲେ !ଝିଅ କୁ ଶାଶୁଘର ବିଦା କରିଦେଲେ ! ପୁଅ ପାଇଁ ବୋହୂଟିଏ ଆଣିଦେବା ପରେ ବଦଳିଗଲା ସଂସାରର ସମ୍ବିଧାନ !ବାପା ମାଆ ସହିତ ଶିକ୍ଷକ ପୁଅର ସମ୍ପର୍କରେ ପଡିଲା ଫାଟ ! ଜମିବାଡ଼ି ଲୋଭରେ,କଥା କଥାରେ ବାପାମାଆ ଙ୍କ ଉପରକୁ ହାତ ଉଠେଇବା ନିତି ଦିନିଆ କାର୍ଯ୍ୟରେ ପରିଣତ ହେଇଗଲା ! ନିର୍ଯାତନା ସହି ନପାରି ଦଶମାସ ଗର୍ଭରେ ଧରିଥିବା ମାଆ ସୁଷମା ଟ୍ରେନ ଲାଇନରେ ଜୀବନ ହରିବାର ପ୍ରୟାସ କରିଥିଲେ ! ସାନ ପୁଅର ସ୍ନେହ ଖୋଜି ଆଣି ବାପାମାଆଙ୍କୁ ପାଖରେ ରଖିଲା ! ତାର ଅଭାବୀ ଚଳଣି ସହିତ ବାପାମାଆ ଙ୍କୁ ପ୍ରତିପୋଷଣ କରିବାର ନିଷ୍ପତି ନେଲା ! ତଥାପି ବଡ ପୁଅର,ବାପା ମାଆଙ୍କ ପ୍ରତି ଅକଥନୀୟ ମାନସିକ ଓ ଶାରୀରିକ ନିଜ୍ୟାତନା କମିଲା ନାହିଁ ! ବାଧ୍ୟ୍ୟହେଇ ବଡପୁଅ ବିରୁଦ୍ଧରେ ବାପାମାଆ ଦ୍ୱାରସ୍ତ ହେଲେ ଏରସମା ଥାନାର ! ଥାନାଧିକାରୀ ବଡପୁଅକୁ ତାଗିଦ କରି କହିଥିଲେ କି, ମାସକୁ ଦୁଇହାଜର ଟଙ୍କା ପ୍ରତିପୋଷଣ ରାଶି ଦେବା ସହିତ ଏକମାସ ମଧ୍ୟରେ ଘର ଛାଡ଼ିବୁ !ଥାନା ଅଫିସର କଥା ମାନିଲାନି ବଡପୁଅ ! ଦ୍ୱିତୀୟ ବାର ପୋଲିସ କୌଣସି ବିଷୟ କାନକୁ ନେଉନି ! ବଡପୁଅର ଟଙ୍କା ଆଇନ କୁ କିଣିନେଲା ପରି ସନ୍ଦେହ ହେଉଛି ! କାଳେ ସାନପୁଅ ନାଁରେ ଜାଗାବାଡି କରିଦେବ, ସେଥିପାଇଁ ସିଭିଲ କୋର୍ଟରେ ବାପା ମାଆ ଭଉଣୀ ନାଁରେ କରିଛନ୍ତି କେସ ! କୁଞ୍ଜକୋଠି ଅପର ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରୁଥିବା ବୈଷ୍ଣବ ବିଶ୍ୱାଳ,ଏରସମା ତହସିଲ ଅଧୀନରେ ଥିବା ମାନପୁର, କୋଠି, ତଳକୁସୁମା, ଓ ମଣିକୁଣ୍ଡଳ ରେଭେନ୍ୟୁ ଗ୍ରାମରେ ଲକ୍ଷାଧିକ ଟଙ୍କାର ଜାଗା କ୍ରୟ କରିଥିବା ବେଳେ, ବାପାମାଆ ଙ୍କ ଜାଗା ଲୋଭରେ ଏପରି ଅମାନବୀୟ ଅତ୍ୟାଚାର ଜଣେ ଶିକ୍ଷକର ଜ୍ଞାନ ନୁହେଁ ବୋଲି ଗ୍ରାମସାରା ଚର୍ଚ୍ଚା ଜୋର ଧରିଥିବାର ଦେଖିବାକୁ ମିଳିଛି ! ଯୋଉ ଶିକ୍ଷକ ନିଜ ବାପାମାଆ ଓ ପରିବାର ପ୍ରତି କୁସଂସ୍କାରୀ ବ୍ୟବହାର କରୁଛି ସେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ କି ଶିକ୍ଷା ଦେଉଥିବ ବୋଲି ଲୋକେ ଟୁପୁରୁଟାପୁରୁ ହେଉଛନ୍ତି ! ତଥାପି ନ୍ୟାୟ ଅପେକ୍ଷାରେ ଚାହିଁ ବସିଛନ୍ତି ଶିକ୍ଷିତ ପୁଅର ବାପାମାଆ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ବିଶ୍ବ ମାତୃ ସ୍ତନ୍ୟପାନ ସପ୍ତାହ ପାଳନ

masiha

ବାଲିଆପାଳ ଅଂଚଳର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାନ୍ତିଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 

masiha

ସମାଜ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଅମୁଲ୍ୟ ମହାନ୍ତି ଙ୍କୁ ଅଵସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!