ଏରସମା :- ଶାସ୍ତ୍ର କହେ ସନ୍ତାନ ପିତୃଦତ୍ତ ଅଧିକାର !ଏହି ସନ୍ତାନଟିଏ ପାଇବାକୁ ମାଆ କରିଥାଏ ବାରଓଷା ତେରବ୍ରତ !ଦିଅଁ ଦେବତାକୁ ମନାସି ଥାଏ କେତେ କଣ ! ପୁଅଟିଏ ହେଲେ କୂଳ ଉଦ୍ଧାର ହେବ ! ବାପାମାଆଙ୍କ ପରିଣତ ବୟସରେ ଆଶ୍ରାବାଡି ପାଲଟିବ ! ଜୀବନର ଶେଷ ସମୟରେ ମୁହଁରେ ଟୋପାଏ ଗଙ୍ଗାଜଳ ଦେବ ! ପୁଅ ଜନ୍ମ ପରେ ଜୀବନ ଧନ୍ୟହେଲା ବୋଲି ଖୁସିରେ ମିଷ୍ଠାନ୍ନ ବାଣ୍ଟିବ ! ସବୁତକ ସ୍ବପ୍ନ ସ୍ୱପ୍ନରେ ରହିଗଲା ସିନା, ସତ ହେବାକୁ ସମୟ ଆଣ୍ଟିଲାନି ! ଛାତିରେ ପଥର ନଦି ସବୁ ଦୁଃଖ କଷ୍ଟକୁ ଆପଣାର କରି ଯୋଉ ବାପା ମାଆ ପୁଅକୁ ପାଠ ପଢ଼େଇ କରିଥିଲେ ଶିକ୍ଷକ ! ସେଇ ପୁଅ ସ୍ନେହ ମମତାର ମୁଲ ବଦଳେ, ବାପା ମାଆଙ୍କୁ ହାତ ଉଠେଇ ମାଡ଼ ମାରୁଛି ! ଖାଲି ସେ ମାରୁନି, ନିଜ ସ୍ତ୍ରୀ ସଂଯୁକ୍ତା ନାୟକ ( ବିଶ୍ୱାଳ)କୁ ମଧ୍ୟ ମାଡ ମାରିବାକୁ ରୋକି ପାରୁନି !ଉଭୟ ସ୍ୱାମୀ ସ୍ତ୍ରୀ ମିଶିକି ବାପା ମାଆ କୁ ମାଡ ଦେଇ ସୁଝୁଛନ୍ତି ପିତୃମାତୃ ଋଣ ! ସେତିକିରେ ମନ ବୁଝିଲାନି ଯେ, ବାପା ମାଆଙ୍କ ନାଁରେ କୋର୍ଟ ଜରିଆରେ କରିଛନ୍ତି ସମନ ଜାରି ! ବାପା କୁଆଡେ ଗୋଟେ ପାଗଳ ! ଭରଣପୋଷଣ ଦେଉ ନଥିବା ଶିକ୍ଷକ ପୁଅ, ବାପାଙ୍କୁ ପାଗଳ ର ଆଖ୍ୟା ଦେବାକୁ ଭୁଲି ଯାଉନି ! ଏପରି ହୃଦୟ ବିଦାରକ ଘଟଣାଟି ହେଉଛି ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅଧିନସ୍ଥ ଶ୍ରୀରାମପୁର ଗ୍ରାମର !
ଏହି ଗ୍ରାମର ସୁଧାକର ବିଶ୍ୱାଳ ବୟସ 86 ତାଙ୍କ ସ୍ତ୍ରୀ ସୁଷମା ବିଶ୍ୱାଳ ବୟସ 78 ବର୍ଷ ! ପରିବାର କହିଲେ ଦୁଇ ପୁଅ ବୈଷ୍ଣବ ଓ ସଂଜୀବ ଆଉ ଏକମାତ୍ର ଝିଅ ସୌଦାମିନୀ !ମୁଲଲାଗି ବଡପୁଅ ବୈଷ୍ଣବ ବିଶ୍ୱାଳଙ୍କୁ ବହୁ କଷ୍ଟରେ ପାଠ ପଢ଼େଇ ଶିକ୍ଷକ ଟିଏ କରିଥିଲେ !ଝିଅ କୁ ଶାଶୁଘର ବିଦା କରିଦେଲେ ! ପୁଅ ପାଇଁ ବୋହୂଟିଏ ଆଣିଦେବା ପରେ ବଦଳିଗଲା ସଂସାରର ସମ୍ବିଧାନ !ବାପା ମାଆ ସହିତ ଶିକ୍ଷକ ପୁଅର ସମ୍ପର୍କରେ ପଡିଲା ଫାଟ ! ଜମିବାଡ଼ି ଲୋଭରେ,କଥା କଥାରେ ବାପାମାଆ ଙ୍କ ଉପରକୁ ହାତ ଉଠେଇବା ନିତି ଦିନିଆ କାର୍ଯ୍ୟରେ ପରିଣତ ହେଇଗଲା ! ନିର୍ଯାତନା ସହି ନପାରି ଦଶମାସ ଗର୍ଭରେ ଧରିଥିବା ମାଆ ସୁଷମା ଟ୍ରେନ ଲାଇନରେ ଜୀବନ ହରିବାର ପ୍ରୟାସ କରିଥିଲେ ! ସାନ ପୁଅର ସ୍ନେହ ଖୋଜି ଆଣି ବାପାମାଆଙ୍କୁ ପାଖରେ ରଖିଲା ! ତାର ଅଭାବୀ ଚଳଣି ସହିତ ବାପାମାଆ ଙ୍କୁ ପ୍ରତିପୋଷଣ କରିବାର ନିଷ୍ପତି ନେଲା ! ତଥାପି ବଡ ପୁଅର,ବାପା ମାଆଙ୍କ ପ୍ରତି ଅକଥନୀୟ ମାନସିକ ଓ ଶାରୀରିକ ନିଜ୍ୟାତନା କମିଲା ନାହିଁ ! ବାଧ୍ୟ୍ୟହେଇ ବଡପୁଅ ବିରୁଦ୍ଧରେ ବାପାମାଆ ଦ୍ୱାରସ୍ତ ହେଲେ ଏରସମା ଥାନାର ! ଥାନାଧିକାରୀ ବଡପୁଅକୁ ତାଗିଦ କରି କହିଥିଲେ କି, ମାସକୁ ଦୁଇହାଜର ଟଙ୍କା ପ୍ରତିପୋଷଣ ରାଶି ଦେବା ସହିତ ଏକମାସ ମଧ୍ୟରେ ଘର ଛାଡ଼ିବୁ !ଥାନା ଅଫିସର କଥା ମାନିଲାନି ବଡପୁଅ ! ଦ୍ୱିତୀୟ ବାର ପୋଲିସ କୌଣସି ବିଷୟ କାନକୁ ନେଉନି ! ବଡପୁଅର ଟଙ୍କା ଆଇନ କୁ କିଣିନେଲା ପରି ସନ୍ଦେହ ହେଉଛି ! କାଳେ ସାନପୁଅ ନାଁରେ ଜାଗାବାଡି କରିଦେବ, ସେଥିପାଇଁ ସିଭିଲ କୋର୍ଟରେ ବାପା ମାଆ ଭଉଣୀ ନାଁରେ କରିଛନ୍ତି କେସ ! କୁଞ୍ଜକୋଠି ଅପର ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରୁଥିବା ବୈଷ୍ଣବ ବିଶ୍ୱାଳ,ଏରସମା ତହସିଲ ଅଧୀନରେ ଥିବା ମାନପୁର, କୋଠି, ତଳକୁସୁମା, ଓ ମଣିକୁଣ୍ଡଳ ରେଭେନ୍ୟୁ ଗ୍ରାମରେ ଲକ୍ଷାଧିକ ଟଙ୍କାର ଜାଗା କ୍ରୟ କରିଥିବା ବେଳେ, ବାପାମାଆ ଙ୍କ ଜାଗା ଲୋଭରେ ଏପରି ଅମାନବୀୟ ଅତ୍ୟାଚାର ଜଣେ ଶିକ୍ଷକର ଜ୍ଞାନ ନୁହେଁ ବୋଲି ଗ୍ରାମସାରା ଚର୍ଚ୍ଚା ଜୋର ଧରିଥିବାର ଦେଖିବାକୁ ମିଳିଛି ! ଯୋଉ ଶିକ୍ଷକ ନିଜ ବାପାମାଆ ଓ ପରିବାର ପ୍ରତି କୁସଂସ୍କାରୀ ବ୍ୟବହାର କରୁଛି ସେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ କି ଶିକ୍ଷା ଦେଉଥିବ ବୋଲି ଲୋକେ ଟୁପୁରୁଟାପୁରୁ ହେଉଛନ୍ତି ! ତଥାପି ନ୍ୟାୟ ଅପେକ୍ଷାରେ ଚାହିଁ ବସିଛନ୍ତି ଶିକ୍ଷିତ ପୁଅର ବାପାମାଆ !