ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

ରାୟଗଡା :- ସ୍ଥାନୀୟ “ଗାନ୍ଧୀ ନଗର ୟୁ.ପି ସ୍କୁଲ” ରାୟଗଡା ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ ପୋକ୍ସ ଆଇନ ଓ ଏପିଡେମିକ୍ ଆକ୍ଟ ଏବଂ କୋଭିଡ-୧୯ ଉପରେ ସରକାରଙ୍କ ନିୟମାବଳୀ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା ରେ ପୋକ୍ସ ଆଇନ ଓ ଏପିଡେମିକ୍ ଆକ୍ଟ ଏବଂ କୋଭିଡ-୧୯ ଉପରେ ସରକାରଙ୍କ ନିୟମାବଳୀ ଉପରେ ଆଲୋଚନା ହୋଇଥିଲା I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକ୍ସ ଅଦାଲତ ର ବିଚାରପତି ଶ୍ରୀମତି ସୋନାଲି ପଟ୍ଟନାଏକ, ଅତିରିକ୍ତ ଜିଲ୍ଳା ମେଡିକାଲ ଅଫିସର ଡକ୍ଟର ଶ୍ରୀ ବି.ଲକ୍ଷ୍ମିନାରାୟଣ ପୁଷ୍ଟି, ରାୟଗଡା ଜିଲ୍ଳାର ବ୍ଲକ ସୋସିଆଲ ସିକ୍ୟୁରିଟି ଅଫିସର ଶ୍ରୀମତି ରଞ୍ଜିତା ବେହେରା, ରାୟଗଡା ପୋଲିସ ଷ୍ଟେସନ ର ଅତିରିକ୍ତ ଥାନା ଅଧିକାରୀ କଳ୍ପନା ବେହେରା, ଫ୍ରଣ୍ଟ ଅଫିସ ରିଟେନର ସୀତାରାମ ପଣ୍ଡା, ଗାନ୍ଧୀ ନଗର ୟୁ.ପି ସ୍କୁଲ ର ପ୍ରଧାନ ଶିକ୍ଷକ, ଅନ୍ୟ ଶିକ୍ଷକ ବୃନ୍ଦ ଓ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I ଏଥିରେ ଉପସ୍ଥିତ ଥିବା ପୋକ୍ସ ଅଦାଲତ ର ବିଚାରପତି ଶ୍ରୀମତି ସୋନାଲି ପଟ୍ଟନାଏକ ମୁଖ୍ୟ ବକ୍ତା ଭାବରେ ନିଜର ବକ୍ତବ୍ୟରେ ପୋକ୍ସ ଆଇନ ର ଉଦ୍ଦେଶ୍ୟ, ଆଭିମୁଖ୍ୟ, ନ୍ୟାୟିକ ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ଏଥି ସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅନ୍ୟ ଅତିଥି ମାନେ ମହାମାରୀ କରୋନା ସଂକ୍ରମଣ ର ନିୟମ ଓ ଏଥି ପାଇ ସରକାରଙ୍କ ଦ୍ବାରା ଜାରୀ ନିୟମାବଳୀ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ କରୋନା କବଳରୁ କିପରି ନିଜକୁ ମୁକ୍ତ ରଖିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇପାରିବା ସେ ବିଷୟରେ ଆଲୋଚନା କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ନଗର ୟୁ.ପି ସ୍କୁଲ ର ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ମହର୍ଷି ପରାଶରଙ୍କ ଜନ୍ମୋତ୍ସବ ପାଳିତ

Sunil Chandra Nayak

ନଟାକଟାରେ ଖୋଲିଲା ଜଳଛତ୍ର 

masiha

ଭବାନୀପାଟଣା ଠାରେ ଶିଶୁ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!